୭୦ ବର୍ଷ ଅପେକ୍ଷାର ଘଟିଲା ଅନ୍ତ, ଭାରତକୁ ଆସିଲେ ୮ ଟି ଚିତାବାଘ
ସ୍ୱତନ୍ତ୍ର ଜମ୍ବୋ ଜେଟ୍ ଯୋଗେ ନାମୀବ୍ୟIରୁ ଭାରତ ଅଣାଯାଇଛି ୮ ଚିତାବାଘ । ଆଜି ସକାଳେ ସ୍ୱତନ୍ତ୍ର ବିମାନଟି ମଧ୍ୟପ୍ରଦେଶର ଗ୍ୱାଲିୟର ସ୍ଥିତ ଭାରତୀୟ ବାୟୁ ସେନା ଷ୍ଟେସନରେ ଳ୍ୟାଣ୍ଡ୍ କରିଥିଲା। ଏହାସହ ଦୀର୍ଘ ୭୦ ବର୍ଷ ପରେ ଭାରତରେ ଚିତା ବାଘ ଦେଖିବାକୁ ମିଳିଛି। ଗ୍ୱାଲିୟରରେ ସ୍ୱତନ୍ତ୍ର ବିମାନରେ ଚିତା ବାଘ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ଅଣାଯାଇ ମଧ୍ୟପ୍ରଦେଶରେ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ। କୁହାଯାଉଛି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ ଥିବାରୁ […]
ସ୍ୱତନ୍ତ୍ର ଜମ୍ବୋ ଜେଟ୍ ଯୋଗେ ନାମୀବ୍ୟIରୁ ଭାରତ ଅଣାଯାଇଛି ୮ ଚିତାବାଘ । ଆଜି ସକାଳେ ସ୍ୱତନ୍ତ୍ର ବିମାନଟି ମଧ୍ୟପ୍ରଦେଶର ଗ୍ୱାଲିୟର ସ୍ଥିତ ଭାରତୀୟ ବାୟୁ ସେନା ଷ୍ଟେସନରେ ଳ୍ୟାଣ୍ଡ୍ କରିଥିଲା। ଏହାସହ ଦୀର୍ଘ ୭୦ ବର୍ଷ ପରେ ଭାରତରେ ଚିତା ବାଘ ଦେଖିବାକୁ ମିଳିଛି। ଗ୍ୱାଲିୟରରେ ସ୍ୱତନ୍ତ୍ର ବିମାନରେ ଚିତା ବାଘ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ଅଣାଯାଇ ମଧ୍ୟପ୍ରଦେଶରେ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ। କୁହାଯାଉଛି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ ଥିବାରୁ ସେଏହି ଚିତାବାଘକୁ ଦେଶବାସୀଙ୍କୁ ଉପହାର ଦେଇଛନ୍ତି I ପ୍ରଧାନମନ୍ତ୍ରୀ ମୋଦି ଚିତାଗୁଡ଼ିକୁ କୁନୋ ଅଭୟାରଣ୍ୟରେ ଛାଡ଼ିବେ I

ଭାରତରେ ଚିତା ବିଲୁପ୍ତ ହେବାର ସାତ ଦଶନ୍ଧି ପରେ ନାମିବିଆରୁ ଆଠଟି ଚିତାଙ୍କୁ ଅଣାଯାଇଛି । ଏହି ଚିତାବାଘ କୁ ଆଣିବାପାଇଁ ସ୍ୱତନ୍ତ୍ର କାଠର ପଞ୍ଜୁରୀ କରାଯାଇଥିଲା I କାର୍ଗୋ ବୋଇଙ୍ଗ ବିମାନରେ ଶୁକ୍ରବାର ରାତିରେ ନାମିବିଆରୁ ପ୍ରାୟ ୧୦ ଘଣ୍ଟା ପରେ ଭାରତରେ ପହଞ୍ଚିଥିଲେ ଚିତାବାଘ I ୮ ଚିତା ମଧ୍ୟରେ ୫ଟି ମାଈ ଓ ୩ଟି ଅଣ୍ଡିରା ଚିତା ରହିଛି। ଚିତା ବାଘ ଗୁଡ଼ିକ ବିମାନ ଯାତ୍ରା ବେଳେ ବାନ୍ତି କରିବା ଯୋଗୁ ସ୍ୱାସ୍ଥ୍ୟ ବିଗିଡ଼ିବାର ଭୟ ଥିବାରୁ ସେମାନଙ୍କୁ ଖାଲି ପେଟରେ ଭାରତ ଅଣାଯାଇଛି । ଚିତା ବାଘଙ୍କ ସହିତ ଓ୍ବାଇଲଡ୍ ଲାଇଫ୍ ଏକ୍ପପର୍ଟ, ଡାକ୍ତର, ସାଇଣ୍ଟିଷ୍ଟ ମଧ୍ୟ ଆସିଛନ୍ତି । ସକାଳ ସାଢ଼େ ୭ଟା ବେଳେ ଏହା ରାଜସ୍ଥାନରେ ପହଞ୍ଚିଥିଲେ । ସମସ୍ତ ୮ଟି ଚିତାବାଘଙ୍କ ଉପରେ ନଜର ରଖିବାକୁ ସେମାନଙ୍କ ଶରୀରରେ ସାଟେଲାଇଟ୍ ରେଡିଓ କଲାର ଲଗାଯାଇଛି । ଟ୍ରାଙ୍କୁଲାଇଜ୍ ନକରି ସଚେତ ଅବସ୍ଥାରେ ସେମାନଙ୍କୁ ସ୍ୱତନ୍ତ୍ର କାଠ ପିଞ୍ଜରାରେ ବିମାନରେ ଲୋଡ୍ କରାଯାଇଛି। ଏଥିପାଇଁ ବୋଇଂ-747ର ସବୁ ଇକୋନୋମିକ୍ ସିଟ୍କୁ ହଟାଯାଇଛି

ମିଶନ ଚିତା ପ୍ରୋଜେକ୍ଟ ପାଇଁ ଖର୍ଚ୍ଚ ହେଉଛି ୨୨୪ କୋଟି ଟଙ୍କା। ଇରାନକୁ ଛାଡ଼ିଦେଲେ ଏସିଆର କୌଣସି ଦେଶରେ ଚିତା ନାହାନ୍ତି। ଦିନ ଥିଲା ଭାରତରେ ପ୍ରଚୁର ଚିତା ରହୁଥିଲେ । ହେଲେ ଶିକାର ଯୋଗୁଁ କାଳକ୍ରମେ ଏମାନେ ଲୋପ ପାଇଗଲେ । ଦୀର୍ଘ ୭୦ବର୍ଷ ପରେ ପୁଣି ଭାରତରେ ଚିତା ଦେଖିବାକୁ ମିଳିବ I
୨୦୦୮-୦୯ କଂଗ୍ରେସ ସରକାର ସମୟରେ ପ୍ରୋଜେକ୍ଟ ଚିତା ପ୍ରସ୍ତୁତ ହୋଇଥିଲା ଏବଂ ମନମୋହନ ସିଂହଙ୍କ ନେତୃତ୍ବାଧୀନ ଉପା ସରକାର ଏଥିପାଇଁ ସ୍ବୀକୃତି ଦେଇଥିଲେ । ତତ୍କାଳୀନ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଜୟରାମ ରମେଶ ୨୦୧୦ ଏପ୍ରିଲରେ ଦକ୍ଷିଣ ଆଫ୍ରିକାର ‘ଚିତା ଆଉଟ୍ରିଚ୍ ସେଣ୍ଟର’ ଗସ୍ତ କରିଥିଲେ। କିନ୍ତୁ ୨୦୧୩ରେ ସୁପ୍ରିମକୋର୍ଟ ଏହି ପ୍ରକଳ୍ପ ଉପରେ ରହିତାଦେଶ ଲଗାଇଥିଲେ ଏବଂ ୨୦୨୦ରେ ପୁଣିଥରେ ସୁପ୍ରିମକୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ। ଏହାପରେ ଚିତା ଭାରତ ଆସିବାପାଇଁ ବାଟ ଫିଟିଥିଲା। କଂଗ୍ରେସ କହିଛି ଗତ ୧୪ ବର୍ଷ ତଳେ ଦଳ ଯେଉଁ ଉଦ୍ୟମ କରିଥିଲା ତାହାର ଫଳ ସ୍ବରୂପ ଚିତା ଆସି ଭାରତରେ ପହଞ୍ଚିବ।





