ସମଲିଙ୍ଗୀ ବିବାହ ସ୍ୱୀକୃତିକୁ କେନ୍ଦ୍ର ସରକାରଙ୍କ ବିରୋଧ,ଏସସିରେ ଆଫିଡେଭିଟ୍ ଦାଖଲ

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହ ଆବେଦନକୁ କେନ୍ଦ୍ର ସରକାରଙ୍କ ବିରୋଧ । ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ସମସ୍ତ ୧୫ ଟି ଆବେଦନକୁ ବିରୋଧ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଧାରା ୩୭୭କୁ ଅପରାଧ ଶ୍ରେଣୀରୁ ବାହାର କରି ଦିଆଗଲେ ମଧ୍ୟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାର ପ୍ରଶ୍ନ ଉଠୁନି। ତେବେ ମାନ୍ୟତା ନ ମିଳିଲେ ମଧ୍ୟ ଏ ପ୍ରକାର ସମ୍ବନ୍ଧ ବେଆଇନ ନୁହେଁ। ସମଲିଙ୍ଗୀ ବିବାହ ଅନୁମୋଦନ […]

Samaya Live Picture
Published On

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହ ଆବେଦନକୁ କେନ୍ଦ୍ର ସରକାରଙ୍କ ବିରୋଧ । ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ସମସ୍ତ ୧୫ ଟି ଆବେଦନକୁ ବିରୋଧ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଧାରା ୩୭୭କୁ ଅପରାଧ ଶ୍ରେଣୀରୁ ବାହାର କରି ଦିଆଗଲେ ମଧ୍ୟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାର ପ୍ରଶ୍ନ ଉଠୁନି। ତେବେ ମାନ୍ୟତା ନ ମିଳିଲେ ମଧ୍ୟ ଏ ପ୍ରକାର ସମ୍ବନ୍ଧ ବେଆଇନ ନୁହେଁ। ସମଲିଙ୍ଗୀ ବିବାହ ଅନୁମୋଦନ ହୋଇପାରିବ ନାହିଁ ବୋଲି କେନ୍ଦ୍ର କହିଛି।

ସମଲିଙ୍ଗୀ ଦମ୍ପତି ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଥିଲେ। ଏବେ କେନ୍ଦ୍ର ସରକାର ରବିବାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ନିଜ ଉତ୍ତର ରଖିଛନ୍ତି।

କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ପ୍ରକୃତିର ବିରୋଧୀ ବୋଲି କହିଛନ୍ତି। ପୂରା ଇତିହାସରେ ଭିନ୍ନ ଲିଙ୍ଗରେ ବିବାହକୁ ହିଁ ଆଦର୍ଶ ରୂପରେ ଦେଖାଯାଇଛି। ସମଲିଙ୍ଗୀ ବିବାହ ଭାରତୀୟ ପରମ୍ପରା-ବିରୋଧୀ। କେନ୍ଦ୍ର ସରକାର ଆହୁରି କହିଛନ୍ତି, ଏହି ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ଦିଆଯାଇ ପାରିବ ନାହିଁ। ଏହା ଭାରତୀୟ ପରିବାରର ଅବଧାରଣା ବିରୋଧୀ। କେନ୍ଦ୍ର ସରକାରଙ୍କ ତରଫରୁ ଦାଖଲ ହୋଇଥିବା ୫୬ ପୃଷ୍ଠାର ସତ୍ୟପାଠରେ କୁହାଯାଇଛି ଯେ, ସୁପ୍ରିମକୋର୍ଟ ଓ ହାଇକୋର୍ଟ ସେମାନଙ୍କର ଅନେକ ନିଷ୍ପତ୍ତିରେ ବ୍ୟକ୍ତିଗତ ସ୍ୱାଧୀନତାର ବ୍ୟାଖ୍ୟା ସ୍ପଷ୍ଟ କରିଛନ୍ତି। ଏହି ନିଷ୍ପତ୍ତିଗୁଡିକୁ ଦୃଷ୍ଟିରେ ରଖି ଏହି ଆବେଦନକୁ ମଧ୍ୟ ଖାରଜ କରାଯିବା ଉଚିତ୍। କାରଣ ଏଥିରେ ଶୁଣାଣି କରିବାକୁ କୌଣସି ସତ୍ୟତା ନାହିଁ।

ସ୍ୱାମୀ-ସ୍ତ୍ରୀ ଏବଂ ସେମାନଙ୍କ ଠାରୁ ଜନ୍ମ ହୋଇଥିବା ପିଲାମାନଙ୍କୁ ନେଇ ପରିବାର ଗଠିତ। ସହଭାଗୀ ଭାବରେ ଏକାଠି ରହିବା ଏବଂ ସମଲିଙ୍ଗୀ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସ୍ୱାମୀ, ସ୍ତ୍ରୀ ଏବଂ ପିଲାମାନଙ୍କର ଭାରତୀୟ ପରିବାର ଏକକ ଧାରଣା ସହିତ ତୁଳନାତ୍ମକ ନୁହେିଁ। ଭାରତୀୟ ପରିବାରରେ ଜଣେ ପୁରୁଷ ଏବଂ ଜଣେ ମହିଳା ବିବାହ କରି ରହିଥାନ୍ତି। ପୁରୁଷ ସ୍ୱାମୀ ଏବଂ ମହିଳା ସ୍ତ୍ରୀ ଭାବେ ଏକାଠି ବାସ କରନ୍ତି। ବିବାହ ପରେ ସେମାନଙ୍କର ସନ୍ତାନ ହେବା ଦ୍ୱାରା ପୁରୁଷ ’ପିତା’ ଏବଂ ସ୍ତ୍ରୀ ’ମାତା’ ହୋଇଥାନ୍ତି। ତେବେ ସମଲିଙ୍ଗୀ ବିବାହକୁ ମାନ୍ୟତା ନ ଦେଲେ ମଧ୍ୟ ଏହା ବେଆଇନ ବୋଲି ସରକାର କହୁନାହାନ୍ତି। ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ଦାଖଲ କରାଯାଇଥିବା ପିଟିସନ ଉପରେ ସୁପ୍ରିମ୍‌କୋର୍ଟ ସୋମବାର ଶୁଣାଣି କରିବେ। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ନ୍ୟାୟାଧୀଶ ପିଏସ୍ ନରସିଂହ ଓ ଜେବି ପାରଦିୱାଲାଙ୍କ ବେଞ୍ଚରେ ଏହା ଉପରେ ଶୁଣାଣି ହେବ I

Tags: