ଚିନ୍ତା ବଢ଼ାଇଲା ଏଡ଼ିନୋ ଭାଇରସ ,ପଶ୍ଚିମବଙ୍ଗରେ ୧୦ ଶିଶୁ ମୃତ
କୋଲକାତା: ଦେଶରେ କରୋନା ଭାଇରସ ର ଆତଙ୍କ ପରେ ପୁଣି ବିପଦ ବଢ଼ାଇଛି ଏଡ଼ିନୋ ଭାଇରସ I ଆକ୍ୟୁଟ ରେସପିରେଟୋରି ଇନଫେକସନ୍ (ଏଆର୍ଆଇ) ତଥା ଶ୍ବାସନଳୀ ସଂକ୍ରମଣ ଜନିତ ରୋଗ I ଗତ ୨୪ ଘଣ୍ଟା ମଧ୍ୟରେ ଯାଇଛି ୫ ଶିଶୁଙ୍କ ଜୀବନ I ପଶ୍ଚିମବଙ୍ଗରେ ଏଡ଼ିନୋ ଭାଇରସ୍ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏନେଇ ସେଠାକାର ଡାକ୍ତରମାନେ ସ୍ପଷ୍ଟ କରି ନଥିଲେ ମଧ୍ୟ ଏହା ଏକ ନିମୋନିଆ ଜନିତ ରୋଗ […]
କୋଲକାତା: ଦେଶରେ କରୋନା ଭାଇରସ ର ଆତଙ୍କ ପରେ ପୁଣି ବିପଦ ବଢ଼ାଇଛି ଏଡ଼ିନୋ ଭାଇରସ I ଆକ୍ୟୁଟ ରେସପିରେଟୋରି ଇନଫେକସନ୍ (ଏଆର୍ଆଇ) ତଥା ଶ୍ବାସନଳୀ ସଂକ୍ରମଣ ଜନିତ ରୋଗ I ଗତ ୨୪ ଘଣ୍ଟା ମଧ୍ୟରେ ଯାଇଛି ୫ ଶିଶୁଙ୍କ ଜୀବନ I ପଶ୍ଚିମବଙ୍ଗରେ ଏଡ଼ିନୋ ଭାଇରସ୍ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏନେଇ ସେଠାକାର ଡାକ୍ତରମାନେ ସ୍ପଷ୍ଟ କରି ନଥିଲେ ମଧ୍ୟ ଏହା ଏକ ନିମୋନିଆ ଜନିତ ରୋଗ ବୋଲି କହିଛନ୍ତି I ସେହିପରି ମୃତ ଶିଶୁ ମାନଙ୍କର ବୟସ ଜନ୍ମରୁ ୩ ବର୍ଷ ମଧ୍ୟରେ ରହିଥିବା କୁହା ଯାଉଛି I
ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ,ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସିଟି ହସ୍ପିଟାଲଗୁଡ଼ିକରେ ୫ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ଶିଶୁଙ୍କ ମଧ୍ୟରୁ ୨ ଜଣ କୋଲକାତା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅନ୍ୟ ୩ ଜଣ ଡକ୍ଟର ବି ସି ରଏ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ୍ ସାଇନ୍ସରେ ଚିକିତ୍ସିତ ହେଉଥିଲେ ସେହିପରି ଗତ ୪ ଦିନ ମଧ୍ୟରେ ରାଜ୍ୟରେ ଏହି ରୋଗରେ (ଏଆର୍ଆଇ) ପୀଡିତ ହୋଇ ୧୦ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣI ପଡିଛି I ସରକାରୀ ହସ୍ପିଟାଲଗୁଡ଼ିକ ସଂକ୍ରମଣ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।
ଏଡ଼ିନୋ ଭାଇରସର ଲକ୍ଷଣ : ଏଡିନୋ ଭାଇରସର ଲକ୍ଷଣ ଫ୍ଲୁ ପରି ହୋଇଥାଏ । ବର୍ଷର ଯେ କୌଣସି ସମୟରେ ଏହା ବ୍ୟାପିପାରେ । ସଂକ୍ରମିତଙ୍କୁ ଛୁଇଁଲେ, ହାତ ମିଳାଇଲେ, ସଂକ୍ରମିତଙ୍କ କୌଣସି ଜିନିଷକୁ ଧରିଲେ, ବାୟୁରେ ଥିବା କାଶ ଡ୍ରପଲେଟ ଦ୍ୱାରା ଏହା ବ୍ୟାପିଥାଏ । ସେଥିପାଇଁ ପରିଷ୍କାର ପରିଚ୍ଛନ୍ନ ରହିବାକୁ ପରାମର୍ଶ ଦିଆଯାଇଛି । ରୋଗୀଠାରେ ନିଃଶ୍ୱାସ ସମସ୍ୟା, ବାନ୍ତି ଆସିବା, ଆଖି ଲାଲ, ପେଟ ଯନ୍ତ୍ରଣା, କାଶ, ଡାଇରିଆ, ଶ୍ୱାସନଳୀରେ ସୂଜନ, ଗଳା ସମସ୍ୟା, ଜ୍ୱର ଆଦି ଦେଖାଦେଇଥାଏ । ଏହିସବୁ ଲକ୍ଷଣ ଦେଖାଦେବା ମାତ୍ରେ ରକ୍ତ, ପରିସ୍ରା, ମଳ ପରୀକ୍ଷା କରିବାକୁ କୁହାଯାଉଛି । ଏଥିସହିତ ଶ୍ୱାସକ୍ରିୟା ସମସ୍ୟା ଦେଖାଦେଲେ ଛାତି ଏକ୍ସରେ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଭାଇରସର କୌଣସି ମେଡିସିନ ବାହାରି ନଥିବାବେଳେ କେବଳ ସାଧାରଣ ଔଷଧର ପ୍ରୟୋଗ କରି ଲକ୍ଷଣକୁ କଣ୍ଟ୍ରୋଲ କରିବାକୁ ଡାକ୍ତରମାନେ ପ୍ରୟାସ କରିଥାନ୍ତି ।
ସୂଚନାଯୋଗ୍ୟ ଯେ, ଗତ ମ ୨୦ ତାରିଖରେ ପଶ୍ଚିମବଙ୍ଗରେ ଏଡିନୋ ଭାଇରସ କାରଣରୁ ୧୧ ଜଣ ଶିଶୁ ମୃତ୍ୟୁବରଣ କରିଥିଲେ । ଜ୍ୱର, କାଶ ଓ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେବା ପରେ ଯାଞ୍ଚ ପରେ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ଯେଉଁ ପିଲାମାନେ ସର୍ବଦା ସୁସ୍ଥ ଥାଆନ୍ତି ସେମାନେଙ୍କୁ ଏହି ଭାଇରସ୍ ଆକ୍ରମଣ କରିବା ପରେ ଜୀବନ ପ୍ରତି ବିପଦ ବଢ଼ିଯାଇଥାଏ ବୋଲି ଆମେରିକାର ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ ପକ୍ଷରୁ କୁହାଯାଇଥିଳା । ଏହି ଭାଇରସ ବିଭିନ୍ନ ପ୍ରକାର ଭାଇରସର ଏକ ଗ୍ରୁପ ହୋଇଥିବା ବେଳେ ଏହା ଆଖି, ଫୁସଫୁସ, ଅନ୍ତନଳୀ, ସ୍ନାୟୁ ସିଷ୍ଟମ, ମୂତ୍ରନଳୀ ଓ ଶ୍ୱାସନଳୀକୁ ସଂକ୍ରମିତ କରିପାରେ । ବୟସ୍କଙ୍କ ଅପେକ୍ଷା ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଭାଇରସ୍ ଅଧିକ ସଂକ୍ରମିତ କରିଥାଏ । ଇମ୍ୟୁନ ସିଷ୍ଟମ ଦୁର୍ବଳ ଥିବା ପିଲାମାନଙ୍କୁ ଭାଇରସ୍ ବେଶି ଶିକାର କରିଥାଏ ।




