ଥାନାରେ ହାଜର ହେଲେ ଅଭିନେତା ଅଲ୍ଲୁ ଅର୍ଜୁନ
ହାଇଦ୍ରାବାଦ : ଥାନାରେ ହାଜର ହେଲେ ପୁଷ୍ପା ଷ୍ଟାର ଅଲ୍ଲୁ ଅର୍ଜୁନ। କିଛି ସମୟ ମଧ୍ୟରେ ଚିକଡପଲ୍ଲୀ ଥାନାରେ ହାଜର ହୋଇଛନ୍ତି । ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଅଭିନେତା ଅଲୁ ଅର୍ଜୁନଙ୍କୁ ନୋଟିସ୍ କରିଛି ହାଇଦ୍ରାବାଦ ପୋଲିସ । ଏନେଇ ହାଜର ପାଇଁ ତାଙ୍କୁ ସମନ କରାଯାଇଥିଲା । ପୋଲିସ ସମନ ଅନୁସାରେ ସେ ତାଙ୍କ ଘରୁ ବାହାରି ଯାଇଛନ୍ତି । ଘରୁ ଅଲ୍ଲୁ ଯିବା ପୂର୍ବରୁ ନିଜ ପତ୍ନୀଙ୍କୁ ଆଲିଙ୍ଗନ କରିବା ସହ ହାତ […]
ହାଇଦ୍ରାବାଦ : ଥାନାରେ ହାଜର ହେଲେ ପୁଷ୍ପା ଷ୍ଟାର ଅଲ୍ଲୁ ଅର୍ଜୁନ। କିଛି ସମୟ ମଧ୍ୟରେ ଚିକଡପଲ୍ଲୀ ଥାନାରେ ହାଜର ହୋଇଛନ୍ତି । ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଅଭିନେତା ଅଲୁ ଅର୍ଜୁନଙ୍କୁ ନୋଟିସ୍ କରିଛି ହାଇଦ୍ରାବାଦ ପୋଲିସ । ଏନେଇ ହାଜର ପାଇଁ ତାଙ୍କୁ ସମନ କରାଯାଇଥିଲା । ପୋଲିସ ସମନ ଅନୁସାରେ ସେ ତାଙ୍କ ଘରୁ ବାହାରି ଯାଇଛନ୍ତି । ଘରୁ ଅଲ୍ଲୁ ଯିବା ପୂର୍ବରୁ ନିଜ ପତ୍ନୀଙ୍କୁ ଆଲିଙ୍ଗନ କରିବା ସହ ହାତ ମିଳାଇଛନ୍ତି । ତାଙ୍କ ଝିଅ ମଧ୍ୟ ଅଲ୍ଲୁଙ୍କୁ ଗାଡି ନିକଟରେ ଛାଡିଛନ୍ତି । ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ସୂଚନାନୁସାରେ,ଡିସେମ୍ବର ୪ ତାରିଖରେ ପୁଷ୍ପା-୨ ପ୍ରିମୟମ୍ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଘଟିଥିଲା ଅଘଟଣ। ଏଥିରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କର କୁନି ପୁଅ ହୋଇଥିଲା ଗୁରୁତର। ଅଲ୍ଲୁଙ୍କୁ ଦେଖିବା ପାଇଁ ହଜାର ହଜାର ପ୍ରଶଂସକ ସୁପରଷ୍ଟାରଙ୍କ ନିକଟକୁ ଚାଲିଆସିବାରୁ ଏହି ଦଳାଚକଟା ଘଟିଥିଲା।
ଏହି ଘଟଣାକୁ ନେଇ ଚିକ୍କଡାପଲ୍ଲୀ ଥାନାରେ ବିଏନଏସର ବିଭିନ୍ନ ଧାରା ଅନୁସାରେ ଅଲୁ ଅର୍ଜୁନ, ସିକ୍ୟୁରିଟି ଟିମ ଓ ସନ୍ଧ୍ୟା ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗତ ଡିସେମ୍ବର ୧୩ରେ ଅଲୁଙ୍କୁ ଗିରଫ କରିଥିଲା ପୋଲିସ। ପରଦିନ ସେ ଜାମିନରେ ଆସିଥିଲେ। ଗତ ୨୨ ତାରିଖରେ ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବିରେ ଅଲୁଙ୍କ ଘରେ ଭଙ୍ଗାରୁଜା କରିଥିଲେ ଓସମାନିଆ ବିଶ୍ବବିଦ୍ୟାଳୟ ଛାତ୍ର। ଏହି ଘଟଣାର ୬ ଜଣ ହୋଇଥିଲେ ଗିରଫ




