ଗୁଜରାଟ ଦଙ୍ଗା ମାମଲାରେ ତିସ୍ତା ସୀତଲୱାଡ଼ ଗିରଫ
ଅହମ୍ମଦାବାଦ: ଗୁଜରାଟ ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼(ଏଟିଏସ) ଚର୍ଚ୍ଚିତ ସାମାଜିକ କର୍ମୀ ତିସ୍ତା ସୀତଲୱାଡ଼ଙ୍କୁ ଗିରଫ କରିଛି । ଗୁଜରାଟ ଦଙ୍ଗା ସମ୍ପର୍କରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ମୁମ୍ବାଇରୁ ଗିରଫ ପରେ ତାଙ୍କୁ ଅହମ୍ମଦାବାଦ ନିଆଯାଇଛି । ଏତଲା ଅନୁଯାୟୀ ତିସ୍ତା ଏବଂ ଦୁଇ ପୂର୍ବତନ ଆଇପିଏସ ଅଧିକାରୀ ଗୁଜରାଟ ଦଙ୍ଗା ସମ୍ପର୍କରେ ମିଥ୍ୟା ତଥ୍ୟ ପ୍ରସାରଣ କରୁଛନ୍ତି । ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଏବେର ପ୍ରଧାନମନ୍ତ୍ରୀ […]
ଅହମ୍ମଦାବାଦ: ଗୁଜରାଟ ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼(ଏଟିଏସ) ଚର୍ଚ୍ଚିତ ସାମାଜିକ କର୍ମୀ ତିସ୍ତା ସୀତଲୱାଡ଼ଙ୍କୁ ଗିରଫ କରିଛି । ଗୁଜରାଟ ଦଙ୍ଗା ସମ୍ପର୍କରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ମୁମ୍ବାଇରୁ ଗିରଫ ପରେ ତାଙ୍କୁ ଅହମ୍ମଦାବାଦ ନିଆଯାଇଛି । ଏତଲା ଅନୁଯାୟୀ ତିସ୍ତା ଏବଂ ଦୁଇ ପୂର୍ବତନ ଆଇପିଏସ ଅଧିକାରୀ ଗୁଜରାଟ ଦଙ୍ଗା ସମ୍ପର୍କରେ ମିଥ୍ୟା ତଥ୍ୟ ପ୍ରସାରଣ କରୁଛନ୍ତି । ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଏବେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଟିଏସ ପକ୍ଷରୁ ଦିଆଯାଇଥିବା କ୍ଲିନଚିଟକୁ ପୁଣିଥରେ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ମୋଦିଙ୍କ ସହ ୬୪ ଜଣଙ୍କୁ କ୍ଲିନଚିଟ ମିଳିଛି । ଏକ ଇଣ୍ଟର୍ଭ୍ୟୁରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୦୨ ଦଙ୍ଗା ମାମଲାରେ ତିସ୍ତା କପୋଳକଳ୍ପିତ ତଥ୍ୟ ଦେଉଥିବା ଅଭିଯୋଗ କରିଥିଲେ । ଗୃହମନ୍ତ୍ରୀ ଆହୁରି କହିଥିଲେ ଯେ ତିସ୍ତାଙ୍କର ଏକ ଏନଜିଓ ରହିଛି ।

ଯେଉଁ ସଙ୍ଗଠନ ବିଜେପି କର୍ମୀଙ୍କ ନାମରେ ମିଥ୍ୟା ଅଭିଯୋଗ କରିଛି । ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ଶ୍ରୀ ଶାହ କହିଛନ୍ତି, ମୋଦିଜୀଙ୍କ ବିରୋଧରେ ଆସିଥିବା ସମସ୍ତ ମିଥ୍ୟା ଅଭିଯୋଗକୁ ସେ ଦୀର୍ଘ ୧୯ ବର୍ଷ ହେଲା ଚୁପଚାପ ସହ୍ୟ କରିଛନ୍ତି । କେହି ବି ଡ୍ରାମା କରି ନଥିଲେ । କାରଣ ୧୯ ବର୍ଷ ହେଲା ମାମଲାର ବିଚାର ଚାଲିଥିଲା । କି;ୁ ଶୁକ୍ରବାର ସୁପ୍ରିମକୋର୍ଟ ମୋଦିଜୀଙ୍କୁ ମିଳିଥିବା କ୍ଲିନଚିଟକୁ କାଏମ ରଖିଛନ୍ତି ।
ସମସ୍ତ ବରିଷ୍ଠ ନେତା ଦୀର୍ଘ ୧୮ରୁ ୧୯ ବର୍ଷ ହେଲା ଏହି ଲଢ଼େଇ ଲଢ଼ିଛନ୍ତି । କେହି ବି ଏ ସମ୍ପର୍କରେ କେବେ ହେଲେ ମୁହଁ ଖୋଲି ନଥିଲେ । ସମସ୍ତେ ବେଶ ସାହାସିକତାର ସହ ସବୁ ଯନ୍ତ୍ରଣାକୁ ଭଗବାନ ଶଙ୍କରଙ୍କ ବିଷପାନ ଭଳି ସହ୍ୟ କରିଥିଲେ । ମୋଦିଜୀ କେମିତି ସବୁ କିଛିକୁ ସହୁଥିଲେ, ସେକଥା ମୁଁ ବେଶ ପାଖରୁ ଦେଖିଛି ବୋଲି ଶାହ କହିଥିଲେ ।
ତେବେ ଆଜି ସକାଳେ ମୁମ୍ବାଇ ଜୁହୁଠାରେ ତିସ୍ତାଙ୍କ ବାସଭବନରେ ପହଞ୍ଚିଥିଲା ଏଟିଏସ । ସେଠାରୁ ତାଙ୍କୁ ଗିରଫ କରି ଅହମ୍ମଦାବାଦା ଆଣିଛି । ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ତଦନ୍ତ କରୁଥିବା ଏସଆଇଟି ପ୍ରଥମେ ମୋଦିଙ୍କ ସମେତ ମୋଟ ୬୩ ଜଣଙ୍କୁ କ୍ଲିନଚିଟ୍ ଦେଇଥିଲା । ଏହାକୁ ତଳ କୋର୍ଟ ଓ ହାଇକୋର୍ଟ କାଏମ ରଖିଥିଲେ । ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦଙ୍ଗାରେ ପ୍ରାଣ ହରାଇଥିବା କଂଗ୍ରେସ ସାଂସଦ ଏହସାନ ଜାଫ୍ରୀଙ୍କ ପତ୍ନୀ ଜାକିଆ ଜାଫ୍ରୀ । ତେବେ ସୁପ୍ରିମକୋର୍ଟ ଶୁଣାଣି ପାଇଁ ମାମଲା ଯୋଗ୍ୟ ନୁହେଁ ବୋଲି କହି ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ୨୦୦୨ ମସିହା ଫେବୃଆରୀ ୨୮ରେ ଅହମ୍ମଦାବାଦର ଗୁଲବର୍ଗ ସୋସାଇଟିରେ ସୃଷ୍ଟି ହୋଇଥିବା ହିଂସାରେ ଏହସାନ ଜାଫ୍ରୀଙ୍କ ଜୀବନ ଯାଇଥିଲା ।




