ରୋହତକରେ ସଡ଼କ ଦୁର୍ଘଟଣାରେ ୪ ମୃତ

ସୋନିପତ୍‌: ରୋହତକ ଜମ୍ମୁ-କାଟ୍ରା ଏକପ୍ରେସୱେରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଯାଇଛି। ସମସ୍ତ ମୃତକମାନେ ଗୋଟିଏ ଗାଁର। ସେମାନେ ଏକ ବ୍ୟବସାୟିକ ବୈଠକ ପରେ ଶନିବାର ରାତିରେ ରୋହତକ ଫେରୁଥିଲେ। ରୋହତକ ନିକଟରେ ଏକସପ୍ରେସୱେରେ ରାସ୍ତା ମରାମତି କାମ ଚାଲିଥିବାରୁ ରାସ୍ତା ଉପରେ ଏକ ରୋଡ- ରୋଲର ରହିଥିଲା। କାରଟି ରୋଡ-ରୋଲରକୁ ଧକ୍କା ଦେବାରୁ ଚାରି ଜଣଯାକ ଗୁରୁତର ହେବା ସହିତ ସେମାନଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିଚୟ ମିଳିଛି। ସ୍ଥାନୀୟ ଜଣେ […]

ରୋହତକରେ ସଡ଼କ ଦୁର୍ଘଟଣାରେ ୪ ମୃତ
Samaya Live Picture
Published On

ସୋନିପତ୍‌: ରୋହତକ ଜମ୍ମୁ-କାଟ୍ରା ଏକପ୍ରେସୱେରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଯାଇଛି। ସମସ୍ତ ମୃତକମାନେ ଗୋଟିଏ ଗାଁର। ସେମାନେ ଏକ ବ୍ୟବସାୟିକ ବୈଠକ ପରେ ଶନିବାର ରାତିରେ ରୋହତକ ଫେରୁଥିଲେ। ରୋହତକ ନିକଟରେ ଏକସପ୍ରେସୱେରେ ରାସ୍ତା ମରାମତି କାମ ଚାଲିଥିବାରୁ ରାସ୍ତା ଉପରେ ଏକ ରୋଡ- ରୋଲର ରହିଥିଲା। କାରଟି ରୋଡ-ରୋଲରକୁ ଧକ୍କା ଦେବାରୁ ଚାରି ଜଣଯାକ ଗୁରୁତର ହେବା ସହିତ ସେମାନଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିଚୟ ମିଳିଛି। ସ୍ଥାନୀୟ ଜଣେ ନେତାଙ୍କ ପୁଅ ସୋମବୀରଙ୍କ ସହିତ ଅନ୍ୟ ତିନିଜଣଙ୍କର ଏଥିରେ ମୃତ୍ୟୁ ହୋଇଛି।

Tags: