ଦୁର୍ଗାପୂଜା ରେ ଅଘଟଣ,ପେଣ୍ଡାଲରେ ନିଆଁଲାଗି ମୂର୍ତ୍ତିଙ୍କ ସହିତ ୫ ଜଳିଗଲେ ୬୦ ଆହତ

ଲକ୍ଷ୍ନୌ : ପାର୍ବଣ ପାଇଁ ସାରା ଦେଶ ରହିଛି ଉତ୍ସବ ମୁଖର I ମା’ଦଶଭୁଜା ଧରାପୃଷ୍ଠକୁ ଅବତରଣ କରିଛନ୍ତି । ପେଣ୍ଡାଲ ଗୁଡିକରେ ମହାଆଡମ୍ବର ରେ ପୂଜା ପାଉଛନ୍ତି ଦେବୀ ଦୁର୍ଗା । ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ସାର୍ବଜନୀନ ପୂଜାପାଇଁ ଅନୁମତି ମିଳିଛି I ତେଣୁ ମାଙ୍କ ପୂଜାକୁ ଧୂମଧାମରେ ପାଳୁଛନ୍ତି ଲୋକେ । ତେବେ ଏହାରି ଭିତରେ ଘଟିଛି ଯାଇଛି ଏକ ବଡ଼ ଅଘଟଣ । ଘଟଣା ଘଟିଛି ଉତ୍ତର […]

Samaya Live Picture
Published On

ଲକ୍ଷ୍ନୌ : ପାର୍ବଣ ପାଇଁ ସାରା ଦେଶ ରହିଛି ଉତ୍ସବ ମୁଖର I ମା’ଦଶଭୁଜା ଧରାପୃଷ୍ଠକୁ ଅବତରଣ କରିଛନ୍ତି । ପେଣ୍ଡାଲ ଗୁଡିକରେ ମହାଆଡମ୍ବର ରେ ପୂଜା ପାଉଛନ୍ତି ଦେବୀ ଦୁର୍ଗା । ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ସାର୍ବଜନୀନ ପୂଜାପାଇଁ ଅନୁମତି ମିଳିଛି I ତେଣୁ ମାଙ୍କ ପୂଜାକୁ ଧୂମଧାମରେ ପାଳୁଛନ୍ତି ଲୋକେ । ତେବେ ଏହାରି ଭିତରେ ଘଟିଛି ଯାଇଛି ଏକ ବଡ଼ ଅଘଟଣ । ଘଟଣା ଘଟିଛି ଉତ୍ତର ପ୍ରଦେଶ ଭଦୋହି ରେ I ରବିବାର ସନ୍ଧ୍ୟା ସମୟରେ ଆଳତି ହେଉଥିବା ବେଳେ ଅଚାନକ ପୂଜା ପେଣ୍ଡାଲ ରେ ନିଆଁ ଲାଗିଯାଇଥିଲା I କେହି କିଛି ବୁଝିବା ଆଗରୁ ନିଆଁ ଚତୁର୍ଦିଗକୁ ବ୍ୟାପିଯାଇଥିଲା I ଫଳରେ ଘଟଣା ସ୍ଥଳରେ ନିଆଁରେ ମା’ଦୁର୍ଗାଙ୍କ ମୂର୍ତି ସହିତ ୫ ପୋଡି ହୋଇଥିବା ବେଳେ ୬୦ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି ।

ସୂଚନା ମୁତାବକ ଉତ୍ତର ପ୍ରଦେଶର ଭଦୋହୀ ଜିଲ୍ଲା ଓରାଇ ନିକଟ ଏକ ଦୁର୍ଗପୂଜା ପେଣ୍ଡାଲରେ ୩୦୦ ରୁ ଅଧିକ ଲୋକ ଆଳତୀ ଦର୍ଶନ କରୁଥିଲେ । ସେହି ସମୟରେ ପେଣ୍ଡାଲ ରେ ନବରାତ୍ରି ପାଇଁ ଏକ ଡିଜିଟାଲ୍ ସୋ ମଧ୍ୟ ଚାଲିଥିଲା। ଏହି ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ସେଠାରେ ଉପସ୍ଥିତ ଥିବା ଜନସାଧାରଣ ବାହାରିବା ପାଇଁ ଚେଷ୍ଟା କରୁଥିବା ସମୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା I ଦ୍ରୁତ ଗତିରେ ନିଆଁ ବ୍ୟାପିଯିବାରୁ ୩ ନାବାଳକଙ୍କ ସହିତ ୫ ଜଣ ଜଳିଯାଇଥିଲେ I ବାକି ଗୁରୁତର ହୋଇଥିବା ୬୦ ରୁ ଅଧିକ ଲୋକଙ୍କୁ ତୁରନ୍ତ ମେଡିକାଲ ନିଆଯାଇଛି ।

ଜିଲ୍ଲାପାଳ କହିଛନ୍ତି କି ପୂଜା ପାଳନ ନେଇ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିଲେ ବି କେମିତି ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ପରେ ଭଦୋହୀ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚିଥିଲେ। ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ୫୨ ଟି ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା I

ଦୁର୍ଘଟଣା ପରେ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ଆହତମାନେ ଯେପରି ସୁବିଧାରେ ଉନ୍ନତମାନର ଚିକିତ୍ସା ପାଇପାରିବେ, ତାହା ନିଶ୍ଚିତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।