ଗୁଜରାଟରେ ଆପ୍ କୃଷକ ମହାପଞ୍ଚାୟତରେ ପଥର ମାଡ଼ ହୋଇ ୩ ପୁଲିସ ଆହତ
ଅହମଦାବାଦ: ଗୁଜରାଟର ବୋଟାଡ ଜିଲ୍ଲାରେ ରବିବାର ଆପ୍ (ଆମ ଆଦମୀ ପାର୍ଟି) ପକ୍ଷରୁ ଆୟୋଜିତ କୃଷକ ମହାପଞ୍ଚାୟତରେ ପୁଲିସ ଉପରକୁ ପଥର ମାଡ଼ ହୋଇଛି। ଏଥିରେ ୩ ଜଣ ପୁଲିସ ଆହତ ହୋଇଛନ୍ତି। ପଥର ମାଡ଼ ଘଟଣା ପରେ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହିତ ୨୦ ଜଣଙ୍କୁ ଅଟକ ରଖିଛି। ସନ୍ଧ୍ୟାରେ ହଦାଦ ଗାଁରେ ଅନୁଷ୍ଠିତ ହେବାକୁ ଥିବା ଏହି କୃଷକ ମହାପଞ୍ଚାୟତ ପାଇଁ ଅନୁମତି ନିଆଯାଇ ନଥିବା ପୁଲିସ ପକ୍ଷରୁ କୁହାଯାଇଛି। ବଜାରରେ […]
ଅହମଦାବାଦ: ଗୁଜରାଟର ବୋଟାଡ ଜିଲ୍ଲାରେ ରବିବାର ଆପ୍ (ଆମ ଆଦମୀ ପାର୍ଟି) ପକ୍ଷରୁ ଆୟୋଜିତ କୃଷକ ମହାପଞ୍ଚାୟତରେ ପୁଲିସ ଉପରକୁ ପଥର ମାଡ଼ ହୋଇଛି। ଏଥିରେ ୩ ଜଣ ପୁଲିସ ଆହତ ହୋଇଛନ୍ତି। ପଥର ମାଡ଼ ଘଟଣା ପରେ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହିତ ୨୦ ଜଣଙ୍କୁ ଅଟକ ରଖିଛି। ସନ୍ଧ୍ୟାରେ ହଦାଦ ଗାଁରେ ଅନୁଷ୍ଠିତ ହେବାକୁ ଥିବା ଏହି କୃଷକ ମହାପଞ୍ଚାୟତ ପାଇଁ ଅନୁମତି ନିଆଯାଇ ନଥିବା ପୁଲିସ ପକ୍ଷରୁ କୁହାଯାଇଛି। ବଜାରରେ ମନ୍ଦ ଉଦ୍ଦେଶ୍ୟରେ ଏକତ୍ରିତ ହୋଇଥିବାରୁ ସେମାନଙ୍କୁ ସେଠାରୁ ଚାଲି ଯିବାକୁ କୁହାଯିବା ପରେ ସେମାନେ ପୁଲିସ ଉପରକୁ ପଥର ଫିଙ୍ଗିଥିବା ଏସ୍ପି ଧର୍ମେନ୍ଦ୍ର ଶର୍ମା କହିଛନ୍ତି। ଆପ୍ ପକ୍ଷରୁ କୁହାଯାଇଛି ଯେ, ସ୍ଥାନୀୟ ମଣ୍ଡିରେ ଦୁର୍ନୀତି ବିରୋଧରେ ଏହି ମହାପଞ୍ଚାୟତ ଆୟୋଜିତ ହୋଇଥିବାବେଳେ ବହୁ ସଂଖ୍ୟକ ଲୋକ ଏଥିରେ ଭାଗ ନେବାକୁ ଏକାଠି ହୋଇଥିଲେ। ଗୁଜରାଟ ଆପ୍ ଅଧ୍ୟକ୍ଷ ଇସୁଦାନ ଗଢ଼ବୀ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସେମାନଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ କରାଯାଇଛି।




