ଏମସିଡି ଷ୍ଟାଣ୍ଡିଂ କମିଟି ନିର୍ବାଚନ ପୂର୍ବରୁ ପଦ୍ମ ଧରିଲେ ଆପ କାଉନସିଲର
ନୂଆଦିଲ୍ଲୀ : ଆଜି ଶୁକ୍ରବାର (ଫେବୃଆରୀ 24) ଦିଲ୍ଲୀ ମହା ନଗର ନିଗମ (ଏମସିଡିର) ଷ୍ଟାଣ୍ଡିଂ କମିଟିନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ନିର୍ବାଚନ ଠିକ ପୂର୍ବରୁ ଆପ ଛାଡି ପଦ୍ମ ଧରିଛନ୍ତି ବାୱାନା କାଉନସିଲର ପୱନ ସେରାୱତ୍ I ‘ବିଜେପି’ରେ ଯୋଗ ଦେବା ପରେ, ସେରାୱତ୍ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ନଗର ନିଗମ ଗୃହରେ ଗୋଳମାଳ କରିବା ଲାଗି ତାଙ୍କୁ ବାଧ୍ୟ କରାଯାଇଥିଲା । ଏହାଛଡ଼ା, ‘ଆପ୍’ର ରାଜନୀତି ତାଙ୍କୁ ଅଣନିଃଶ୍ୱାସୀ କରିପକାଉଛି ବୋଲି […]
ନୂଆଦିଲ୍ଲୀ : ଆଜି ଶୁକ୍ରବାର (ଫେବୃଆରୀ 24) ଦିଲ୍ଲୀ ମହା ନଗର ନିଗମ (ଏମସିଡିର) ଷ୍ଟାଣ୍ଡିଂ କମିଟିନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ନିର୍ବାଚନ ଠିକ ପୂର୍ବରୁ ଆପ ଛାଡି ପଦ୍ମ ଧରିଛନ୍ତି ବାୱାନା କାଉନସିଲର ପୱନ ସେରାୱତ୍ I ‘ବିଜେପି’ରେ ଯୋଗ ଦେବା ପରେ, ସେରାୱତ୍ ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀ ନଗର ନିଗମ ଗୃହରେ ଗୋଳମାଳ କରିବା ଲାଗି ତାଙ୍କୁ ବାଧ୍ୟ କରାଯାଇଥିଲା ।
ଏହାଛଡ଼ା, ‘ଆପ୍’ର ରାଜନୀତି ତାଙ୍କୁ ଅଣନିଃଶ୍ୱାସୀ କରିପକାଉଛି ବୋଲି ସେ କହିଛନ୍ତି । ନୂଆ ମେୟର ନିର୍ବାଚିତ ହେବାର ଦିନକ ପରେ ଅର୍ଥାତ୍ ଗୁରୁବାର ଦିନ ମଧ୍ୟ ‘ଏମ୍ସିଡି’ ଗୃହରେ ‘ଆପ୍’ ଓ ‘ବିଜେପି’ ନେତାମାନେ ଗୋଳମାଳ କରି ସ୍ଲୋଗାନ୍ ଦେଇଥିଲେ । ତେଣୁ, ଗୃହକୁ ଶୁକ୍ରବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ବୁଧବାର ରାତିଠାରୁ ଏହାକୁ ମିଶାଇ ‘ଏମ୍ସିଡି’ ଗୃହ ୯ଥର ମୁଲତବୀ ରଖାଗଲାଣି । ଭୋଟ୍ ସମୟରେ ମୋବାଇଲ୍ ଫୋନ୍ ସାଥିରେ ଆଣିବା ବିଷୟକୁ କେନ୍ଦ୍ର କରି ‘ବିଜେପି’ ଓ ‘ଆପ୍’ ସଦସ୍ୟମାନଙ୍କ ମଧ୍ୟରେ ମତପାର୍ଥକ୍ୟଜନିତ ବିଶୃଙ୍ଖଳା ଯୋଗୁଁ ଫେବ୍ରୁ୍ଆରି ୨୩ ତାରିଖ ଦିନ ବୈଠକ ଚାଲିବାର ୧ ଘଣ୍ଟା ମଧ୍ୟରେ ‘ଏମ୍ସିଡି’କୁ ମୁଲତବୀ ରଖାଯାଇଥିଲା।




