ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ​​ଆପ ଏବଂ ବିଜେପି କାଉନସିଲର ମୁହାଁମୁହିଁ, ଫେବୃଆରୀ ୨୭କୁ ଘୁଞ୍ଚିଲା ନିର୍ବାଚନ

ନୂଆଦିଲ୍ଲୀ : ହେଇପାରୁନି ଦିଲ୍ଲୀ ଏମସିଡି ଷ୍ଟାଣ୍ଡିଂ କମିଟି ନିର୍ବାଚନ I ଶୁକ୍ରବାର ଏମସିଡିର ସଭାଗୃହରେ ଷ୍ଟାଣ୍ଡିଂ କମିଟି ନିର୍ବାଚନ ହେବାକୁ ଥିବାବେଳେ ଦୁଇ ପରସ୍ପର ବିରୋଧୀ ‘ଆପ’ଓ ‘ବିଜେପି’ଦଳର କାଉନସିଲର ଙ୍କ ମଧ୍ୟରେ ହୋଇଥିଲା ଜୋରଦାର ଲଢେଇ I ନବ ନିର୍ବାଚିତ ମେୟର ଶେଲୀ ଓବରୟ ବିଜେପି କାଉନସିଲରଙ୍କ ଗୋଟିଏ ଭୋଟକୁ ନାକଚ କରି ଦେବାରୁ ଆରମ୍ଭ ହୋଇଥିଲା ଖଣ୍ଡ ଯୁଦ୍ଧ I ଦୁଇ ଦଳର ସଦସ୍ୟମାନେ ଚିତ୍କାର କରିବା ସହ ପରସ୍ପରଙ୍କୁ ଲାତ, ମୁଥ […]

Samaya Live Picture
Published On

ନୂଆଦିଲ୍ଲୀ : ହେଇପାରୁନି ଦିଲ୍ଲୀ ଏମସିଡି ଷ୍ଟାଣ୍ଡିଂ କମିଟି ନିର୍ବାଚନ I ଶୁକ୍ରବାର ଏମସିଡିର ସଭାଗୃହରେ ଷ୍ଟାଣ୍ଡିଂ କମିଟି ନିର୍ବାଚନ ହେବାକୁ ଥିବାବେଳେ ଦୁଇ ପରସ୍ପର ବିରୋଧୀ ‘ଆପ’ଓ ‘ବିଜେପି’ଦଳର କାଉନସିଲର ଙ୍କ ମଧ୍ୟରେ ହୋଇଥିଲା ଜୋରଦାର ଲଢେଇ I ନବ ନିର୍ବାଚିତ ମେୟର ଶେଲୀ ଓବରୟ ବିଜେପି କାଉନସିଲରଙ୍କ ଗୋଟିଏ ଭୋଟକୁ ନାକଚ କରି ଦେବାରୁ ଆରମ୍ଭ ହୋଇଥିଲା ଖଣ୍ଡ ଯୁଦ୍ଧ I ଦୁଇ ଦଳର ସଦସ୍ୟମାନେ ଚିତ୍କାର କରିବା ସହ ପରସ୍ପରଙ୍କୁ ଲାତ, ମୁଥ ଓ ଧକ୍କା ମାରିଥିଲେ। ଏହି ଘଟଣାରେ ମହିଳା କାଉନସିଲର ମଧ୍ୟ ପରସ୍ପର ମଧ୍ୟରେ ମାରପିଟ୍ ହୋଇଥିଲେ । ଏଥିରେ ଅଶୋକ ମନୁ ନାମରେ ଜଣେ କାଉନ୍‌ସିଲର୍‌ ଅଚେତ ହୋଇପଡ଼ିବାରୁ ତାଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଥିଲା।

ଶୁକ୍ରବାର ରାତି ୭ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଉତ୍ତେଜନା ପରେ ଏମସିଡି ମେୟର ଶେଲୀ ଓବରୟ ଫେବୃଆରୀ ୨୭ ରେ ସ୍ଥାୟୀ କମିଟି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ। ସେ ପର୍ଯ୍ୟନ୍ତ ସେ ଗୃହକୁ ସ୍ଥଗିତ ରଖିଛନ୍ତି ।

ଏମସିଡି ଷ୍ଟାଣ୍ଡିଂ କମିଟିର ଭୋଟ୍ ଗଣତି ବେଳେ ଉଭୟ ଦଳ ମଧ୍ୟରେ ହଙ୍ଗାମା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଶୁକ୍ରବାର ଦିନ ଗୁରୁତ୍ବପୂର୍ଣ୍ଣ ୬ଜଣିଆ ସଦସ୍ୟବିଶିଷ୍ଟ ମୁନିସ୍‌ପାଲ୍‌ କମିଟି ମତଦାନ ନିର୍ବାଚନରେ ୨୫୦ କାଉନସିଲରଙ୍କ ମଧ୍ୟରୁ ୨୪୨ ଜଣ ମତଦାନ କରିଥିଲେ । ଏଥିରେ କଂଗ୍ରେସର ୮ଜଣ କାଉନସିଲର ଭୋଟ୍ ଦେଇନାହାନ୍ତି । କିନ୍ତୁ ଯେତେବେଳେ ଭୋଟ୍ ଗଣତି ଆରମ୍ଭ ହେଲା, ମେୟର ଗୋଟିଏ ଭୋଟକୁ ନାକଚ କରିଦେଇଥିଲେ, ଯାହାକୁ ବିଜେପି ବିରୋଧ କରିଥିଲା । ବିଜେପି ଦାବି କରିଛି ଯେ ନିର୍ବାଚନ ଆୟୋଗର ଅଧିକାରୀମାନେ ଷ୍ଟାଣ୍ଡିଂ କମିଟିର ଉଭୟ ଦଳରୁ ତିନି ତିନି ଜଣ ସଦସ୍ୟଙ୍କୁ ଚୟନ କରିଥିଲେ କିନ୍ତୁ ମେୟର ଶେଲୀ ଓବରୟ ଗୋଟିଏ ଭୋଟ୍ କୁ ଅବୈଧ ଘୋଷଣା କରିଦେଇଥିଲେ I ଏହି ଘଟଣାକୁ ନେଇ ଆପ୍‌ ଓ ବିଜେପି କାଉନସିଲରଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଥିଲା।

Tags: