ବିହାର ଶିକ୍ଷା ମନ୍ତ୍ରୀଙ୍କ ଜିଭ କାଟିଲେ ୧୦ କୋଟି ଟଙ୍କା ପୁରସ୍କାର ମିଳିବ
ବିହାର : ରାମଚରିତମାନସ ଉପରେ ବିବାଦୀୟ ବିବୃତ୍ତିକୁ ନେଇ କ୍ଷୁବ୍ଧ ହେଲେ ଅଯୋଧ୍ୟାର ମହନ୍ତ ଜଗଦଗୁରୁ ପରମହଂସ I ଆଚାର୍ଯ୍ୟ ବିହାର ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ରାମଚରିତମାନ୍ସଙ୍କ ବିରୋଧ କରିଛନ୍ତି । ଅଯୋଧ୍ୟାର ମହନ୍ତ ଜଗଦଗୁରୁ ପରମହଂସ ଘୋଷଣା କରିଛନ୍ତି ଯେ ଯିଏ ବିହାରର ଶିକ୍ଷା ମନ୍ତ୍ରୀଙ୍କ ଜିଭ କାଟିବ, ସେ ତାଙ୍କୁ ୧୦ କୋଟି ଟଙ୍କା ପୁରସ୍କାର ଦେବେ । ନୀତୀଶ କୁମାରଙ୍କ ସରକାରରେ ମନ୍ତ୍ରୀ ଥିବା ଆରଜେଡି ନେତା ଚନ୍ଦ୍ରଶେଖର ନାଳନ୍ଦା ଓପନ ବିଶ୍ୱବିଦ୍ୟାଳୟର […]
ବିହାର : ରାମଚରିତମାନସ ଉପରେ ବିବାଦୀୟ ବିବୃତ୍ତିକୁ ନେଇ କ୍ଷୁବ୍ଧ ହେଲେ ଅଯୋଧ୍ୟାର ମହନ୍ତ ଜଗଦଗୁରୁ ପରମହଂସ I ଆଚାର୍ଯ୍ୟ ବିହାର ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ରାମଚରିତମାନ୍ସଙ୍କ ବିରୋଧ କରିଛନ୍ତି । ଅଯୋଧ୍ୟାର ମହନ୍ତ ଜଗଦଗୁରୁ ପରମହଂସ ଘୋଷଣା କରିଛନ୍ତି ଯେ ଯିଏ ବିହାରର ଶିକ୍ଷା ମନ୍ତ୍ରୀଙ୍କ ଜିଭ କାଟିବ, ସେ ତାଙ୍କୁ ୧୦ କୋଟି ଟଙ୍କା ପୁରସ୍କାର ଦେବେ । ନୀତୀଶ କୁମାରଙ୍କ ସରକାରରେ ମନ୍ତ୍ରୀ ଥିବା ଆରଜେଡି ନେତା ଚନ୍ଦ୍ରଶେଖର ନାଳନ୍ଦା ଓପନ ବିଶ୍ୱବିଦ୍ୟାଳୟର ୧୫ତମ ସମ୍ମାବର୍ତ୍ତନ ଉତ୍ସବରେ ଯୋଗ ଦେଇ କହିଥିଲେ “ସମାଜର ପଛୁଆ ବର୍ଗର ଲୋକ ଶିକ୍ଷିତ ହେଲେ ସେମାନେ ବିଷାକ୍ତ ହୋଇଯିବେ ବୋଲି ରାମଚରିତମାସନରେ କୁହାଯାଇଛି। ତେଣୁ ଏହାକୁ ବିରୋଧ କରାଯାଉଥିଲା। ରାମଚରିତମାନସ, ମନୁସ୍ମୃତି ଓ ଏମଏସ୍ ଗୋଲୱାଲକରଙ୍କ ବିଚାରଧାରା ସମାଜରେ ଭେଦଭାବ ସୃଷ୍ଟି କରୁଥିଲା। ପ୍ରେମ ଓ ଭଲ ପାଇବା ହିଁ ଗୋଟିଏ ଦେଶକୁ ମହାନ କରେ। ରାମଚରିତମାନସ, ମନୁସ୍ମୃତି ଓ କିଛି ବିଚାରଧାରା କେବଳ ବିଷମଞ୍ଜି ବୁଣେ ଓ ସମାଜକୁ ଭାଗଭାଗ କରେ। ଏହି କାରଣ ପାଇଁ ଲୋକମାନେ ମନୁସ୍ମୃତିକୁ ଜାଳିଥିଲେ ଓ ରାମଚରିତମାନସର କିଛି ଅଂଶକୁ ବାଦ ଦେଇଥିଲେ। ଏହି ଅଂଶରେ ଦଳିତ ଓ ପଛୁଆ ବର୍ଗର ଶିକ୍ଷାକୁ ବିରୋଧ କରାଯାଇଥିଲା।”
ବିହାର ଶିକ୍ଷାମନ୍ତ୍ରୀ ଙ୍କ ଏହି ବିବାଦୀୟ ବିବୃତ୍ତିକୁ ନେଇ ସାରା ଦେଶରେ ବିରୋଧର ସ୍ୱର ଉଠିଛି I ମନ୍ତ୍ରୀଙ୍କ ଭାଷଣ ସମସ୍ତ ହିନ୍ଦୁ ସନାତନ ଧର୍ମୀଙ୍କୁ ଆଘାତ ଦେଇଛି I ଏହା ସମସ୍ତ ସନାତନଙ୍କ ପାଇଁ ଅପମାନ। ମହନ୍ତ ପରମହଂସ କହିଛନ୍ତି ମନ୍ତ୍ରୀଙ୍କର ଏହି ବିବୃତ୍ତିରେ ମୁଁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରୁଛି। ତାଙ୍କୁ ଏକ ସପ୍ତାହ ମଧ୍ୟରେ ମନ୍ତ୍ରୀ ପଦରୁ ବହିଷ୍କାର କରାଯିବା ଉଚିତ୍। ଏହା ସହ ସେ କ୍ଷମା ମାଗିବା ଉଚିତ୍, ସେ ଯଦି ଏହା ନକରନ୍ତି ଯିଏ ତାଙ୍କ ଜିଭ କାଟି ଆଣିବ ମୁ ତାଙ୍କୁ ୧୦ କୋଟି ଟଙ୍କାର ପୁରସ୍କାର ଦେବି I
ସେହିପରି ରାମଚରିତମାନସ ଉପରେ ଚନ୍ଦ୍ରଶେଖରଙ୍କ ଏପରି ବୟାନକୁ ଭାରତୀୟ ଜନତା ପାର୍ଟି(ବିଜେପି) ବିରୋଧ କରିଛି। ଦଳର ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, “ଆରଜେଡିରୁ ବିହାରର ଶିକ୍ଷାମନ୍ତ୍ରୀ ହୋଇଥିବା ଚନ୍ଦ୍ରଶେଖର କହିଛନ୍ତି ରାମଚରିତମାନସ ଘୃଣାର ପ୍ରଚାର କରୁଥିଲା।




