ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟିଏ ପରିବାରର ୬ମୃତ

ହରିୟଣା : ରୋଷେଇ ସମୟରେ ସିଲିଣ୍ଡର ବ୍ଲାଷ୍ଟ୍ ହେବାରୁ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଯାଇଛି । ଆଜି ସକାଳେ ଏଭଳି ଦୁଖଦଃ ଘଟଣା ଘଟିଛି ହରିଆଣାର ପାନିପଥ ଜିଲ୍ଲାରେ I ନିଆଁ ଲାଗିବା ପରେ ପରିବାର ସଦସ୍ୟ ମାନେ ଘର ଭିତରୁ ବାହାରିବାକୁ ଚେଷ୍ଟା କରିଥିଲେ ,କିନ୍ତୁ କୌଣସି କାରଣରୁ କବାଟ ଖୋଲି ନ ଥିଲା I ଫଳରେ ପୋଡି ହୋଇ ୬ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା ଇ ମୃତକ ମାନଙ୍କ ମଧ୍ୟରେ ୪ […]

Samaya Live Picture
Published On

ହରିୟଣା : ରୋଷେଇ ସମୟରେ ସିଲିଣ୍ଡର ବ୍ଲାଷ୍ଟ୍ ହେବାରୁ ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ ହୋଇଯାଇଛି । ଆଜି ସକାଳେ ଏଭଳି ଦୁଖଦଃ ଘଟଣା ଘଟିଛି ହରିଆଣାର ପାନିପଥ ଜିଲ୍ଲାରେ I ନିଆଁ ଲାଗିବା ପରେ ପରିବାର ସଦସ୍ୟ ମାନେ ଘର ଭିତରୁ ବାହାରିବାକୁ ଚେଷ୍ଟା କରିଥିଲେ ,କିନ୍ତୁ କୌଣସି କାରଣରୁ କବାଟ ଖୋଲି ନ ଥିଲା I ଫଳରେ ପୋଡି ହୋଇ ୬ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା ଇ ମୃତକ ମାନଙ୍କ ମଧ୍ୟରେ ୪ ଜଣ ଶିଶୁ ଥିଲେ I
ସୂଚନା ଅନୁସାରେ, ପାନିପତ୍‌ ତହସିଲ କ୍ୟାମ୍ପ ଅଞ୍ଚଳରେ ଏକ ପରିବାର ଭଡ଼ାରେ ରହୁଥିଲେ। ‌ଆଜି ସକାଳେ ଖାଇବା ପ୍ରସ୍ତୁତ ବେଳେ ହଠାତ୍‌ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ଖବରପାଇ ପୋଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ୍‌ ମୃତଦେହ ଉଦ୍ଧାର ସହ ଘଟଣାର ଛାନ୍‌ଭିନ୍‌ ଚଳାଇଛି।