ଜୈନ ସାନ୍ୟାସିନୀ ହେଲେ ହୀରା ବ୍ୟବସାୟୀଙ୍କ ୯ ବର୍ଷର ଝିଅ

ଗୁଜରାଟ : ସଂସାରକୁ ଚିହ୍ନିବା ଆଗରୁ ସାଂସାରିକ ମୋହ ମାୟା ଠାରୁ ଦୂରେଇଗଲେ ମାତ୍ର ୯ ବର୍ଷର ଜଣେ ଝିଅ I ଗୁଜରାଟର ପ୍ରଖ୍ୟାତ ହୀରା ବ୍ୟବସାୟୀଙ୍କ ବଡ଼ ଝିଅ ଦେବଂIଶୀ ସାଂସାରିକ ସୁଖକୁ ତୁଚ୍ଛ କରି ଗ୍ରହଣ କରିଛନ୍ତି ଜୈନ ଧର୍ମ I ଶତାଧିକ ଲୋକଙ୍କ ଉପସ୍ଥିତିରେ ସୁରଟର ଭେସୁ ଅଞ୍ଚଳରେ ଥିବା ଏକ ସ୍ଥାନରେ ଜୈନ ଦୀକ୍ଷା ଗ୍ରହଣ କରିଥିଲେ ଦେବଂଶୀ I ସନ୍ନ୍ୟାସିନୀ ହୋଇଥିବା ୯ ବର୍ଷର ଦେବାଂଶୀ ହେଉଛନ୍ତି ଧନେଶ ଓ […]

Samaya Live Picture
Published On

ଗୁଜରାଟ : ସଂସାରକୁ ଚିହ୍ନିବା ଆଗରୁ ସାଂସାରିକ ମୋହ ମାୟା ଠାରୁ ଦୂରେଇଗଲେ ମାତ୍ର ୯ ବର୍ଷର ଜଣେ ଝିଅ I ଗୁଜରାଟର ପ୍ରଖ୍ୟାତ ହୀରା ବ୍ୟବସାୟୀଙ୍କ ବଡ଼ ଝିଅ ଦେବଂIଶୀ ସାଂସାରିକ ସୁଖକୁ ତୁଚ୍ଛ କରି ଗ୍ରହଣ କରିଛନ୍ତି ଜୈନ ଧର୍ମ I

ଶତାଧିକ ଲୋକଙ୍କ ଉପସ୍ଥିତିରେ ସୁରଟର ଭେସୁ ଅଞ୍ଚଳରେ ଥିବା ଏକ ସ୍ଥାନରେ ଜୈନ ଦୀକ୍ଷା ଗ୍ରହଣ କରିଥିଲେ ଦେବଂଶୀ I ସନ୍ନ୍ୟାସିନୀ ହୋଇଥିବା ୯ ବର୍ଷର ଦେବାଂଶୀ ହେଉଛନ୍ତି ଧନେଶ ଓ ଅମୀ ସଙ୍ଘଭୀଙ୍କ ବଡ଼ ଝିଅ। ସେ ଜୈନ ସନ୍ନ୍ୟାସୀ ଆଚାର୍ଯ୍ୟ ବିଜୟ କୀର୍ତ୍ତ୍ୟାଶୁରୀଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି। ଏବେ ଠାରୁ ଜଣେ ଜୈନ ଭିକ୍ଷୁ ଭାବେ ଜୀବନ ବିତାଇବେ ଦେବାଂଶୀ ।

ଦେବାଂଶୀଙ୍କ ବାପା ହେଉଛନ୍ତି ସଂଘବୀ ଆଣ୍ଡ ସନ୍ସ କମ୍ପାନୀର ମାଲିକ । ଏହି କମ୍ପାନୀ ଗୁଜରାଟର ଏକ ପ୍ରମୁଖ ହୀରା ପଲିସ୍ ଓ ରପ୍ତାନୀ କମ୍ପାନୀ । ସେ ଦୀର୍ଘ ୩୦ ବର୍ଷ ହେଲା ହୀରା ବ୍ୟବସାୟ କରି ଆସୁଛନ୍ତି। ସୁରତର ଅନ୍ୟତମ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ସଙ୍ଘଭୀଙ୍କ ଝିଅ ଦେବାଂଶୀଙ୍କ ଏପରି ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି। ଏପରି କି ସେ ଅନ୍ୟ ସାଧୁସନ୍ଥଙ୍କ ସହ ଦୀର୍ଘ ୭୦୦ କିମି ରାସ୍ତା ମଧ୍ୟ ଚାଲିଥିଲେ। ତାଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିଲେ ମଧ୍ୟ ଦେବାଂଶୀ ୫ଟି ଭାଷାରେ କଥାବାର୍ତ୍ତା କରିବା ଜାଣିଛନ୍ତି। ଛୋଟ ପିଲାଟିର ଏପରି ପଦକ୍ଷେପକୁ କିଛି ଜଣ ସମର୍ଥନ କରିଥିବା ବେଳେ ଆଉ କିଛି ନାସପନ୍ଦ କରିଛନ୍ତି। ଦେବାଂଶୀଙ୍କ ସାନ ଭଉଣୀ ମଧ୍ୟ ରହିଛନ୍ତି। ତାଙ୍କୁ ୪ ବର୍ଷ।