ଝୁଲାପୋଲ ଭୁଶୁଡିବା ଘଟଣାରେ ୯ ଜଣ ଗିରଫ,ନଭେମ୍ବର ୨ ରେ ରାଜ୍ୟବ୍ୟାପୀ ଶୋକ ପାଳନ
ନୂଆଦିଲ୍ଲୀ : ରବିବାର ସନ୍ଧ୍ୟାରେ ଗୁଜୁରାଟ ର ମୋର୍ବି ଜିଲ୍ଲାରେ ଘଟିଯାଇଛି ମର୍ମନ୍ତୁଦ ଝୁଲାପୋଲ ଦୁର୍ଘଟଣା I ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨ ରେ ଗୁଜୁରାଟରେ ବ୍ରିଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ରାଜ୍ୟବ୍ୟାପୀ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ରାଜ୍ୟରେ ସମସ୍ତ ସରକାରୀ ଦପ୍ତରରେ ଜାତୀୟ ପତାକା ଅର୍ଦ୍ଧନିମୀଳିତ ରହିବା ସହିତ କୌଣସି ଉତ୍ସବ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ଗୁଜରାଟର […]
ନୂଆଦିଲ୍ଲୀ : ରବିବାର ସନ୍ଧ୍ୟାରେ ଗୁଜୁରାଟ ର ମୋର୍ବି ଜିଲ୍ଲାରେ ଘଟିଯାଇଛି ମର୍ମନ୍ତୁଦ ଝୁଲାପୋଲ ଦୁର୍ଘଟଣା I ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨ ରେ ଗୁଜୁରାଟରେ ବ୍ରିଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ ରାଜ୍ୟବ୍ୟାପୀ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ରାଜ୍ୟରେ ସମସ୍ତ ସରକାରୀ ଦପ୍ତରରେ ଜାତୀୟ ପତାକା ଅର୍ଦ୍ଧନିମୀଳିତ ରହିବା ସହିତ କୌଣସି ଉତ୍ସବ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ।
ଗୁଜରାଟର ମୋର୍ବିରେ ଝୁଲାପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୧୪୧ ରେ ପହଁଚିଛି ଇ ବର୍ତ୍ତମାନ ଯାଏଁ ନିଖୋଜ ଥିବା ବ୍ୟକ୍ତିଙ୍କର ଅନୁସନ୍ଧାନ ଜାରି ରହିଛି I ସେହିପରି ଏହି ଭୟଙ୍କର ଘଟଣାରେ ଗୁଜରାଟ ପୁଲିସ୍ ୯ ଜଣଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ବ୍ରିଜ୍ ମରାମତି ପାଇଁ ଠିକା ନେଇଥିବା କମ୍ପାନୀ ସହ ଜଡ଼ିତ। ଏମାନଙ୍କ ମଧ୍ୟରେ ଠିକ ନେଇଥିବା କମ୍ପାନୀ ଓରେଭା ମ୍ୟାନେଜର ଙ୍କ ସହିତ, ଟିକେଟ୍ କଲେକ୍ଟର, ବ୍ରିଜ୍ ମରାମତି କରିଥିବା କଣ୍ଟ୍ରାକ୍ଟର ଓ ୩ ଜଣ ସିକ୍ୟୁରିଟି ଗାର୍ଡ ଅଛନ୍ତି । ଗିରଫଦାରୀ ପୂର୍ବରୁ ସମସ୍ତଙ୍କୁ ଦୀର୍ଘ ଘଣ୍ଟା ଧରି ପୁଲିସ୍ ଜେରା କରିଥିଲା।
ସୂଚନାଅନୁସାରେ , ଗତ ରବିବାର ସଂଧ୍ୟା ୬ଟା ୪୦ମିନିଟରେ ମଛୁ ନଦୀ ଉପରେ ଥିବା ବ୍ରିଟିଶ ଅମଳର ଝୁଲାପୋଲ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ରବିବାର ଓ ଛଠ୍ ପୂଜା ପାଇଁ ଜମିଥିଲା ଲୋକଙ୍କ ଭିଡ଼। ଝୁଲା ପୋଲ ଉପରେ ଅଧିକ ଲୋକ ହେବାରୁ ଭାର ସମ୍ଭାଳି ନପାରି ଛିଡ଼ି ପଡ଼ିଥିଲା। ଦୁର୍ଘଟଣା ବେଳେ ପୋଲ ଉପରେ ପ୍ରାୟ ୪ଶହ ଲୋକ ଥିଲେ। ପାଣିରେ ପଡ଼ିବା ପରେ କିଛି ଲୋକ ବ୍ରିଜ୍ କେବଲକୁ ଧରି ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ। ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ ମିଳିଛି। ବ୍ରିଜ ଉପରେ ମଉଜ କରୁଥିବାରୁ ଛିଡ଼ି ପଡ଼ିଛି ପୋଲ। ଆଜି ମୋରବୀ ଗସ୍ତ କରି ବ୍ରିଜ ଅନୁଧ୍ୟାନ କରିବା ସହ ହସ୍ପିଟାଲରେ ଗୁରୁତରଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ।




