ନଏଡାରେ ନକଲି ଇଣ୍ଟରପୋଲ ଅଫିସ୍‌ ଠାବ

ନୋଏଡା : ଦିଲ୍ଲୀ ପୁଲିସ ନଏଡାରେ ଚାଲିଥିବା ଏକ ନକଲି ଇଣ୍ଟରପୋଲ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) କାର୍ଯ୍ୟାଳୟ ଠାବ କରିଛି। ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ପୂର୍ବତନ ଟିଏମ୍‌ସି ନେତା ଏହି ରୢାକେଟ୍‌ର ମୁଖ୍ୟ ସଂଚାଳକ ବୋଲି ଜଣାପଡ଼ିଛି। ତୃଣମୂଳ କଂଗ୍ରେସ ନେତା ବିଭାସ ଅଧିକାରୀ ଓ ତାଙ୍କ ପୁଅ ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିବା ପରେ ଉଭୟଙ୍କୁ ଗିରଫ କରାଯାଇଛି। ବିଭାସ ପଶ୍ଚିମବଙ୍ଗର ବୀରଭୂମରେ ଦଳର ବ୍ଲକ୍‌ ମୁଖ୍ୟ ଥିଲେ। […]

ନଏଡାରେ ନକଲି ଇଣ୍ଟରପୋଲ ଅଫିସ୍‌ ଠାବ
Samaya Live Picture
Published On

ନୋଏଡା : ଦିଲ୍ଲୀ ପୁଲିସ ନଏଡାରେ ଚାଲିଥିବା ଏକ ନକଲି ଇଣ୍ଟରପୋଲ ଓ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) କାର୍ଯ୍ୟାଳୟ ଠାବ କରିଛି। ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ପୂର୍ବତନ ଟିଏମ୍‌ସି ନେତା ଏହି ରୢାକେଟ୍‌ର ମୁଖ୍ୟ ସଂଚାଳକ ବୋଲି ଜଣାପଡ଼ିଛି। ତୃଣମୂଳ କଂଗ୍ରେସ ନେତା ବିଭାସ ଅଧିକାରୀ ଓ ତାଙ୍କ ପୁଅ ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିବା ପରେ ଉଭୟଙ୍କୁ ଗିରଫ କରାଯାଇଛି। ବିଭାସ ପଶ୍ଚିମବଙ୍ଗର ବୀରଭୂମରେ ଦଳର ବ୍ଲକ୍‌ ମୁଖ୍ୟ ଥିଲେ। ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତି ପରେ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତରୁ ବର୍ତ୍ତିବା ପାଇଁ ସେ ନଏଡାରେ ଆସି ରହୁଥିଲେ। ସେଠାରେ ସେ ତାଙ୍କ ସହଯୋଗୀଙ୍କ ସହ ମିଶି ନକଲି ଇଣ୍ଟରପୋଲ୍‌ ଓ ଆଇବି କାର୍ଯ୍ୟାଳୟ ସ୍ଥାପନ କରି ଲୋକଙ୍କୁ ଲୁଟୁଥିଲେ। ପଶ୍ଚିମବଙ୍ଗରେ ସେ କିଛି ଲୋକଙ୍କୁ ମିଥ୍ୟା ନୋଟିସ ପଠାଇବା ସହ ଆନ୍ତର୍ଜାତିକ ଆଇନର ଧମକ ଦେଇ ଅର୍ଥ ଆଦାୟ କରୁଥିଲେ। ଲୋକଙ୍କଠାରୁ ଅର୍ଥ ଆଦାୟ ବେଳେ କେହି ଯେପରି ସନ୍ଦେହ କରିବେନି ସେଥିପାଇଁ ସେ ଗାଡ଼ିରେ ଇଣ୍ଟରପୋଲର ନକଲି ଷ୍ଟିକର ବ୍ୟବହାର କରୁଥି‌ଲା। ପୁଲିସ ଉକ୍ତ ନକଲି କାର୍ଯ୍ୟାଳୟରୁ ବିଭିନ୍ନ ଜାଲ ପରିଚୟ ପତ୍ର, ସାଇନବୋର୍ଡ଼, ମୋବାଇଲ ଫୋନ ଓ ନଗଦ ଅର୍ଥ ଜବତ କରିଥିଲା।

Tags: