ଟଳିଲେ ୮ ହାର୍ଡକୋର ମାଓବାଦୀ
ଝାରଖଣ୍ଡ : ସୁରକ୍ଷାବାହିନୀଙ୍କୁ ପୁଣି ଏକ ସଫଳତା । ଏନକାଉଣ୍ଟରରେ ଟଳିଲେ ୮ ମାଓବାଦୀ । ଓଡିଶା ସୀମାନ୍ତ ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ଏହି ଏନକାଉଣ୍ଟର ଘଟିଛି । ଲୁଗୁ ପାହାଡ଼ରେ ମାଓବାଦୀ ଲୁଚିଥିବା ନେଇ ସୁରକ୍ଷାବାହିନୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ଆଧାରରେ ପାହାଡ଼କୁ ଘେରି ଯାଇ ଅତର୍କିତ ଗୁଳି ଚଳାଇଥିଲେ ସୁରକ୍ଷା ବାହିନୀ । ଏହି ସମୟରେ ନକ୍ସଲ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ତେବେ ସୁରକ୍ଷା ବାହିନୀଙ୍କ ଗୁଳିରେ ୮ […]
ଝାରଖଣ୍ଡ : ସୁରକ୍ଷାବାହିନୀଙ୍କୁ ପୁଣି ଏକ ସଫଳତା । ଏନକାଉଣ୍ଟରରେ ଟଳିଲେ ୮ ମାଓବାଦୀ । ଓଡିଶା ସୀମାନ୍ତ ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ଏହି ଏନକାଉଣ୍ଟର ଘଟିଛି । ଲୁଗୁ ପାହାଡ଼ରେ ମାଓବାଦୀ ଲୁଚିଥିବା ନେଇ ସୁରକ୍ଷାବାହିନୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ଆଧାରରେ ପାହାଡ଼କୁ ଘେରି ଯାଇ ଅତର୍କିତ ଗୁଳି ଚଳାଇଥିଲେ ସୁରକ୍ଷା ବାହିନୀ । ଏହି ସମୟରେ ନକ୍ସଲ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ତେବେ ସୁରକ୍ଷା ବାହିନୀଙ୍କ ଗୁଳିରେ ୮ ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ନକ୍ସଲଙ୍କ ମଧ୍ୟରେ ବିବେକ ସ୍କ୍ୱାଡ୍ ସାମିଲ୍ ଅଛି । ଯାହାଙ୍କ ନାଁରେ ଥିଲା ୧ କୋଟିର ପୁରସ୍କାର ରାଶି । ଘଟଣାସ୍ଥଳରୁ ଗୋଟିଏ INSAS ରାଇଫଲ୍, ଗୋଟିଏ ସେଲ୍ଫ-ଲୋଡିଂ ରାଇଫଲ୍ ଓ ବିସ୍ଫୋରକ ସାମଗ୍ରୀ ବି ଜବତ କରାଯାଇଛି ।
ସୋମବାର ସକାଳେ ବୋକାରୋର ଲାଲପାଣି ଥାନା ଅଞ୍ଚଳ ଅନ୍ତର୍ଗତ ମୁଣ୍ଡା ଟୋଲି ଓ ସୋସୋ ନିକଟରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି । ସୁରକ୍ଷାବାହିନୀଙ୍କ ପକ୍ଷରୁ ମୃତମାଓବାଦୀଙ୍କୁ ଙ୍କୁ ମଧ୍ୟ ଚିହ୍ନଟ କରାଯାଉଛି।




