ଚୀନ୍ ସୀମା ନିକଟରେ ୭୫ଟି ପ୍ରକଳ୍ପ ଉଦ୍ଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ
ଦିଲ୍ଲୀ :ଚୀନ ଓ ପାକିସ୍ତାନରେ ସୀମାରେ ସାମରିକ ଭିତ୍ତିଭୂମିକୁ ସୁଦୃଢ କରିବାକୁ ଯାଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୭୫ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ବିଆରଓର ମହାନିର୍ଦ୍ଦେଶକ ଲେପ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ ଉପସ୍ଥିତ ରହିଥିଲେ । ସୀମା ସଡ଼କ ସଂଗଠନ (ବିଆରଓ) ପକ୍ଷରୁ ଏସବୁ ପ୍ରକଳ୍ପ ନିର୍ମାଣ କରାଯାଇଛି । ଉଦଘାଟିତ ହୋଇଥିବା ୭୫ଟି ପ୍ରକଳ୍ପ ମଧ୍ୟରୁ ୪୪ଟି ପୋଲ, ୨୮ଟି ସଡ଼କ,୨ଟି ହେଲିପ୍ୟାଡ୍ ଓ ଗୋଟିଏ ଜିରୋ କାର୍ବନ […]
ଦିଲ୍ଲୀ :ଚୀନ ଓ ପାକିସ୍ତାନରେ ସୀମାରେ ସାମରିକ ଭିତ୍ତିଭୂମିକୁ ସୁଦୃଢ କରିବାକୁ ଯାଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୭୫ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ବିଆରଓର ମହାନିର୍ଦ୍ଦେଶକ ଲେପ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ ଉପସ୍ଥିତ ରହିଥିଲେ । ସୀମା ସଡ଼କ ସଂଗଠନ (ବିଆରଓ) ପକ୍ଷରୁ ଏସବୁ ପ୍ରକଳ୍ପ ନିର୍ମାଣ କରାଯାଇଛି ।

ଉଦଘାଟିତ ହୋଇଥିବା ୭୫ଟି ପ୍ରକଳ୍ପ ମଧ୍ୟରୁ ୪୪ଟି ପୋଲ, ୨୮ଟି ସଡ଼କ,୨ଟି ହେଲିପ୍ୟାଡ୍ ଓ ଗୋଟିଏ ଜିରୋ କାର୍ବନ ହାବିଟାଟ୍ (ଅଙ୍ଗାରକ-ଶୂନ୍ୟ ବାସସ୍ଥାନ) ରହିଛି । ୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ଏସବୁ ପ୍ରକଳ୍ପ ଅବସ୍ଥିତ । ଉଦ୍ଘାଟନ ହୋଇଥିବା ସଡ଼କ, ପୋଲ ଓ ହେଲିପ୍ୟାଡ ମଧ୍ୟରୁ ଅଧିକାଂଶ ଚୀନ ସୀମାରେ ଅବସ୍ଥିତ । ଅଳ୍ପ କେତୋଟି ପାକିସ୍ତାନ ସୀମାରେ ଅବସ୍ଥିତ । ଏସବୁ ଅଞ୍ଚଳରେ ହିଁ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ନିୟମିତ ବିବାଦ ଜାରି ରହୁଛି । ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ଭାରତୀୟ ସେନାର ଯବାନ, ଟ୍ୟାଙ୍କ ଓ ଯୁଦ୍ଧଯାନ ସହଜରେ ସୀମାନ୍ତ ଅଞ୍ଚଳକୁ ପ୍ରବେଶ କରିପାରିବେ ।




