୫ ଦିନରେ ୭୫ କିଲୋମିଟର୍ ଦୀର୍ଘ ରାଜପଥ ନିର୍ମାଣ
ନୂଆଦିଲ୍ଲୀ: ଜୁନ ୮: ମାତ୍ର ୫ ଦିନରେ ୭୫ କିଲୋମିଟର୍ ଦୀର୍ଘ ରାଜପଥ ନିର୍ମାଣ କରି ନ୍ୟାସନାଲ୍ ହାଇେୱ ଅଥରିଟି ଅଫ୍ ଇଣ୍ଡିଆ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍ରେ ନାଁ କରିଛି ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି । ଏନଏଚଏଆଇ ୧୦୫ ଘଣ୍ଟା ୩୩ ମିନିଟ୍ ଅଥବା ୫ ଦିନରୁ କମ୍ ସମୟ ମଧ୍ୟରେ ମହାରାଷ୍ଟ୍ରର ଅମରାବତୀ ଓ ଅକୋଲା ମଧ୍ୟରେ ଥିବା […]
ନୂଆଦିଲ୍ଲୀ: ଜୁନ ୮: ମାତ୍ର ୫ ଦିନରେ ୭୫ କିଲୋମିଟର୍ ଦୀର୍ଘ ରାଜପଥ ନିର୍ମାଣ କରି ନ୍ୟାସନାଲ୍ ହାଇେୱ ଅଥରିଟି ଅଫ୍ ଇଣ୍ଡିଆ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ୍ରେ ନାଁ କରିଛି ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି । ଏନଏଚଏଆଇ ୧୦୫ ଘଣ୍ଟା ୩୩ ମିନିଟ୍ ଅଥବା ୫ ଦିନରୁ କମ୍ ସମୟ ମଧ୍ୟରେ ମହାରାଷ୍ଟ୍ରର ଅମରାବତୀ ଓ ଅକୋଲା ମଧ୍ୟରେ ଥିବା ୫୩ ନମ୍ବର ରାଜପଥର ୭୫ କିଲୋମିଟର ଯାଏ ପିଚୁ ରାସ୍ତା ନିର୍ମାଣ କରିଛି । ଶ୍ରୀ ଗଡକାରୀ କହିଛନ୍ତି ଯେ ଅମରାବତୀ ଓ ଅକୋଲା ମଧ୍ୟରେ ଥିବା ୫୩ ନମ୍ବର ରାଜପଥରୁ ୭୫ କିଲୋମିଟର ଯାଏଁ ପିଚୁ ରାସ୍ତା ନିର୍ମାଣ କରି ଗିନିଜ୍ ୱାଲର୍ଡ ରେକର୍ଡ କରିଥିବା ଆମ ଦକ୍ଷ ଏନଏଚଏଆଇ ଅଧିକାରୀ ଟିମ୍, ପରାମର୍ଶଦାତା ତଥା ଜମି ଜୋଗାଣକାରୀ ରାଜପଥ ଇନଫ୍ରାନ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଜଗଦୀଶ କଦମଙ୍କୁ ଅଭିନନ୍ଦନ ଜଣାଇ ଜଣାଉଛି । ଏହି ଅସାଧାରଣ କୃତୀତ୍ୱ ହାସଲ ନିମନ୍ତେ ଦିନରାତି ପରିଶ୍ରମ କରିଥିବା ଇଞ୍ଜିନିୟର୍ ଏବଂ ଶ୍ରମିକମାନଙ୍କୁ ବିଶେଷ ଧନ୍ୟବାଦ । ରାଜପଥ ଇନଫ୍ରାକନ୍ ନାମରେ ଜଣେ ଘରୋଇ କଣ୍ଟ୍ରାକଫର୍ ଜୁନ୍ ୩ ତାରିଖ ସକାଳ ୬ଟା ବେଳେ ଉକ୍ତ ରାସ୍ତାକାର୍ଯ୍ୟ ଆରମ୍ଭ କରିଥିଲା । ଏହି ରାସ୍ତା ନିର୍ମାଣରେ ୮୦୦ କର୍ମଚାରୀ ଏବଂ ୭୦୦ ଶ୍ରମିକ ନିୟୋଜିତ ହୋଇଥିଲେ ।




