ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଅଜୟ ଦେବଗନ, ସୁରିୟା ଶ୍ରେଷ୍ଠ ଅଭିନେତା
ନୂଆଦିଲ୍ଲୀ: ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୬୮ତମ ଜାତୀୟ ଫିଲ୍ମ ପୁରସ୍କାରରେ ବିଭିନ୍ନ ଅଭିନେତା ଓ ଫିଲ୍ମ ମେକରମାନଙ୍କୁ ପୁରସ୍କୃତ କରାଯାଇଛି । ଏଥିରେ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ତାନାଜୀ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ । ସେହିପରି ଅଜୟ ଦେବଗନଙ୍କ ସହ ସାଉଥ ଷ୍ଟାର ସୁରିୟାଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ବିବେଚିତ କରାଯାଇଛି । ସଞ୍ଜୟ ଦତ୍ତଙ୍କ ଫିଲ୍ମ ତୁଲସି ଦାସ ଜୁନିୟର ଶ୍ରେଷ୍ଠ […]
ନୂଆଦିଲ୍ଲୀ: ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୬୮ତମ ଜାତୀୟ ଫିଲ୍ମ ପୁରସ୍କାରରେ ବିଭିନ୍ନ ଅଭିନେତା ଓ ଫିଲ୍ମ ମେକରମାନଙ୍କୁ ପୁରସ୍କୃତ କରାଯାଇଛି । ଏଥିରେ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ତାନାଜୀ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ । ସେହିପରି ଅଜୟ ଦେବଗନଙ୍କ ସହ ସାଉଥ ଷ୍ଟାର ସୁରିୟାଙ୍କୁ ମଧ୍ୟ ଶ୍ରେଷ୍ଠ ଅଭିନେତା ବିବେଚିତ କରାଯାଇଛି ।

ସଞ୍ଜୟ ଦତ୍ତଙ୍କ ଫିଲ୍ମ ତୁଲସି ଦାସ ଜୁନିୟର ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ପାଇଛି । ଚଳିତ ବର୍ଷ ପାଖାପାଖି ୩୦୦ ଫିଲ୍ମ, ୧୫୦ ନନଫିଚର ଫିଲ୍ମ ପଠାଯାଇଥିଲା । ଏଥିରେ ୩୦ ଅଲଗା ଅଲଗା ଭାଷା ସାମିଲ ଥିଲା । ଫିଲ୍ମ ନିର୍ମାତା ବିପୁଲ ଶାହା ୬୮ତମ ଫିଲ୍ମ ପୁରସ୍କାର ପାଇଁ ୧୦ ମେମ୍ବର ଜୁରୀଙ୍କ ନେତୃତ୍ୱ ନେଉଛନ୍ତି । ୨ ବର୍ଷ ହେବ ଏହି କାର୍ଯ୍ୟକ୍ରମ ଦିଲ୍ଲୀରେ ଆୟୋଜନ ହେଉଥିଲା । ଗତ ବର୍ଷ କରୋନା ପାଇଁ ବିଜେତାଙ୍କ ନାଁ ଅନଲାଇନରେ ଘୋଷଣା କରାଯାଇଥିଲା ।

ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ
ଶ୍ରେଷ୍ଠ ସହ-ଅଭିନେତ୍ରୀ: ଲକ୍ଷ୍ମୀପ୍ରିୟା ଚନ୍ଦ୍ରମଉଲୀ ( ତାମିଲ୍ ଚଳଚ୍ଚିତ୍ର ଶିବରଞ୍ଜନିୟମ୍ ଇନୁମ୍ ସିଲା ପେଙ୍ଗାଲମ୍ ପାଇଁ)
ଶ୍ରେଷ୍ଠ ସହ-ଅଭିନେତା: ବିଜୁ ମେନନ୍ ମାଲାୟଲମ୍ ଚଳଚ୍ଚିତ୍ର ଏକେ ଆୟାªାନମ୍ କୋଶିୟମ୍ ପାଇଁ)
ଶ୍ରେଷ୍ଠ ଅଭିନେତ୍ରୀ: ଅପର୍ଣ୍ଣା ବାଲାମୁରଲୀ
ଶ୍ରେଷ୍ଠ ଅଭିନେତା: ସୁରିୟା (ସୋରାରାଇ ପୋଟ୍ରୁ) ଏବଂ ଅଜୟ ଦେବଗନ୍ (ତାନହାଜୀ- ଅନସଙ୍ଗ ହିରୋ)
ଶ୍ରେଷ୍ଠ ନିର୍ଦ୍ଦେଶନା: ସଚ୍ଚିଦାନନ୍ଦନ୍ କେଆର୍ (ଏକେ ଆୟାªାନମ୍ କୋଶିୟମ୍)

ଶ୍ରେଷ୍ଠ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର
ଶ୍ରେଷ୍ଠ ଟୁଲୁ ଚଳଚ୍ଚିତ୍ର: ଜେଟିଜ୍
ଶ୍ରେଷ୍ଠ ହରିୟାଣୀ ଚଳଚ୍ଚିତ୍ର: ଦାଦା ଲକ୍ଷ୍ମୀ
ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର: କଲର ଫଟୋ
ଶ୍ରେଷ୍ଠ ତାମିଲ ଚଳଚ୍ଚିତ୍ର: ଶିବରଞ୍ଜନିୟମ୍ ଇନୁମ୍ ସିଲା ପେଙ୍ଗାଲମ୍
ଶ୍ରେଷ୍ଠ ଦିମାସା ଚଳଚ୍ଚିତ୍ର : ସେମଖୋର
ଶ୍ରେଷ୍ଠ ମାଲାୟାଲମ୍ ଚଳଚ୍ଚିତ୍ର: ତିଙ୍କାଲାଚା ନିଶ୍ଚୟମ୍
ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର: ଗୋଶଟା ଏକତା ପାଏଥାନିଚି
ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର: ଡୋଲୁ
ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର: ତୁଲସୀଦାସ ଜୁନିଅର୍
ଶ୍ରେଷ୍ଠ ବଙ୍ଗାଳୀ ଚଳଚ୍ଚିତ୍ର: ଅଭିଯାତ୍ରୀକ
ଶ୍ରେଷ୍ଠ ଆସାମୀ ଚଳଚ୍ଚିତ୍ର: ବ୍ରିଜ୍




