ଘୋଷଣା ହେଲା ୬୮ତମ ଫିଲ୍ମ ଫେୟାର ଆୱାର୍ଡ,ଗଙ୍ଗୁବାଇ କାଠିଆଓ୍ଵାଡ଼ି ଓ ବଧାଇ ଦୋ ଶ୍ରେଷ୍ଠ ଫିଲ୍ମ
ମୁମ୍ବାଇ : ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଆଉ ଏକ ଖୁସିର ମୁହୂର୍ତ୍ତ I ଗତକାଲି ରାତିରେ ଘୋଷଣା ହୋଇଛି ୬୮ ତମ ହୁଣ୍ଡାଇ ଫିଲ୍ମଫେୟାର ପୁରସ୍କାର ୨୦୨୩ I ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ଗଙ୍ଗୁବାଇ କାଠିଆଓ୍ଵାଡ଼ିକୁ ମିଳିଛି ଏହି ପୁରସ୍କାର I ଏହାସହ ଏହି ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ବାଜି ମାରି ନେଇଛନ୍ତି । ଗଙ୍ଗୁବାଇ କାଠିଆଓ୍ଵାଡ଼ି ଆଉ ଗୋଟିଏ ପୁରସ୍କାର ମଧ୍ୟ ଜିତିଛି । ଏହି […]
ମୁମ୍ବାଇ : ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଆଉ ଏକ ଖୁସିର ମୁହୂର୍ତ୍ତ I ଗତକାଲି ରାତିରେ ଘୋଷଣା ହୋଇଛି ୬୮ ତମ ହୁଣ୍ଡାଇ ଫିଲ୍ମଫେୟାର ପୁରସ୍କାର ୨୦୨୩ I ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ଗଙ୍ଗୁବାଇ କାଠିଆଓ୍ଵାଡ଼ିକୁ ମିଳିଛି ଏହି ପୁରସ୍କାର I ଏହାସହ ଏହି ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ବାଜି ମାରି ନେଇଛନ୍ତି । ଗଙ୍ଗୁବାଇ କାଠିଆଓ୍ଵାଡ଼ି ଆଉ ଗୋଟିଏ ପୁରସ୍କାର ମଧ୍ୟ ଜିତିଛି । ଏହି ଫିଲ୍ମରେ ନିର୍ଦ୍ଦେଶନା ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି ସଞ୍ଜୟ ଲୀଲା ଭନସାଲୀ । ସେହିପରି ରାଜକୁମାର ରାଓଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର । ଏହାସହ ବଧାଇ ଦୋ ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି । ସେହିଭଳି ତାଙ୍କ ଅଭିନୀତ ଏହି ଫିଲ୍ମକୁ ମିଳିଛି ଶ୍ରେଷ୍ଠ କ୍ରିଟିକ୍ ପୁରସ୍କାର । ଏହାସହିତ ସଞ୍ଜୟ ମିଶ୍ର ‘ବଧ’, ଭୂମି ପେଡନେକର ‘ବଧାଇ ଦୋ’ ଓ ତବୁ ‘ଭୁଲଭୁଲେୟା-୨’ ପାଇଁ ବେଷ୍ଟ କ୍ରିଟିକ୍ ଆଓ୍ଵାର୍ଡ଼ ପାଇଛନ୍ତି ।
ପ୍ରଥମଥର ପାଇଁ ମହାରାଷ୍ଟ୍ର ପର୍ଯ୍ୟଟନ ସହିତ ମିଳିତ ୬୮ ତମ ହୁଣ୍ଡାଇ ଫିଲ୍ମଫେୟାର ପୁରସ୍କାର ଏପ୍ରିଲ ୨୭ , ୨୦୨୩ ରେ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନାଲ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା I ଗତ ବର୍ଷ ଭଳି, ଏହି ବର୍ଷ ମଧ୍ୟ ଫିଲ୍ମଫେୟାର ପୁରସ୍କାର ଚମତ୍କାର ହୋଇଥିଲା I ଗତ କଲି ବିଳମ୍ବିତ ରାତିରେ ୬୮ ତମ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ, ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଏବଂ ସେହି ଚଳଚ୍ଚିତ୍ର ସହିତ ଜଡିତ ଅଭିନେତାମାନଙ୍କୁ ସେମାନଙ୍କର ଭଲ ପ୍ରଦର୍ଶନ ପାଇଁ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା ଇ
ବିଗତ ଦିନର ମହାନ୍ ଖଳନାୟକ ତଥା ଚରିତ୍ର ଅଭିନେତା ପ୍ରେମ୍ ଚୋପ୍ରାଙ୍କୁ ପ୍ରଦାନ କରାଯାଇଛି ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡ଼ । ବ୍ରହ୍ମାସ୍ତ୍ର ଫିଲ୍ମ ପାଇଁ ପ୍ରୀତମଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ, ସେହି ଫିଲ୍ମର କେଶରିୟା ଗୀତ ପାଇଁ ଅରିଜିତ ସିଂହଙ୍କୁ ଶ୍ରେଷ୍ଠ ପୁରୁଷ ଗାୟକ, ଯୁଗ ଯୁଗ ଜିୟୋର ରଙ୍ଗିସାରି ଗୀତ ପାଇଁ କବିତା ସେଠଙ୍କୁ ଶ୍ରେଷ୍ଠ ମହିଳା ଗାୟକ ଭାବେ ପୁରସ୍କୃତ କରାଯାଇଛି । ଏହି ଉତ୍ସବକୁ ହୋଷ୍ଟ କରିଥିଲେ ସୁପରଷ୍ଟାର ସଲମାନ ଖାନ୍ ଓ ମନୀସ ପଲ୍
ଏହି ସମାରୋହରେ ସଲମାନ ଖାନ ସହ-ହୋଷ୍ଟ ଆୟୁଷ୍ମାନ ଖୁରାନା ଏବଂ ମନୀଷ ପାଲଙ୍କ ସହ ପୁରସ୍କାର ବିତରଣ କରିଥିଲେ। ଏହି ସମାରୋହରେ ବିକି କୌଶଳ , ଟାଇଗର ଶ୍ରଫ, ଜାନଭୀ କପୁର, ଗୋବିନ୍ଦା ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପରି ସମସ୍ତ ପ୍ରସିଦ୍ଧ କଳାକାରମାନେ ସେମାନଙ୍କର ଚମତ୍କାର ପ୍ରଦର୍ଶନ କରି କାର୍ଯ୍ୟକ୍ରମ ଟିକୁ ଆକର୍ଷଣୀୟ କରିଥିଲେ I




