ବିଳମ୍ବିତ ରାତ୍ରିରେ ରାସାୟନିକ କାରଖାନାରେ ବିସ୍ପୋରଣ, ୬ ଶ୍ରମିକ ମୃତ

ଅହମଦାବାଦ: ଏପ୍ରିଲ ୧୧: ବିଳମ୍ବିତ ରାତ୍ରିରେ ଗୁଜରାଟର ଭରୁଚ ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ପୋରଣ ଘଟିଛି । ଏଥିରେ ୬ ଜଣ ଶ୍ରମିକଙ୍କର ମୃତୁ୍ୟ ଘଟିଥିବା ନିକଟସ୍ଥ ପୋଲିସ ସୂଚନା ଦେଇଛି । ମୃତ ଶ୍ରମିକଙ୍କ ଶବ ଉଦ୍ଧାର କରାଯାଇଛି । ଶବ ପୋଡ଼ିଯାଇଥିବା ହେତୁ ଚିହ୍ନିବା କଷ୍ଟକର ହୋଇଛି । ବର୍ତ୍ତମାନ ଶବକୁ ପୋଷ୍ଟମାର୍ଟମ୍‌ ପାଇଁ ପଠାଯାଇଛି । ଭରୁଚା ପୋଲିସ ଅଧ୍ୟକ୍ଷକ ଲୀନା ପାଟିଲଙ୍କ ସୂଚନା ଅନୁସାରେ, ରାତି ପ୍ରାୟ ୩ଟା […]

Samaya Live Picture
Published On

ଅହମଦାବାଦ: ଏପ୍ରିଲ ୧୧: ବିଳମ୍ବିତ ରାତ୍ରିରେ ଗୁଜରାଟର ଭରୁଚ ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ପୋରଣ ଘଟିଛି ।

ବିଳମ୍ବିତ ରାତ୍ରିରେ ରାସାୟନିକ କାରଖାନାରେ ବିସ୍ପୋରଣ, ୬ ଶ୍ରମିକ ମୃତ
ଏଥିରେ ୬ ଜଣ ଶ୍ରମିକଙ୍କର ମୃତୁ୍ୟ ଘଟିଥିବା ନିକଟସ୍ଥ ପୋଲିସ ସୂଚନା ଦେଇଛି । ମୃତ ଶ୍ରମିକଙ୍କ ଶବ ଉଦ୍ଧାର କରାଯାଇଛି । ଶବ ପୋଡ଼ିଯାଇଥିବା ହେତୁ ଚିହ୍ନିବା କଷ୍ଟକର ହୋଇଛି । ବର୍ତ୍ତମାନ ଶବକୁ ପୋଷ୍ଟମାର୍ଟମ୍‌ ପାଇଁ ପଠାଯାଇଛି ।

ଭରୁଚା ପୋଲିସ ଅଧ୍ୟକ୍ଷକ ଲୀନା ପାଟିଲଙ୍କ ସୂଚନା ଅନୁସାରେ, ରାତି ପ୍ରାୟ ୩ଟା ବେଳେ ରାଜଧାନୀ ଅହମଦାବାଦରୁ ୨୩୫ କିଲୋମିଟର୍‌ ଦୂରରେ ଥିବା ଦାହେଜ ଇଣ୍ଡଷ୍ଟ୍ରିଆଲ୍‌ ଏରିଆରେ ଅବସ୍ଥିତ ଏକ ରାସାୟନିକ କାରଖାନାରେ ବିସ୍ପୋରଣ ଘଟିଥିଲା । ବିସ୍ପୋରଣ ଯୋଗୁଁ ଉକ୍ତ ରାସାୟନିକ କାରଖାନାରେ ନିଆଁ ଲାଗି ଯାଇଥିଲା ।

ବିଳମ୍ବିତ ରାତ୍ରିରେ ରାସାୟନିକ କାରଖାନାରେ ବିସ୍ପୋରଣ, ୬ ଶ୍ରମିକ ମୃତ

‘ସଲେ¶ଣ୍ଟ୍‌ ଡିଷ୍ଟିଲେସନ୍‌‘ରେ ପ୍ରକ୍ରିୟା ଚାଲୁଥିବା ବେଳେ ବିସ୍ପୋରଣ ଘଟିଥିଲା । ଏହାର ପାଖରେ ଥିବା ଗୋଟାଏ ‘ରିଆକ୍‌ଟର’ ମଧ୍ୟ ଏହାହସିତ ଫାଟିଥିଲା । ତେବେ ସେହି ରିଆକ୍‌ଟର ପାଖରେ ୬ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ । ଏହି ଘଟଣା ଘଟିବାରୁ କାରଖାନାରେ ନିଆଁ ଲାଗିଯାଇଥିଲା ଓ ଉକ୍ତ ଶ୍ରମିକମାନେ ବାହାରକୁ ବାହାରିବ ପାଇଁ ସୁଯୋଗ ପାଇ ନଥିଲେ । ଘଟଣା ଘଟିବା କ୍ଷଣୀ ଦମକଳବାହୀଙ୍କୁ ସୂଚନା ଦିଆଯାଥିଲା ।

ବିଳମ୍ବିତ ରାତ୍ରିରେ ରାସାୟନିକ କାରଖାନାରେ ବିସ୍ପୋରଣ, ୬ ଶ୍ରମିକ ମୃତ
ଦମକଳବାହୀ କାରଖାନାରେ ଲାଗିଥିବା ନିଆଁକୁ ଲିଭାଇ ଶବ ଉଦ୍ଧାର କରିଥିଲେ । ଏଥିରେ ଅନ୍ୟ କେହି ଆହତ ହୋଇନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ, ଘଟଣାସ୍ଥଳରେ ଏବେ କଳା ରଙ୍ଗର ଧୂଆଁ ନିର୍ଗତ ହେଉଛି ।