ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ମାଓବାଦୀ ନିପାତ

ଛତିଶଗଡ଼ : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ । ଛତିଶଗଡର ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଜାରି ରହିଛି ଗୁଳି ବିନିମୟ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଅବୁଝମାଡ଼ ଜଙ୍ଗଲରେ ଜୋରଦାର ସର୍ଚ୍ଚ ଅପରେସନ ଚଳାଇଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଉଭୟପକ୍ଷରୁ ଗୁଳିମାଡ଼ ଘଟି ୬ ନକ୍ସ ନିହତ ହୋଇଥିବା ବସ୍ତର ପୋଲିସ ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି । ଗତକାଲି ଶୁକ୍ରବାର ସକାଳେ […]

ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ମାଓବାଦୀ ନିପାତ
Samaya Live Picture
Published On

ଛତିଶଗଡ଼ : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ । ଛତିଶଗଡର ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଜାରି ରହିଛି ଗୁଳି ବିନିମୟ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଅବୁଝମାଡ଼ ଜଙ୍ଗଲରେ ଜୋରଦାର ସର୍ଚ୍ଚ ଅପରେସନ ଚଳାଇଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଉଭୟପକ୍ଷରୁ ଗୁଳିମାଡ଼ ଘଟି ୬ ନକ୍ସ ନିହତ ହୋଇଥିବା ବସ୍ତର ପୋଲିସ ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି ।

ଗତକାଲି ଶୁକ୍ରବାର ସକାଳେ ସୁରକ୍ଷା ବାହିନୀ ଜଙ୍ଗଲରେ ପ୍ରବେଶ କରିଥିଲେ । ଯବାନମାନେ ଜଙ୍ଗଲରେ ତଲାସୀ କରିବା ବେଳେ ଅପରାହ୍ନରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ । ଯବାନଙ୍କୁ ଦେଖି ନକ୍ସଲ ଗୁଳିମାଡ଼ କରିବାରୁ ଯବାନମାନେ ପାଲଟା ଗୁଳି ଚଳାଇଥିଲେ । ତଲାସୀ କରିବା ବେଳେ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର ହେବା ସହ ସେଠାରୁ ଏକେ-୪୭ ରାଇଫଲ,ଏସ୍‌ଏଲ୍‌ଆର, ଅନ୍ୟ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଥିବା ଆଇଜି କହିଛନ୍ତି ।

Tags: