କେଦାରନାଥ ଧାମ ନିକଟରେ ଯାତ୍ରୀବାହୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ
ହରିଦ୍ୱାର: ଉତ୍ତରାଖଣ୍ଡର କେଦାରନାଥ ଧାମ ନିକଟରେ ଆଜି ଏକ ଯାତ୍ରୀବାହୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଚାଳକଙ୍କ ସମେତ ୬ ଜଣଙ୍କର ମୃତୁ୍ୟ ହୋଇଛି । ଦୁର୍ଘଟଣାଟି କେଦାରନାଥ ଧାମଠାରୁ ୨କିଲୋମିଟର ଦୂରରେ ଥିବା ଗରୁଡ଼ା ଚଟିଠାରେ ଘଟିଛି । ଗୁପ୍ତକାଶୀରୁ କେଦାରନାଥ ଅଭିମୁଖେ ଯାତ୍ରା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଏସ୍ଆର୍ଡିଏଫ୍(ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ) ଏବଂ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି । କେଉଁ କାରଣ […]
ହରିଦ୍ୱାର: ଉତ୍ତରାଖଣ୍ଡର କେଦାରନାଥ ଧାମ ନିକଟରେ ଆଜି ଏକ ଯାତ୍ରୀବାହୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଚାଳକଙ୍କ ସମେତ ୬ ଜଣଙ୍କର ମୃତୁ୍ୟ ହୋଇଛି । ଦୁର୍ଘଟଣାଟି କେଦାରନାଥ ଧାମଠାରୁ ୨କିଲୋମିଟର ଦୂରରେ ଥିବା ଗରୁଡ଼ା ଚଟିଠାରେ ଘଟିଛି । ଗୁପ୍ତକାଶୀରୁ କେଦାରନାଥ ଅଭିମୁଖେ ଯାତ୍ରା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଏସ୍ଆର୍ଡିଏଫ୍(ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ) ଏବଂ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି । କେଉଁ କାରଣ ପାଇଁ ଦୁର୍ଘଟଣା ଘଟିଛି, ତାହାର ଯାଞ୍ଚ ଚାଲିଛି ।
#UPDATE | Uttarakhand Police and teams of NDRF have reached the spot where the helicopter crashed in Phata.
Six people died in the crash. pic.twitter.com/botDsivuDf
— ANI (@ANI) October 18, 2022
ସୂଚନା ଅନୁସାରେ, ଏକ ଘରୋଇ କମ୍ପାନୀର ହେଲିକପ୍ଟର ଫାଟାରୁ ପର୍ଯ୍ୟଟକଙ୍କୁ ନେଇ କେଦାରନାଥ ଧାମକୁ ଯାଉଥିଲା । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ କିଛିଦିନ ହେବ ପାଗ ଖରାପ ରହିଛି । ଲଗାତାର ବର୍ଷା ଜାରି ରହିଛି । ଏଣୁ ଖରାପ ପାଗ ହେତୁ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଏନେଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟୁଇଟ୍ କରି କହିଛନ୍ତି, କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କ୍ଷୟକ୍ଷତିର ପରିମାଣ ଜାଣିବା ପାଇଁ ଆମେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରୁଛୁ ଏବଂ ପରିସ୍ଥିତି ଉପରେ ନଜର ରଖିଛୁ ।




