ମୀର୍ଜାପୁର ରେଳ ଦୁର୍ଘଟଣାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ : କାର୍ତ୍ତିକ ପୂର୍ଣ୍ଣିମାରେ ଭୟଙ୍କର ରେଳ ଦୁର୍ଘଟଣା । ରେଳଲାଇନ ପାର ହେଉଥିବାବେଳେ ୬ ଜଣ ଶ୍ରଦ୍ଧାଳୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶ ମିର୍ଜାପୁର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଶ୍ରଦ୍ଧାଳୁମାନେ ପ୍ରୟାଗରାଜ-ଚୋପାନ ପେସେଞ୍ଜରରୁ ପ୍ଲାଟଫର୍ମ ନଂ ୪ରେ ଓହ୍ଲାଇ ୩ ନଂ ପ୍ଲାଟଫର୍ମରେ ଯାଉଥିଲେ । ଟ୍ରେନର ଭୁଲ୍ ଦିଗରୁ ଓହ୍ଲାଇବା ସମୟରେ ଦୁର୍ଘଟଣା ଘଟିଥିଲା । ଟ୍ରେନରୁ ଓହ୍ଲାଇବା ପରେ ଷ୍ଟେସନରେ ଯାତ୍ରୀମାନେ ଦ୍ରୁତଗତିରେ ରେଳ ଟ୍ରାକ୍ […]

ମୀର୍ଜାପୁର ରେଳ ଦୁର୍ଘଟଣାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
Samaya Live Picture
Published On

ଉତ୍ତରପ୍ରଦେଶ : କାର୍ତ୍ତିକ ପୂର୍ଣ୍ଣିମାରେ ଭୟଙ୍କର ରେଳ ଦୁର୍ଘଟଣା । ରେଳଲାଇନ ପାର ହେଉଥିବାବେଳେ ୬ ଜଣ ଶ୍ରଦ୍ଧାଳୁଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶ ମିର୍ଜାପୁର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଶ୍ରଦ୍ଧାଳୁମାନେ ପ୍ରୟାଗରାଜ-ଚୋପାନ ପେସେଞ୍ଜରରୁ ପ୍ଲାଟଫର୍ମ ନଂ ୪ରେ ଓହ୍ଲାଇ ୩ ନଂ ପ୍ଲାଟଫର୍ମରେ ଯାଉଥିଲେ । ଟ୍ରେନର ଭୁଲ୍ ଦିଗରୁ ଓହ୍ଲାଇବା ସମୟରେ ଦୁର୍ଘଟଣା ଘଟିଥିଲା । ଟ୍ରେନରୁ ଓହ୍ଲାଇବା ପରେ ଷ୍ଟେସନରେ ଯାତ୍ରୀମାନେ ଦ୍ରୁତଗତିରେ ରେଳ ଟ୍ରାକ୍ ପାର୍ ହେବା ପାଇଁ ଦୌଡ଼ିବା ଆରମ୍ଭ କରିଥିଲେ । ଟ୍ରାକ୍‌ ପାର୍ ହେଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା କାଲକା-ହାୱାଡ଼ା ଏକ୍ସପ୍ରେସ୍‌ ହଠାତ୍‌ ଦ୍ରୁତଗତିରେ ଟ୍ରାକ୍‌ ଉପରେ ଆସିଗଲା । ଟ୍ରେନ ଧକ୍କାରେ ପ୍ରାୟ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ସମସ୍ତ ଶ୍ରଦ୍ଧାଳୁ ଗଙ୍ଗାରେ ସ୍ନାନ କରିବା ପାଇଁ ବାହାରିଥିଲେ ବୋଲି ଜଣାପଡ଼ିଛି । ରେଳ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୀଡିତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Tags: