ଭୟଙ୍କର ସଡକ ଦୁର୍ଘଟଣାରେ ୬ ମୃତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଡେରାଡୁନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କଣ୍ଟେନର ପଛରେ କାର ଧକ୍କା ହୋଇ ୬ ଜଣଙ୍କର ମୃତ୍ୟୁ । ସମସ୍ତଙ୍କ ବୟସ ୧୯ ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି । କାରରେ ଥିବା ଦୁଇ ଜଣ ଯୁବକଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇ ରାସ୍ତାରେ ବିଖଣ୍ଡିତ ଶରୀର ପଡି ଥିବାବେଳେ […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଡେରାଡୁନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କଣ୍ଟେନର ପଛରେ କାର ଧକ୍କା ହୋଇ ୬ ଜଣଙ୍କର ମୃତ୍ୟୁ । ସମସ୍ତଙ୍କ ବୟସ ୧୯ ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି । କାରରେ ଥିବା ଦୁଇ ଜଣ ଯୁବକଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇ ରାସ୍ତାରେ ବିଖଣ୍ଡିତ ଶରୀର ପଡି ଥିବାବେଳେ ଅନ୍ୟମାନଙ୍କ ଶରୀର କାର୍ ତଳେ ଚାପି ହୋଇଯାଇଥିଲା । ଘଟଣାସ୍ଥଳରେ ପ୍ରାୟ ୬୦ ମିଟର ପର୍ୟ୍ୟନ୍ତ ମୃତଦେହର ଅଂଶ ବିଛିନ୍ନ ହୋଇ ରହିଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ଯୁବତୀ ଥିବା ସୂଚନା ମିଳିଛି । ଗତ ବିଳମ୍ବିତ ରାତିରେ ଡେରାଡୁନ ONGC ଛକରେ ଏହି ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଥିଲା ।

ସୂଚନାନୁସାରେ,ଗତ ରାତିରେ ୬ ଜଣ ସାଙ୍ଗ ଅନ୍ୟ ଜଣେ ସାଙ୍ଗ ଘରୁ ଏକ ଭୋଜି ସାରି ଫେରୁଥିଲେ । ଏହି ସମୟରେ କାର ଚାଳକଙ୍କ ସମେତ ଅନ୍ୟମାନେ ନିଶାସକ୍ତ ଅବସ୍ଥାରେ ଥିଲେ । କାର ଚାଳକ ନିଶାସକ୍ତ ଅବସ୍ଥାରେ ଦ୍ରୁତବେଗରେ ଯାଉଥିବାବେଳେ କଣ୍ଟେନର ପଛକୁ ଧକ୍କା ଦେଇଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ଜଣେ ବନ୍ଧୁ ଗୁରୁତର ଆହତ ହୋଇ ସିନାର୍ଜି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତକମାନେ ହେଲେ ଗୁନୀତ, କୁନାଲ କୁକ୍ରେଜା, ଚମ୍ବା ହିମାଚଳ ପ୍ରଦେଶର ରାଜେନ୍ଦ୍ର ନାଗର, ରାଜପୁର ରୋଡ୍ ଜାଖାନ୍ ନିବାସୀ ଋଷଭ ଜୈନ, ସୁନୀଲ ଅଗ୍ରୱାଲ । ଏହି ଦୁର୍ଘଟଣାରେ ରାଜପୁର ରୋଡରେ ରହୁଥିବା ବିପିନ କୁମାର ଅଗ୍ରୱାଲ ଆହତ ହୋଇଛନ୍ତି । ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଅତୁଲ ଅଗ୍ରୱାଲ କାର ଚଳାଉଥିଲେ । ରାତି ପ୍ରାୟ ୨ଟା ୪୫ ମିନିଟରେ ତାଙ୍କ ଗାଡି ବଲୁପୁର ଛକରୁ କାଉଲାଗଗଡ଼ ଅଭିମୁଖେ ଯାଉଥିଲା । ଏହି ସମୟରେ କିଶନନଗର ଛକରୁ ଆସୁଥିବା କଣ୍ଟେନରର ପଛ ଭାଗକୁ କାରଟି ଧକ୍କା ଦେଇଥିଲା । ମଙ୍ଗଳବାର ମୃତଦେହକୁ କୋରୋନେସନ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Tags: