ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ପୋଷ୍ଟର ଲଗାଇ ୬ ଗିରଫ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ଲଗାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ୬ ଜଣଙ୍କୁ ଗିରଫ କରିଛି I ଦିଲ୍ଲୀର ବିଭିନ୍ନ ସ୍ଥାନରେ ‘ମୋଦି ହଟାଓ ,ଦେଶ ବଚାଓ’ ଲେଖା ଥିବା ବିବାଦୀୟ ପୋଷ୍ଟର ମାନ ଲାଗ ଯାଇଥିବା ଦେଖା ଯାଇଥିଲା I ଏହି ଆପତ୍ତିଜନକ ପୋଷ୍ଟର ଲଗାଇବାକୁ ନେଇ ଥାନାରେ ୧୦୦ରୁ ଅଧିକ ମାମଲା ଦାଏର କରାଯାଇଛି I ସର୍ବସାଧାଣ ସ୍ଥାନରେ ପୋଷ୍ଟର ଲଗାଇ ସେହିସ୍ଥାନକୁ ବିକୃତ କରାଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ଲଗାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ୬ ଜଣଙ୍କୁ ଗିରଫ କରିଛି I ଦିଲ୍ଲୀର ବିଭିନ୍ନ ସ୍ଥାନରେ ‘ମୋଦି ହଟାଓ ,ଦେଶ ବଚାଓ’ ଲେଖା ଥିବା ବିବାଦୀୟ ପୋଷ୍ଟର ମାନ ଲାଗ ଯାଇଥିବା ଦେଖା ଯାଇଥିଲା I ଏହି ଆପତ୍ତିଜନକ ପୋଷ୍ଟର ଲଗାଇବାକୁ ନେଇ ଥାନାରେ ୧୦୦ରୁ ଅଧିକ ମାମଲା ଦାଏର କରାଯାଇଛି I ସର୍ବସାଧାଣ ସ୍ଥାନରେ ପୋଷ୍ଟର ଲଗାଇ ସେହିସ୍ଥାନକୁ ବିକୃତ କରାଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଥିବା ପୁଲିସ କହିଛି ଇ ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ନିଜସ୍ୱ ପ୍ରିଣ୍ଟିଂ ପ୍ରେସ ଥିବା ଜଣା ପଡିଛି I
ଦିଲ୍ଲୀ ସ୍ୱତନ୍ତ୍ର ସିପି ଦୀପେନ୍ଦ୍ର ପାଠକ କହିଛନ୍ତି ଯେ, ଦିଲ୍ଲୀ ପୋଲିସ ଏ ବାବଦରେ ୧୦୦ ଟି ଏଫ୍ଆଇଆର୍ ପଞ୍ଜୀକୃତ କରିଛି। ଏହି ପୋଷ୍ଟରଗୁଡ଼ିକର ପ୍ରିଣ୍ଟିଂ ପ୍ରେସର ସବିଶେଷ ତଥ୍ୟ ନାହିଁ । ଏହି ମାମଲାରେ ପ୍ରିଣ୍ଟିଂ ପ୍ରେସ୍ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହାଛଡା ଦିଲ୍ଲୀରୁ ପ୍ରାୟ ୨୦୦୦ ପୋଷ୍ଟର ହଟାଯାଇଛି।
ଦିଲ୍ଲୀର ସ୍ୱତନ୍ତ୍ର ପୋଲିସ କମିଶନର ଦିପେନ୍ଦ୍ର ପାଠକ ଏଏନଆଇକୁ ଦେଇଥିବା ସୂଚନା ମୁତାବକ ପ୍ରିଟିଂପ୍ରେସ ଓ ସମ୍ପତ୍ତି ଅଧିନିୟମ ଆଧାରରେ ସେମାନଙ୍କ ଉପରେ ମାମଲା ରୁଜୁ କରାଯାଇଛି । ଏହାସହ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦିଲ୍ଲୀରେ ୫୦ ହଜାର ପୋଷ୍ଟର ଲଗାଇବାକୁ ଯୋଜନା କରାଯାଇଥିବା କଥା ପୋଲିସ କହିଛି ।ସେହିପରି ଏହି ପୋଷ୍ଟରର ୨୦୦୦ କପି ଆମ ଆଦମୀ ପାର୍ଟି କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଥିବା ବେଳେ ପୁଲିସ ସେଗୁଡ଼ିକୁ ଜବତ କରିଛି। ଏହି ପୋଷ୍ଟର ଗୁଡ଼ିକୁ ଏକ ଭ୍ୟାନରେ ଚାଲାଣ ହେଉଥିବା ବେଳେ ପୁଲିସ ସେ ଗୁଡ଼ିକୁ ଜବତ କରିଥିଲା। ଭ୍ୟାନ ଡ୍ରାଇଭରଙ୍କ କହିବା ଅନୁଯାୟୀ,ଏହି ପୋଷ୍ଟର ଗୁଡ଼ିକ ଆପର ମୁଖ୍ୟାଳୟକୁ ଯିବାର ଥିଲା। ଏହି ପ୍ରସଙ୍ଗରେ ଆପ୍ ପକ୍ଷରୁ ଟ୍ୱିଟ୍ କରାଯାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି।




