ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନରେ ଆପର ଦୁଇ ମନ୍ତ୍ରୀଙ୍କ ନାଁ ନେଇଛନ୍ତି ଅରବିନ୍ଦ କେଜ୍ରିୱାଲ: ଇଡି
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାବି କରିଛି ଯେ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆପ୍ ଦଳର ୨ ମନ୍ତ୍ରୀ ତଥା ଅତିଶୀ ଓ ସୌରଭ ଭରଦ୍ୱାଜଙ୍କ ନାମ ନେଇଛନ୍ତି। ଇଡି ଅନୁଯାୟୀ, ଆପ୍ ସୁପ୍ରିମୋ କହିଛନ୍ତି, ବିଜୟ ନାୟାର ତାଙ୍କୁ ନୁହେଁ ବରଂ ଅତିଶୀ ମାର୍ଲେନା ଓ ସୌରଭ ଭରଦ୍ୱାଜଙ୍କୁ ରିପୋର୍ଟ କରୁଥିଲେ ଏବଂ ବିଜୟ ନାୟାରଙ୍କ ସହ ତାଙ୍କର କଥାବାର୍ତ୍ତା ସୀମିତ ଥିଲା। ବିଜୟ ନାୟାର ହେଉଛନ୍ତି […]
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦାବି କରିଛି ଯେ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆପ୍ ଦଳର ୨ ମନ୍ତ୍ରୀ ତଥା ଅତିଶୀ ଓ ସୌରଭ ଭରଦ୍ୱାଜଙ୍କ ନାମ ନେଇଛନ୍ତି। ଇଡି ଅନୁଯାୟୀ, ଆପ୍ ସୁପ୍ରିମୋ କହିଛନ୍ତି, ବିଜୟ ନାୟାର ତାଙ୍କୁ ନୁହେଁ ବରଂ ଅତିଶୀ ମାର୍ଲେନା ଓ ସୌରଭ ଭରଦ୍ୱାଜଙ୍କୁ ରିପୋର୍ଟ କରୁଥିଲେ ଏବଂ ବିଜୟ ନାୟାରଙ୍କ ସହ ତାଙ୍କର କଥାବାର୍ତ୍ତା ସୀମିତ ଥିଲା। ବିଜୟ ନାୟାର ହେଉଛନ୍ତି ଆପ୍ର ପୂର୍ବତନ ଯୋଗାଯୋଗ ପ୍ରଭାରୀ ଏବଂ ଅବକାରୀ ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ। ଇଡିର ଏହି ଦାବି ଉପରେ ପ୍ରତିକ୍ରିୟା ରଖି ଆପ୍ ନେତା ଜସ୍ମିନ ଶାହ କହିଛନ୍ତି ଯେ, ବିଜୟ ନାୟାରଙ୍କୁ ଯେତେବେଳେ ପ୍ରଥମେ ଅଟକ ରଖାଯାଇଥିଲା, ସେ ପ୍ରକାଶ କରିଥିଲେ ଯେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ରିପୋର୍ଟ କରି ନ ଥିଲେ। ବରଂ ସେ ଆତିଶୀ ଓ ସୌରଭ ଭରଦ୍ୱାଜଙ୍କୁ ରିପୋର୍ଟ କରୁଥିଲେ। ଏବେ ଦେଢ ବର୍ଷ ପରେ ଇଡି କାହିଁକି ସମାନ ବୟାନ ଦେଇଛି ବୋଲି ଜସ୍ମିନ ଶାହ ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲ ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ ହୋଇଥିବାବେଳେ ଆଜିଠାରୁ କେଜ୍ରିୱାଲଙ୍କୁ ୧୪ ଦିନ ଜେଲ୍ ପଠାଇ ଦିଆଯାଇଛି।




