ସିଏଏ କାର୍ଯ୍ୟକାରୀ ହେବାପରେ ଆସାମରେ ବ୍ୟାପକ ଆନ୍ଦୋଳନ, ମୁଖ୍ୟମନ୍ତ୍ରୀ କହିଲେ ମୁଁ ଇସ୍ତଫା ଦେଇଦେବି ଯଦି….
ନୂଆଦିଲ୍ଲୀ : ସିଏଏ (ନାଗରିକତା ସଂଶୋଧନ ଆଇନ) କାର୍ଯ୍ୟକାରୀ ହେବାପରେ ଆସାମରେ ବ୍ୟାପକ ଆନ୍ଦୋଳନ ଦେଖାଦେଇଛି। ଏନେଇ ଆସାମରେ ସୁରକ୍ଷା କଡ଼ାକଡ଼ି ହୋଇଛି ଏବଂ ବ୍ୟାପକ ସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଆଜି କହିଛନ୍ତି, ମୁଁ ହେଉଛି ଆସାମର ପୁଅ ଏବଂ ଜଣେ ବି ବ୍ୟକ୍ତି ଯଦି ଯଦି ଏନଆରସି ପାଇଁ ଆବେଦନ ନକରି ଯଦି ନାଗରିକତା ପାଇଥିବେ ତେବେ ମୁଁ ମୋ ପଦରୁ ଇସ୍ତଫା ଦେଇଦେବି। ଶିବସାଗରରେ ଏକ କାର୍ଯ୍ୟକ୍ରମରେ […]
ନୂଆଦିଲ୍ଲୀ : ସିଏଏ (ନାଗରିକତା ସଂଶୋଧନ ଆଇନ) କାର୍ଯ୍ୟକାରୀ ହେବାପରେ ଆସାମରେ ବ୍ୟାପକ ଆନ୍ଦୋଳନ ଦେଖାଦେଇଛି। ଏନେଇ ଆସାମରେ ସୁରକ୍ଷା କଡ଼ାକଡ଼ି ହୋଇଛି ଏବଂ ବ୍ୟାପକ ସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଆଜି କହିଛନ୍ତି, ମୁଁ ହେଉଛି ଆସାମର ପୁଅ ଏବଂ ଜଣେ ବି ବ୍ୟକ୍ତି ଯଦି ଯଦି ଏନଆରସି ପାଇଁ ଆବେଦନ ନକରି ଯଦି ନାଗରିକତା ପାଇଥିବେ ତେବେ ମୁଁ ମୋ ପଦରୁ ଇସ୍ତଫା ଦେଇଦେବି। ଶିବସାଗରରେ ଏକ କାର୍ଯ୍ୟକ୍ରମରେ ଶର୍ମା ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଉଲ୍ଳେଖଯୋଗ୍ୟ ସିଏଏ କାର୍ଯ୍ୟକାରୀ ହେବାପରେ ବିରୋଧୀ ଦଳ ଗୁଡ଼ିକ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ଏବଂ ଏହାକୁ ନେଇ ବ୍ୟାପକ ଆନ୍ଦୋଳନ ହୋଇଥିବାବେଳେ ଏହି ସମୟରେ ଶର୍ମା ଏଭଳି ଟିପ୍ପଣୀ ଦେଇଛନ୍ତି। ହିମନ୍ତ ଶର୍ମା କହିଛନ୍ତି, ସିଏଏ ଏକ ନୂଆ ଆଇନ ନୁହେଁ। ଏହା ପୂର୍ବରୁ ବି କାର୍ଯ୍ୟକାରୀ ହୋଇଛି। ସଠିକ ପୋର୍ଟାଲରେ ଏନେଇ ଆବେଦନ କରିବାପାଇଁ ଶର୍ମା କହିଛନ୍ତି। ତେବେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ସିଏଏକୁ ବିରୋଧ କରି ବିରୋଧୀ ଦଳ ଗୁଡ଼ିକ ଏକ ବଡ଼ ଧରଣର ଆନ୍ଦୋଳନ ଡାକରା ଦେଇଥିବାବେଳେ ଆସାମ ପୁଲିସ ଏନେଇ ବିରୋଧୀ ଦଳଙ୍କୁ ନୋଟିସ କରିଛି। ଦଳ ଗୁଡ଼ିକ ହ୦ରତାଳରୁ ଓହରି ରାଜ୍ୟରେ ଶାନ୍ତି ରକ୍ଷା କରିବାପରେ ସହଯୋଗ କରିବାକୁ ନୋଟିସରେ କୁହାଯାଇଛି। ନିର୍ଦ୍ଦେଶ ପାଳନ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି। ଉଲ୍ଳେଖଯୋଗ୍ୟ ଯେ ସିଏଏ କାର୍ଯ୍ୟକାରୀକୁ ବିରୋଧ କରି ୧୬ ଦଳ ବିଶିଷ୍ଟ ୟୁଓଏଫଏ ( ୟୁନାଇଟେଡ୍ ଅପୋଜିସନ ଫୋରମ) ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଥିଲେ।




