ବସ ଦୁର୍ଘଟଣାରେ ୫ ଜଣ,୧୭ ଆହତ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଫିରୋଜାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ମୃତ ୧୭ ଆହତ । ଫିରୋଜବାଦ ଲଖନଉ ଏକ୍ସପ୍ରେସ ୱେ ରେ ଏହି ଦୁର୍ଘଟଣା ଘଟିଛି । ୬୦ ଜଣ ଯାତ୍ରୀଙ୍କୁ ନେଇ ବସଟି ମଥୁରାରୁ ଆଗ୍ରା ଆସୁଥିବାବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଡମ୍ପର ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି । ଉଦ୍ଧାର କରାଯାଇ ହସ୍ପିଟାଲରେ […]
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଫିରୋଜାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ମୃତ ୧୭ ଆହତ । ଫିରୋଜବାଦ ଲଖନଉ ଏକ୍ସପ୍ରେସ ୱେ ରେ ଏହି ଦୁର୍ଘଟଣା ଘଟିଛି । ୬୦ ଜଣ ଯାତ୍ରୀଙ୍କୁ ନେଇ ବସଟି ମଥୁରାରୁ ଆଗ୍ରା ଆସୁଥିବାବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଡମ୍ପର ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି । ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ,ଲକ୍ଷ୍ନୌର ମୋହୁଦ୍ଦିନପୁରରେ ରହୁଥିବା ସନ୍ଦୀପ ତାଙ୍କ ୪ ବର୍ଷର ପୁଅ ସିଦ୍ଧାର୍ଥଙ୍କୁ ବ୍ରତୋଉପନୟନ କରାଇବା ପାଇଁ ମଥୁରା ଯାଇଥିଲେ। ତାଙ୍କ ସହ ପରିବାର ଓ ସମ୍ପର୍କୀୟଙ୍କ ସମେତ ପ୍ରାୟ ୨୦ ଜଣ ଉପସ୍ଥିତ ଥିଲେ। ଫେରୁଥିବା ବେଳେ ଆଗ୍ରା-ଲଖନଉ ଏକ୍ସପ୍ରେସୱେରେ ଫିରୋଜାବାଦର ନସୀରପୁର ଥାନା ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଡମ୍ଫରକୁ ଧକ୍କା ଦେଇଥିଲା ବସ । ତେବେ ବସ୍ ଚାଳକର ଆଖି ଲାଗି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଖବର ପାଇବା ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ । ଘଟଣାର ତଦନ୍ତ ଜାରି କହିଛି ଲଖନଉ ପୋଲିସ ।




