ବିବାହ ଉତ୍ସବରେ ସିଲିଣ୍ଡର ବିସ୍ଫୋରଣ ଘଟି ୫ ମୃତ,୬୦ ରୁ ଅଧିକ ଦଗ୍ଧ

ଯୋଧପୁର : ନିମିଷକେ ଉଭେଇଗଲା ବିବାହ ମାହୋଲ ର ଖୁସି I ହସଖୁସିର ପରିବେଶ ଶୋକାକୁଳ ପରିବେଶରେ ପରିଣତ ହୋଇଥିଲା । ବିବାହ ଉତ୍ସବରେ ଘଟିଲା ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ I ଏହି ଦୁର୍ଘଟଣାରେ ୨ଜଣ ଶିଶୁଙ୍କ ସମେତ ୫ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟୁନ ୬୦ ଜଣ ଗୁରୁତର ଭାବେ ଜଳିଯାଇଛନ୍ତି ଘଟଣା ଘଟିଛି ରାଜସ୍ଥାନର ଯୋଧପୁର ନିକଟ ଭୁଙ୍ଗରା ଗାଁରେ I ସୂଚନାନୁସାରେ, ଯୋଧପୁରଠାରୁ ପ୍ରାୟ ୬୦ କିଲୋମିଟର୍‌ ଦୂର ଶେରଗଡ […]

Samaya Live Picture
Published On

ଯୋଧପୁର : ନିମିଷକେ ଉଭେଇଗଲା ବିବାହ ମାହୋଲ ର ଖୁସି I ହସଖୁସିର ପରିବେଶ ଶୋକାକୁଳ ପରିବେଶରେ ପରିଣତ ହୋଇଥିଲା । ବିବାହ ଉତ୍ସବରେ ଘଟିଲା ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ I ଏହି ଦୁର୍ଘଟଣାରେ ୨ଜଣ ଶିଶୁଙ୍କ ସମେତ ୫ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟୁନ ୬୦ ଜଣ ଗୁରୁତର ଭାବେ ଜଳିଯାଇଛନ୍ତି ଘଟଣା ଘଟିଛି ରାଜସ୍ଥାନର ଯୋଧପୁର ନିକଟ ଭୁଙ୍ଗରା ଗାଁରେ I

ସୂଚନାନୁସାରେ, ଯୋଧପୁରଠାରୁ ପ୍ରାୟ ୬୦ କିଲୋମିଟର୍‌ ଦୂର ଶେରଗଡ ନିକଟ ଭୁଙ୍ଗରା ଗ୍ରାମରେ ତଖ୍‌ତ୍‌ ସିଂହଙ୍କ ଘରେ ବିବାହ ସମାରୋହର ଚାଲିଥିଲା I ଘରୁ ବରର ଶୋଭାଯାତ୍ରା ବାହାରିବା ସମୟରେ ଅତିଥି ମାନେ ଭୋଜି ଖାଉଥିଲେ I ଏହି ସମୟରେ ରୋଷେଇଶାଳରୁ ଗ୍ୟାସ ଲିକ ହୋଇ ଏକ ସଂଗେ ୨ ଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଚାହୁଁ ଚାହୁଁ ନିଆଁ ଚାରି ଆଡକୁ ବ୍ୟାପି ଯାଇଥିଲା ଏବଂ ଘରର କିଛି ଅଂଶ ଭୁଶୁଡି ପଡିଥିଲା I ସେହି ସମୟରେ ଘରେ ଉପସ୍ଥିତ ଥିବା ବନ୍ଧୁ ପରିଜନଙ୍କ ମଧ୍ୟରୁ ୬୦ ଜଣ ମହିଳା, ପୁରୁଷ ଏବଂ ଶିଶୁ ଗୁରୁତର ଭାବେ ଜଳି ଯାଇଥିଲେ। ଗ୍ରାମବାସୀ ମାନେ ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ I ପରେ ଅଗ୍ନିଶମବାହିନୀ ଆସି ନିଆଁ ଲିଭାଇ ଥିଲେ।

ଖବରନୁସାରେ,ଡାକ୍ତର ଖାନରେ ଭର୍ତ୍ତି ହୋଇଥିବା ଗୁରୁତ୍ତର ଆହତଙ୍କ ମଧ୍ୟରୁ ୨ ଜଣ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ସେହିପରି ଆହତ ହୋଇଥିବା ଅନ୍ୟ ୬୦ମଧ୍ୟରୁ ୪୨ଜଣଙ୍କୁ ଯୋଧପୁରସ୍ଥିତ ମହାତ୍ମା ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବାକି ୧୭ଜଣଙ୍କର ଚିକିତ୍ସା କରାଯାଇ ଛାଡ଼ି ଦିଆଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ସନ୍ଧ୍ୟାରେ ହସ୍ପିଟାଲ ପହଁଚି ଗୁରୁତର ଆହତ ମାନଙ୍କୁ ଉନ୍ନତ ଚିକିତ୍ସା କରାଇବା ପାଇଁ ନିର୍ଦେଶ ଦେଇଛନ୍ତି I

Tags: