ଜାମ୍ମୁ-କାଶ୍ମୀରରେ ବନ୍ଦ ହେଲା ୪୮ ଟି ପର୍ଯ୍ୟଟନସ୍ଥଳୀ
ନୂଆଦିଲ୍ଲୀ : ପହଲଗାମ ଆକ୍ରମଣର ସାତ ଦିନ ପରେ ଜାମ୍ମୁ -କାଶ୍ମୀରରେ ହାଇ ଆଲର୍ଟ । ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ୪୮ ଟି ପର୍ଯ୍ୟଟନ ସ୍ଥଳୀ । ସୁରକ୍ଷା ଦୃଷ୍ଟିରୁ ମୋଟ ୮୭ ଟି ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ୪୮ ଟିକୁ ବନ୍ଦ କରିଛନ୍ତି ଜାମ୍ମୁ-କାଶ୍ମୀର ସରକାର । ପହଲଗାମ ଆକ୍ରମଣ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ରାଜ୍ୟ ସରକାରଙ୍କୁ ଏସବୁ ପର୍ଯ୍ୟଟନ ସ୍ଥଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଏହି […]
ନୂଆଦିଲ୍ଲୀ : ପହଲଗାମ ଆକ୍ରମଣର ସାତ ଦିନ ପରେ ଜାମ୍ମୁ -କାଶ୍ମୀରରେ ହାଇ ଆଲର୍ଟ । ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ୪୮ ଟି ପର୍ଯ୍ୟଟନ ସ୍ଥଳୀ । ସୁରକ୍ଷା ଦୃଷ୍ଟିରୁ ମୋଟ ୮୭ ଟି ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ୪୮ ଟିକୁ ବନ୍ଦ କରିଛନ୍ତି ଜାମ୍ମୁ-କାଶ୍ମୀର ସରକାର । ପହଲଗାମ ଆକ୍ରମଣ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ରାଜ୍ୟ ସରକାରଙ୍କୁ ଏସବୁ ପର୍ଯ୍ୟଟନ ସ୍ଥଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।
ଏହି ପର୍ଯ୍ୟଟନସ୍ଥଳୀ ଗୁଡିକ ମଧ୍ୟରେ ବୁଡଗାମର ଡୁଡପାଟ୍ରି ,ଅନନ୍ତନାଗରେ ଭେରିନାଗ ,ଗୁଲମାର୍ଗ, ସୋନମାର୍ଗ ଏବଂ ଡାଲ ହ୍ରଦ ଅଞ୍ଚଳ ସମେତ ସମ୍ବେଦନଶୀଳ ପର୍ଯ୍ୟଟନ ସ୍ଥାନଗୁଡ଼ିକ ରହିଛି । ଏଠାରେ ମୁଖ୍ୟତଃ ଜମ୍ମୁ ଏବଂ କାଶ୍ମୀର ପୋଲିସର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ଦ୍ୱାରା ଫିଦାୟିନ ବିରୋଧୀ ଦଳଗୁଡ଼ିକୁ ମୁତୟନ କରାଯାଇଛି। ମୋଟାମୋଟି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ ସୁଦୃଢ଼ କରାଯାଇଛି ।




