କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି , ଦିଲ୍ଲୀ ଛାଡ଼ିବା ବିଳମ୍ବ ହେବ
ନୂଆଦିଲ୍ଲୀ : କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଟ୍ରୁଡୋଙ୍କ ବିମାନ ଆଜି ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିବାକୁ ଚେଷ୍ଟା କରିବା ସମୟରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଟ୍ରୁଡୋ ଏବଂ କାନାଡ଼ାର ଅନ୍ୟ ପ୍ରତିନିଧି ଦଳ ଦିଲ୍ଲୀ ଛାଡ଼ିବା ବିଳମ୍ବ ହେବ। ବିମାନରେ ଥିବା ଯାନ୍ତ୍ରିକ ତ୍ରୁଟି ସଂଶୋଧନ ପରେ ଟ୍ରୁଡୋ ଏବଂ ଅନ୍ୟମାନେ ଦିଲ୍ଲୀ ଛାଡ଼ିବେ। ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୮ ତାରିଖ ସନ୍ଧ୍ୟାରେ ଟ୍ରୁଡୋ ଦିଲ୍ଲୀ ପହଞ୍ଚିଥିଲେ। […]
ନୂଆଦିଲ୍ଲୀ : କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଟ୍ରୁଡୋଙ୍କ ବିମାନ ଆଜି ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିବାକୁ ଚେଷ୍ଟା କରିବା ସମୟରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଟ୍ରୁଡୋ ଏବଂ କାନାଡ଼ାର ଅନ୍ୟ ପ୍ରତିନିଧି ଦଳ ଦିଲ୍ଲୀ ଛାଡ଼ିବା ବିଳମ୍ବ ହେବ। ବିମାନରେ ଥିବା ଯାନ୍ତ୍ରିକ ତ୍ରୁଟି ସଂଶୋଧନ ପରେ ଟ୍ରୁଡୋ ଏବଂ ଅନ୍ୟମାନେ ଦିଲ୍ଲୀ ଛାଡ଼ିବେ। ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୮ ତାରିଖ ସନ୍ଧ୍ୟାରେ ଟ୍ରୁଡୋ ଦିଲ୍ଲୀ ପହଞ୍ଚିଥିଲେ। ଗତକାଲି ମୋଦୀ ଏବଂ ଟ୍ରୁଡୋଙ୍କ ମଧ୍ୟରେ ବୈଠକ ହୋଇଥିଲା। କାନାଡ଼ରେ ଉଗ୍ରପନ୍ଥୀଙ୍କ ଭାରତ ବିରୋଧୀ କାର୍ଯ୍ୟକ୍ରମ ବୃଦ୍ଧି ପାଉଥିବା ଏନେଇ ମୋଦୀ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଟ୍ରୁଡୋଙ୍କ ସହ ଏନେଇ ଆଲୋଚନା କରିଛନ୍ତି ବୋଲି ପିଏମ୍ଓ ଅଫିସ ପକ୍ଷରୁ କୁହାଯାଇଛି। ବୈଠକ ପରେ ଟ୍ରୁଡୋ ଗଣମାଧ୍ୟମରେ କହିଛନ୍ତି, ହିଂସା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସର୍ବଦା ତତ୍ପର।




