୪୪ ଭାରତୀୟ ରୁଷ୍‌ ସେନାରେ, ସତର୍କ କଲା ଭାରତ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରାଳୟ (ଏମ୍‌ଇଏ) ନିଶ୍ଚିତ କରିଛି ଯେ ୪୪ ଜଣ ଭାରତୀୟ ନାଗରିକ ବର୍ତ୍ତମାନ ରୁଷ୍‌ ସେନାରେ ନିୟୋଜିତ ଅଛନ୍ତି। ଏଭଳି ପ୍ରକ୍ରିୟା ବିରୋଧରେ ବାରମ୍ବାର କୂଟନୈତିକ ହସ୍ତକ୍ଷେପ କରାଯାଇଛି ବୋଲି ଏମ୍‌ଇଏ ମୁଖପାତ୍ର ରଣଧୀର ଜୈସୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କ୍ରେମ୍‌ଲିନ ସହ ନିରନ୍ତର ଯୋଗାଯୋଗ ମାଧ୍ୟମରେ ଏହି ଭାରତୀୟ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ତୁରନ୍ତ ମୁକ୍ତ କରି ନିରାପଦ ଫେରାଇବା ପାଇଁ ସରକାର ପ୍ରୟାସ ଜାରି […]

୪୪ ଭାରତୀୟ ରୁଷ୍‌ ସେନାରେ, ସତର୍କ କଲା ଭାରତ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରାଳୟ (ଏମ୍‌ଇଏ) ନିଶ୍ଚିତ କରିଛି ଯେ ୪୪ ଜଣ ଭାରତୀୟ ନାଗରିକ ବର୍ତ୍ତମାନ ରୁଷ୍‌ ସେନାରେ ନିୟୋଜିତ ଅଛନ୍ତି। ଏଭଳି ପ୍ରକ୍ରିୟା ବିରୋଧରେ ବାରମ୍ବାର କୂଟନୈତିକ ହସ୍ତକ୍ଷେପ କରାଯାଇଛି ବୋଲି ଏମ୍‌ଇଏ ମୁଖପାତ୍ର ରଣଧୀର ଜୈସୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କ୍ରେମ୍‌ଲିନ ସହ ନିରନ୍ତର ଯୋଗାଯୋଗ ମାଧ୍ୟମରେ ଏହି ଭାରତୀୟ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ତୁରନ୍ତ ମୁକ୍ତ କରି ନିରାପଦ ଫେରାଇବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି।
ଜୈସୱାଲ କହିଛନ୍ତି, ଆମେ ରୁଷ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ବିଷୟ ଉଠାଇଛୁ, ସେମାନଙ୍କୁ ତୁରନ୍ତ ମୁକ୍ତ କରିବା ଓ ଏଭଳି ନିଯୁକ୍ତି ପ୍ରକ୍ରିୟା ବନ୍ଦ କରିବାକୁ ଅନୁରୋଧ କରିଛୁ। ଭାରତରେ ମଧ୍ୟ ନିୟୋଜନକାରୀ ଏଜେଣ୍ଟମାନଙ୍କୁ ଚିହ୍ନଟ ଓ ରୋକିବା ପାଇଁ ମଧ୍ୟ ଧ୍ୟାନ ଦିଆଯାଉଛି, ଯେଉଁମାନେ ମିଥ୍ୟା ଚାକିରି ବା ଅଧ୍ୟୟନ ଭିସା ପ୍ରତିଶ୍ରୁତି ଦେଇ ଯୁବକମାନଙ୍କୁ ପ୍ରଲୋଭିତ କରୁଛନ୍ତି ଏବଂ ରୁଷ୍‌ ପଠାଉଛନ୍ତି। ହରିୟାଣା, ପଞ୍ଜାବ, ରାଜସ୍ଥାନ, ଗୁଜରାଟ ଓ ତେଲଙ୍ଗାନାରୁ ଅନେକ ଯୁବକ ମାସିକ ୨ ଲକ୍ଷ ଟଙ୍କା ଦରମାରେ ଯୁଦ୍ଧରେ ନିୟୋଜିତ ଥିବା ଜଣାପଡ଼ିବା ପରେ ଏହି ବିପଜ୍ଜନକ ପ୍ରକ୍ରିୟା ନେଇ ସରକାର ଲୋକଙ୍କୁ ସତର୍କ କରାଇଛନ୍ତି। ଲୁଧିଆନାର ୨୧ ବର୍ଷୀୟ ସମରଜିତ ସିଂହ ଅଧ୍ୟୟନ ଭିସାରେ ରୁଷ୍‌ ଯିବା ପରେ ଦୁଇ ମାସ ଧରି ନିଖୋଜ ଅଛନ୍ତି।

Tags: