ଇଣ୍ଡିଆ ମେଣ୍ଟକୁ କଟାକ୍ଷ କରି ବିଜେପିର ନୂଆ ପୋଷ୍ଟର
ନୂଆଦିଲ୍ଲୀ: ମୁମ୍ବାଇରେ ଆଜି ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ଥିବାବେଳେ ଏହା ପୂର୍ବରୁ ପୋଷ୍ଟର ୱାର୍ ଆରମ୍ଭ ହୋଇଛି। ବିରୋଧୀ ଇଣ୍ଡିଆ ମେଣ୍ଟ ଦ୍ବାରା ମୁମ୍ବାଇର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବାବେଳେ ଆଜି ବିଜେପି ବିରୋଧୀ ଇଣ୍ଡିଆ ମେଣ୍ଟକୁ କଟାକ୍ଷ କରି ଏହାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ୍ରେ ଏକ ପୋଷ୍ଟ୍ କରିଛି। ଏହି ପୋଷ୍ଟରରେ ଆର୍ନଲ୍ଡ ସ୍ବାର୍ଜେନେଗରଙ୍କ ଅଭିନୀତ ‘ଟର୍ମିନେଟର’ ଫିଲ୍ମରେ ତାଙ୍କର ପ୍ରସିଦ୍ଧ ଡାଇଲଗ୍ରେ ସାମାନ୍ୟ ଟ୍ବିଷ୍ଟ କରି ବିଜେପି ଲେଖିଛି ‘୨୦୨୪ ! […]
ନୂଆଦିଲ୍ଲୀ: ମୁମ୍ବାଇରେ ଆଜି ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ଥିବାବେଳେ ଏହା ପୂର୍ବରୁ ପୋଷ୍ଟର ୱାର୍ ଆରମ୍ଭ ହୋଇଛି। ବିରୋଧୀ ଇଣ୍ଡିଆ ମେଣ୍ଟ ଦ୍ବାରା ମୁମ୍ବାଇର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବାବେଳେ ଆଜି ବିଜେପି ବିରୋଧୀ ଇଣ୍ଡିଆ ମେଣ୍ଟକୁ କଟାକ୍ଷ କରି ଏହାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ୍ରେ ଏକ ପୋଷ୍ଟ୍ କରିଛି। ଏହି ପୋଷ୍ଟରରେ ଆର୍ନଲ୍ଡ ସ୍ବାର୍ଜେନେଗରଙ୍କ ଅଭିନୀତ ‘ଟର୍ମିନେଟର’ ଫିଲ୍ମରେ ତାଙ୍କର ପ୍ରସିଦ୍ଧ ଡାଇଲଗ୍ରେ ସାମାନ୍ୟ ଟ୍ବିଷ୍ଟ କରି ବିଜେପି ଲେଖିଛି ‘୨୦୨୪ ! ଆଇ ୱିଲ୍ ବି ବ୍ୟାକ୍ !’। ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ହଟାଇବା ପାଇଁ ଅଣ ବିଜେପି ଦଳ ଗୁଡ଼ିକ ଏକାଠି ହୋଇଥିବାବେଳେ ବିଜେପି ବିରୋଧୀ ଦଳଙ୍କ ଏହି ଉଦ୍ୟମକୁ କଟାକ୍ଷ କରି ଏଭଳି ପୋଷ୍ଟ୍ କରିଛି। ବିଜେପି ପୋଷ୍ଟ୍ କରିଥିବା ପୋଷ୍ଟରର କ୍ୟାପସନ୍ ରହିଛି ‘ ବିରୋଧୀ ଭାବୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହରାଯାଇପାରିବ। ସ୍ବପ୍ନ ଦେଖିଚାଲ। ଟର୍ମିନେଟର ସର୍ବଦା ଜିତେ। ବିରୋଧୀଙ୍କ ବୈଠକର ଦିନକ ପୂର୍ବରୁ ବିଜେପି ଏହି ପୋଷ୍ଟର ଜାରି କରିଛି। ଆଜି ଏନ୍ଡିଏ ମେଣ୍ଟ ଦ୍ବାରା ମଧ୍ୟ ମୁମ୍ବାଇରେ ବୈଠକ ହେଉଛି।




