ହରିଦ୍ୱାର ଜେଲରେ ୪୩ କଏଦୀଙ୍କୁ କରୋନା
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପୁଣିଥରେ ନିଜ ପ୍ରକୋପ ଦେଖାଇଛି । ଉତ୍ତରାଖଣ୍ଡରେ କରୋନା ମାମଲା ଲଗାତାର ବି ଚାଲିଛି । ଏବେ ହରିଦ୍ୱାରର ଜିଲ୍ଲା କାରାଗାରାରେ ୪୩ କଏଦୀ କରୋନା ପଜିଟିଭ ବାହାରିଛନ୍ତି, ଯାହା ପରେ ଜେଲ୍ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ କଏଦୀଙ୍କୁ ଅଲଗା ଅଲଗା ବାରାକରେ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଟିମ୍ ସେମାନଙ୍କ ଉପରେ କଡ଼ା ନଜର ରଖିଛି । ସିଏମ୍ଓ ଖଗେନ୍ଦ୍ର ସିଂଙ୍କ କହିବା […]
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପୁଣିଥରେ ନିଜ ପ୍ରକୋପ ଦେଖାଇଛି । ଉତ୍ତରାଖଣ୍ଡରେ କରୋନା ମାମଲା ଲଗାତାର ବି ଚାଲିଛି । ଏବେ ହରିଦ୍ୱାରର ଜିଲ୍ଲା କାରାଗାରାରେ ୪୩ କଏଦୀ କରୋନା ପଜିଟିଭ ବାହାରିଛନ୍ତି, ଯାହା ପରେ ଜେଲ୍ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ କଏଦୀଙ୍କୁ ଅଲଗା ଅଲଗା ବାରାକରେ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଟିମ୍ ସେମାନଙ୍କ ଉପରେ କଡ଼ା ନଜର ରଖିଛି । ସିଏମ୍ଓ ଖଗେନ୍ଦ୍ର ସିଂଙ୍କ କହିବା ହେଲା, ଜିଲ୍ଲା କାରାଗାରରେ ୪୨୫ କଏଦୀଙ୍କ ନମୁନା ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୪୩ କଏଦୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ବର୍ତ୍ତମାନ ସମ୍ପୂର୍ଣ୍ଣ କାରାଗାରକୁ ସାନିଟାଇଜ୍ କରାଯାଇ ପୀଡ଼ିତ କଏଦୀମାନଙ୍କୁ ଆଇସୋଲେଟ୍ କରାଯାଇଛି ।

ସିଏମ୍ଓ କହିଛନ୍ତି, ଏଠାରେ ଅନେକ ଦିନ ହେବ କଏଦୀମାନଙ୍କର ନମୁନା ନିଆଯାଇ ନ ଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ନମୁନା ନେବାର କୌଣସି ଗାଇଡ୍ଲାଇନ ଜାରି କରାଯାଇ ନାହିଁ । ଆମେ ସୁରକ୍ଷା ଦୃଷ୍ଟିରୁ ନମୁନା ସଂଗ୍ରହ କରିଥିଲୁ । ସ୍ୱାସ୍ଥ୍ୟ ବିଭାଗ ଟିମ୍ ଦୈନିକ ସେମାନଙ୍କ ଚେକ୍ଅପ କରିବ । ହରିଦ୍ୱାରା ଜେଲରେ ବରିଷ୍ଠ ଅଧୀକ୍ଷକ ମନୋଜ କୁମାର ଆର୍ଯ୍ୟ କହିଛନ୍ତି ଯେ ୨୮ ଜୁଲାଇରେ ହେପାଟାଇଟିସ୍ ଡେ’ ଅବସରରେ ଏକ ଶିବିର ଖୋଲା ଯାଇଥିଲା । ଯେଉଁଥିରେ କିଛି କଏଦୀମାନଙ୍କର ହେପାଟାଇଟିସ୍ ସହିତ ଆର୍ଟିପିସିଆର୍ ଟେଷ୍ଟ୍ ମଧ୍ୟ ହୋଇଥିଲା । ଆର୍ଟିପିସିଆର୍ ରିପୋର୍ଟ ଆସିବା ପରେ କିଛି ଜଣ ପଜିଟିଭ୍ ବାହାରିଥିଲେ । କି;ୁ ସେମାନଙ୍କଠାରେ କୋଭିଡର କୌଣସି ଲକ୍ଷଣ ନ ଥିଲା । ଏବେ ମଧ୍ୟ ନାହିଁ । ସମସ୍ତଙ୍କ ଆଇସୋଲେସନ ପିରିୟଡ୍ ସରି ଯାଇଛି, ତଥାପି ଆମେ ସେମାନଙ୍କୁ ଆଇସୋଲେଟ୍ କରି ରଖିଛୁ । ଗାଇଡ୍ଲାଇନ ଅନୁସାରେ ସେମାନଙ୍କ ଉପଚାର କରାଯିବ ।




