ଭାରତୀୟ ସେନା ଗାଡ଼ିରେ ନିଆଁ ଲାଗି ୪ ଯବାନ ସହିଦ
ଜାମ୍ମୁ : ରା଼ଯୋୖରି -ପୁଞ୍ଚ ଜାତୀୟ ରାଜପଥରେ ସେନା ଗାଡିରେ ନିଆଁ ଲାଗିଯାଇ ୪ ଜଣ ସୈନିକ ସହିଦ ହେବା ସହିତ ଅନେକ ଆହତ ହୋଇଛନ୍ତି I ଦୁର୍ଘଟଣା ସ୍ଥଳରେ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି। ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଛି। ଏହି ଘଟଣା ଭଟ୍ଟୁଦିଆରେ ଘଟିଥିଲା I ଏହି ଅଗ୍ନିକାଣ୍ଡର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିସହ ବହୁ ସଂଖ୍ୟକ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ତେବେ […]
ଜାମ୍ମୁ : ରା଼ଯୋୖରି -ପୁଞ୍ଚ ଜାତୀୟ ରାଜପଥରେ ସେନା ଗାଡିରେ ନିଆଁ ଲାଗିଯାଇ ୪ ଜଣ ସୈନିକ ସହିଦ ହେବା ସହିତ ଅନେକ ଆହତ ହୋଇଛନ୍ତି I ଦୁର୍ଘଟଣା ସ୍ଥଳରେ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି। ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଛି। ଏହି ଘଟଣା ଭଟ୍ଟୁଦିଆରେ ଘଟିଥିଲା I ଏହି ଅଗ୍ନିକାଣ୍ଡର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିସହ ବହୁ ସଂଖ୍ୟକ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଜଣ ପଡିଛି I ଘଟଣା ସମ୍ପର୍କରେ ଏ ପର୍ଯ୍ୟନ୍ତ ସଠିକ ତଥ୍ୟ ମିଳି ପIରି ନାହିଁ I




