ବିମାନ ଦୁର୍ଘଟଣାରେ ଆମାଜନ ଜଙ୍ଗଲରେ ଖସି ପଡ଼ିଥିବା ଶିଶୁ ୪୦ ଦିନ ପରେ ଜୀବନ୍ତ ଉଦ୍ଧାର
ନୂଆଦିଲ୍ଲୀ: ବିମାନ ଦୁର୍ଘଟଣା ଯୋଗୁଁ କଲମ୍ବିୟାର ଆମାଜନ ଜଙ୍ଗଲରେ ୪ ଜଣ ଶିଶୁ ଖସି ପଡ଼ିଥିଲେ । ଦୀର୍ଘ ୪୦ ଦିନ ପରେ ସେମାନଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ରାଷ୍ଟ୍ରପତି ଗୁଷ୍ଟାଭୋ ପେଟ୍ରୋ ଶୁକ୍ରବାର ଦିନ ଏନେଇ ଘୋଷଣା କରିଛନ୍ତି। ପେଟ୍ରୋ କହିଛନ୍ତି, ସମଗ୍ର ରାଷ୍ଟ୍ର ପାଇଁ ଏହା ଏକ ଆନନ୍ଦର ମୁହୂର୍ତ୍ତ। ଗତ ୪୦ ଦିନ ପୂର୍ବେ ଆମାଜନ୍ ଜଙ୍ଗଲରେ ବିମାନରୁ ଖସି ପଡ଼ିଥିବା ୪ ଜଣ ଶିଶୁ ଜୀବିତ ଅଛନ୍ତି। କିନ୍ତୁ ସମସ୍ତେ ଖୁବ୍ […]
ନୂଆଦିଲ୍ଲୀ: ବିମାନ ଦୁର୍ଘଟଣା ଯୋଗୁଁ କଲମ୍ବିୟାର ଆମାଜନ ଜଙ୍ଗଲରେ ୪ ଜଣ ଶିଶୁ ଖସି ପଡ଼ିଥିଲେ । ଦୀର୍ଘ ୪୦ ଦିନ ପରେ ସେମାନଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ରାଷ୍ଟ୍ରପତି ଗୁଷ୍ଟାଭୋ ପେଟ୍ରୋ ଶୁକ୍ରବାର ଦିନ ଏନେଇ ଘୋଷଣା କରିଛନ୍ତି। ପେଟ୍ରୋ କହିଛନ୍ତି, ସମଗ୍ର ରାଷ୍ଟ୍ର ପାଇଁ ଏହା ଏକ ଆନନ୍ଦର ମୁହୂର୍ତ୍ତ। ଗତ ୪୦ ଦିନ ପୂର୍ବେ ଆମାଜନ୍ ଜଙ୍ଗଲରେ ବିମାନରୁ ଖସି ପଡ଼ିଥିବା ୪ ଜଣ ଶିଶୁ ଜୀବିତ ଅଛନ୍ତି। କିନ୍ତୁ ସମସ୍ତେ ଖୁବ୍ ଦୁର୍ବଳ ଅଛନ୍ତି। ଡାକ୍ତରମାନେ ଏବେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଉକ୍ତ ୪ ଜଣ ଶିଶୁ ହେଉଛନ୍ତି ୟୁଟୋଟୋ ଇଣ୍ଡିଜେନିୟସ ଗୋଷ୍ଠୀର । ସେମାନଙ୍କ ବୟସ ଯଥାକ୍ରମେ ୧୩, ୯,୪ ଏବଂ ୧। ମେ’ ୧ ତାରିଖରୁ ସେମାନେ ଜଙ୍ଗଲରେ ଏକାକି ଘୁରି ବୁଲୁଛନ୍ତି। ସେମାନେ ଯାତ୍ରା କରୁଥିବା ଏକ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇ ଖସି ପଡ଼ିଥିଲା। ଉକ୍ତ ୪ ଜଣ ଶିଶୁଙ୍କ ସହ ଥିବା ସେମାନଙ୍କ ମା’ ଏବଂ ଅନ୍ୟ ବୟସ୍କ ବ୍ୟକ୍ତି ଓ ପାଇଲଟ୍ ସମସ୍ତଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା। କିନ୍ତୁ ୪ ଜଣ ଶିଶୁଙ୍କ ପତ୍ତା ମିଳିନଥିଲା। ସେମାନଙ୍କୁ ଖୋଜିବାପାଇଁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଦୀର୍ଘ ୪୦ ଦିନ ବିତିଯିବାପରେ ସେମାନଙ୍କୁ ଜୀବିତ ଉଦ୍ଧାର କରାଯିବା ଏକ ଚମତ୍କାର। ଉକ୍ତ ଜଙ୍ଗଲରେ ବିଷାକ୍ତ ଜୀବଜନ୍ତୁ ଭର୍ତ୍ତି ହୋଇଥିଲେ। ଶିଶୁମାନେ ଲଗାତାର ଭାବେ ଘୁରି ବୁଲୁଥିବାରୁ ସେମାନଙ୍କ ନିକଟରେ ପହଞ୍ଚିବା କଷ୍ଟଦାୟକ ହୋଇଯାଉଥିଲା। ସେନା ଦ୍ବାରା ଖାଦ୍ୟ ପ୍ୟାକେଟ୍ ଏବଂ ପାଣି ବଟଲ୍ ପକାଯାଉଥିଲା।




