ଦ୍ବିତୀୟ ଦିନରେ ସମୀର ୱାଙ୍ଖଡ଼େଙ୍କୁ ସିବିଆଇ ଜେରା

ମୁମ୍ବାଇ: ମୁମ୍ବାଇର ପୂର୍ବତନ ଏନସିବି ମୁଖ୍ୟ ସମୀର ୱାଙ୍ଖଡେ ଆଜି ଆରୟନ ଖାନ୍‌ ମାମଲାରେ ଦ୍ବିତୀୟ ଦିନରେ ଜେରା ପାଇଁ ସିବିଆଇ ଅଫିସରେ ହାଜର ହୋଇଛନ୍ତି। ଶନିବାର ମଧ୍ୟ ୱାଙ୍ଖଡ଼େ ସିବିଆଇ ଅଫିସରେ ହାଜର ହୋଇଥିଲେ। ରବିବାର ଦିନ ସିବିଆଇ ୱାଙ୍ଖଡେଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ଜେରା କରିଛି। ଡ୍ରଗ୍ସ ମାମଲାରେ ଆରୟନ ଖାନଙ୍କୁ ଅଭିଯୁକ୍ତ ନକରିବାପାଇଁ ସମୀର ୱାଙ୍ଖଡେ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କଠାରୁ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା ଦାବି ହୋଇଥିଲା। ଏହି […]

Samaya Live Picture
Published On

ମୁମ୍ବାଇ: ମୁମ୍ବାଇର ପୂର୍ବତନ ଏନସିବି ମୁଖ୍ୟ ସମୀର ୱାଙ୍ଖଡେ ଆଜି ଆରୟନ ଖାନ୍‌ ମାମଲାରେ ଦ୍ବିତୀୟ ଦିନରେ ଜେରା ପାଇଁ ସିବିଆଇ ଅଫିସରେ ହାଜର ହୋଇଛନ୍ତି। ଶନିବାର ମଧ୍ୟ ୱାଙ୍ଖଡ଼େ ସିବିଆଇ ଅଫିସରେ ହାଜର ହୋଇଥିଲେ। ରବିବାର ଦିନ ସିବିଆଇ ୱାଙ୍ଖଡେଙ୍କୁ ୫ ଘଣ୍ଟାରୁ ଅଧିକ ସମୟ ଜେରା କରିଛି। ଡ୍ରଗ୍ସ ମାମଲାରେ ଆରୟନ ଖାନଙ୍କୁ ଅଭିଯୁକ୍ତ ନକରିବାପାଇଁ ସମୀର ୱାଙ୍ଖଡେ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କଠାରୁ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା ଦାବି ହୋଇଥିଲା। ଏହି ମାମଲାରେ ୱାଙ୍ଖଡେଙ୍କୁ ସିବିଆଇ ଜେରା କରିଛି। ସକାଳ ୧୦.୧୫ ସମୟରେ ୱାଙ୍ଖଡେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ସ୍ଥିତ ସିବିଆଇ ଅଫିସରେ ପହଞ୍ଚିଥିଲେ। ସିବିଆଇ ଅଫିସ ଯିବା ପୂର୍ବରୁ ୱାଙ୍ଖଡ଼େ କହିଥିଲେ, ‘ସତ୍ୟମେବ ଜୟତେ’। କିନ୍ତୁ ଅଫିସ ଛାଡ଼ିବାପରେ ସେ ଗଣମାଧ୍ୟମରେ କୌଣସି ଟିପ୍ପଣୀ ରଖିନାହାନ୍ତି। ୱାଙ୍ଖଡେ ଅପରାହ୍ନ ପ୍ରାୟ ୨ଟା ସମୟରେ ଲଞ୍ଚ୍‌ ବ୍ରେକ୍‌ ନେଇଥିଲେ। ଅଧଘଣ୍ଟା ପରେ ସେ ପୁଣିଥରେ ତଦନ୍ତରେ ଯୋଗ ଦେଇଥିଲେ। ଅପରାହ୍ନ ୪.୩୦ ରେ ୱାଙ୍ଖଡେ ସିବିଆଇ ଅଫିସ ଛାଡ଼ିଥିଲେ।

Tags: