୩ ମାଓବାଦୀ ନିହତ

ଛତିଶଗଡ଼ : ପୋଲିସ -ମାଓ ଗୁଳି ବିନିମୟ । ପୋଲିସ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସୁକମା -ବିଜାପୁର ସୀମାନ୍ତରେ ଜାରି ରହିଛି ପୋଲିସ ଏନକାଉଣ୍ଟର । ଗତ ୨ ଦିନ ଧରି ବିଜାପୁର ସୀମାରେ ଜାରି ରହିଛି ଡିଆରଜି , ଏସଟିଏଫ୍ ଏବଂ କୋବ୍ରା ବାହିନୀର ଗୁରୁବାର ମିଳିତ ତଲାସୀ ଅଭିଯାନ। ଏହି ସମୟରେ ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାତ୍ର ଯବାନଙ୍କ […]

Samaya Live Picture
Published On

ଛତିଶଗଡ଼ : ପୋଲିସ -ମାଓ ଗୁଳି ବିନିମୟ । ପୋଲିସ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସୁକମା -ବିଜାପୁର ସୀମାନ୍ତରେ ଜାରି ରହିଛି ପୋଲିସ ଏନକାଉଣ୍ଟର । ଗତ ୨ ଦିନ ଧରି ବିଜାପୁର ସୀମାରେ ଜାରି ରହିଛି ଡିଆରଜି , ଏସଟିଏଫ୍ ଏବଂ କୋବ୍ରା ବାହିନୀର ଗୁରୁବାର ମିଳିତ ତଲାସୀ ଅଭିଯାନ। ଏହି ସମୟରେ ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାତ୍ର ଯବାନଙ୍କ ଅତର୍କିତ ଆକ୍ରମଣକୁ ସାମ୍ନା କରିପାରି ନାହାଁନ୍ତି ମାଓବାଦୀ । ଯବାନଙ୍କ ଗୁଳିରେ ୩ ମାଓବାଦୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଛି ।

ଅନ୍ୟପକ୍ଷରେ ବିଜାପୁର ଆୱାପାଲି ଥାନା ଅନ୍ତର୍ଗତ ମୁର୍ଦାଣ୍ଡା ଗ୍ରାମରେ ରାଜ୍ୟ ପୋଲିସ ଏବଂ ସିଆରପିଏଫର ୨୨୯ ବାଟାଲିୟନ୍ ପକ୍ଷରୁ ସର୍ଚ୍ଚ ଅଭିଯାନ କରାଯାଇଛି । ସର୍ଚ୍ଚ ଅପରେସନ ବେଳେ ଆଇଇଡି ଠାବ କରାଯାଇ ତାଙ୍କୁ ବିସ୍ଫୋରଣ କରିଛି ସୁରକ୍ଷାବାହିନୀ ।

ସୂଚନାନୁସାରେ, ଗତ ସୋମବାର ବିଜାପୁର ଜିଲ୍ଲାର କୁତ୍ରୁ-ବେଦ୍ରେ ରାସ୍ତାରେ ଯବାନମାନେ ଜଏଣ୍ଟ ଅପରେସନ୍ ସାରି ଦନ୍ତେୱାଡ଼ା ଜିଲ୍ଲାକୁ ଏକ ଗାଡ଼ିରେ ଫେରୁଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୯ ଜଣ ଯବାନ ସହୀଦ ହୋଇଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଗାଡ଼ି ୪୦-୫୦ ଫୁଟ୍ ଉପରକୁ ଉଠିଯାଇଥିଲା ।

Tags: