ମାଓବିରୋଧୀ ଅଭିଯାନରେ ଆଉ ଏକ ସଫଳତା: ଛତିଶଗଡରେ ଜାରି ସର୍ଚ୍ଚ ଅପେରସନ

ବିଜାପୁର:ମାଓ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା। ୨୦୨୬ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାର ଲକ୍ଷ୍ୟକୁ ମିଳିଲା ବଳ।ସୁରକ୍ଷାକର୍ମୀଙ୍କୁ ବଡ ସଫଳତା।ଏନକାଉଣ୍ଟରରେ ୩୧ ମାଓବାଦୀ ନିହତ।ହୋଇଛନ୍ତି। ଛତିଶଗଡ଼ର ବିଜାପୁର-ନାରାୟଣପୁର ସୀମାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିବା ସମୟରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି।ଜାତୀୟ ଉଦ୍ୟାନ ଅଞ୍ଚଳର ଜଙ୍ଗଲରେ ଚାଲିଥିବା ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ସମୟ‌ରେ ୩୧ ମାଓବାଦୀ ଟଳି ପଡିଛନ୍ତି। ଅନ୍ୟପଟେ ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା […]

ମାଓବିରୋଧୀ ଅଭିଯାନରେ ଆଉ ଏକ ସଫଳତା: ଛତିଶଗଡରେ ଜାରି ସର୍ଚ୍ଚ ଅପେରସନ
Samaya Live Picture
Published On

ବିଜାପୁର:ମାଓ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା। ୨୦୨୬ ସୁଦ୍ଧା ଦେଶକୁ ମାଓମୁକ୍ତ କରିବାର ଲକ୍ଷ୍ୟକୁ ମିଳିଲା ବଳ।ସୁରକ୍ଷାକର୍ମୀଙ୍କୁ ବଡ ସଫଳତା।ଏନକାଉଣ୍ଟରରେ ୩୧ ମାଓବାଦୀ ନିହତ।ହୋଇଛନ୍ତି। ଛତିଶଗଡ଼ର ବିଜାପୁର-ନାରାୟଣପୁର ସୀମାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିବା ସମୟରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି।ଜାତୀୟ ଉଦ୍ୟାନ ଅଞ୍ଚଳର ଜଙ୍ଗଲରେ ଚାଲିଥିବା ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ସମୟ‌ରେ ୩୧ ମାଓବାଦୀ ଟଳି ପଡିଛନ୍ତି। ଅନ୍ୟପଟେ ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାୟପୁରକୁ ପଠାଯାଇଛି।
ବିଜାପୁର ଜିଲ୍ଲାର ଜାତୀୟ ଉଦ୍ୟାନ ଅଞ୍ଚଳର ଜଙ୍ଗଲରେ ମାଓବାଦୀମାନଙ୍କ ଉପସ୍ଥିତି ବିଷୟରେ ଗୁପ୍ତ ସୂଚନା ମିଳିଥିଲା। ଏହାକୁ ଆଧାର କରି ସୁରକ୍ଷା ବାହିନୀର ଦଳ ମାଓବାଦୀ ବିରୋଧୀ ଅପରେସନ୍‌ରେ ବାହାରିଥିଲେ। ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିବା ପରେ ଆଗକୁ ମାଓ ବିରୋଧୀ ଅଭିଯାନକୁ ବଳ ଯୋଗାଇଛି। ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ପାଇଁ ଆହ୍ୱାନ ଦିଆଯାଇଛି।

Tags: