ଜେଡିୟୁର ୩ ଟାଣୁଆ ନେତା ଆରଜେଡିରେ ସାମିଲ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନୀତୀଶ କୁମାରଙ୍କ ଜେଡିୟୁକୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଶକ୍ତ ଝଟ୍‌କା ଦେଇଛି। ପୂର୍ବତନ ଜେଡିୟୁ ସାଂସଦ ସନ୍ତୋଷ କୁଶୱାହା, ଜେଡିୟୁର ପୂର୍ବତନ ବିଧାୟକ ରାହୁଲ ଶର୍ମା ଏବଂ ଜେଡିୟୁ ସାଂସଦ ଗିରିଧାରୀ ଯାଦବଙ୍କ ପୁଅ ଚାଣକ୍ୟ ପ୍ରକାଶ ରଞ୍ଜନ ଆର୍‌ଜେଡିରେ ଯୋଗ ଦେଇଛନ୍ତି ସନ୍ତୋଶ କୁଶୱାହା ଧାମଦାହା ବିଧାନସଭା ଆସନରୁ ଲେସି ସିଂଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବା ସମ୍ଭାବନା ରହିଛି। ଏଥି ସହିତ ରାହୁଲ ଶର୍ମା ଘୋସି […]

ଜେଡିୟୁର ୩ ଟାଣୁଆ ନେତା ଆରଜେଡିରେ ସାମିଲ
Samaya Live Picture
Published On

ପାଟନା: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନୀତୀଶ କୁମାରଙ୍କ ଜେଡିୟୁକୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଶକ୍ତ ଝଟ୍‌କା ଦେଇଛି। ପୂର୍ବତନ ଜେଡିୟୁ ସାଂସଦ ସନ୍ତୋଷ କୁଶୱାହା, ଜେଡିୟୁର ପୂର୍ବତନ ବିଧାୟକ ରାହୁଲ ଶର୍ମା ଏବଂ ଜେଡିୟୁ ସାଂସଦ ଗିରିଧାରୀ ଯାଦବଙ୍କ ପୁଅ ଚାଣକ୍ୟ ପ୍ରକାଶ ରଞ୍ଜନ ଆର୍‌ଜେଡିରେ ଯୋଗ ଦେଇଛନ୍ତି ସନ୍ତୋଶ କୁଶୱାହା ଧାମଦାହା ବିଧାନସଭା ଆସନରୁ ଲେସି ସିଂଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବା ସମ୍ଭାବନା ରହିଛି। ଏଥି ସହିତ ରାହୁଲ ଶର୍ମା ଘୋସି ବିଧାନସଭା ନିର୍ବାଚନମଣ୍ଡଳୀରୁ ଆରଜେଡି ପକ୍ଷରୁ ନିର୍ବାଚନ ଲଢ଼ିପାରନ୍ତି। ଭୂମିହାର ସମ୍ପ୍ରଦାୟର ବଡ ନେତାମାନଙ୍କୁ ନିଜ ପଟକୁ ଆଣିବା ପାଇଁ ଆରଜେଡି ଦ୍ୱାରା ଏହି ପଦକ୍ଷେପକୁ ଏକ ସଫଳ ରଣନୀତି ଭାବରେ ଦେଖାଯାଉଛି। ରାହୁଲ ଶର୍ମାଙ୍କ ବାପା ଜଗଦୀଶ ଶର୍ମା ୧୯୭୭ରୁ ୨୦୦୯ ପର୍ଯ୍ୟନ୍ତ କ୍ରମାଗତ ଭାବେ ଘୋସି ଆସନରୁ ବିଧାୟକ ଥିଲେ ଏବଂ ୨୦୦୯ରେ ସାଂସଦ ହୋଇଥିଲେ। ତାଙ୍କ ପତ୍ନୀ ଶାନ୍ତି ଶର୍ମା ଉପନିର୍ବାଚନ ମାଧ୍ୟମରେ ବିଧାୟକ ହୋଇଥିବାବେଳେ ରାହୁଲ ଶର୍ମା ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ଘୋଷୀ ଆସନରୁ ବିଧାୟକ ଥିଲେ।

Tags: