ମାଲିରେ ୩ ଭାରତୀୟ ଅପହୃତ,ଓଡିଶାରୁ ଜଣେ
ଗଞ୍ଜାମ : ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏକ ସିମେଣ୍ଟ କାରଖାନାରୁ ୩ ଭାରତୀୟ ଅପହୃତ । ଏମାନଙ୍କ ମଧ୍ୟରେ ଜଣେ ଓଡ଼ିଶାରୁ ରହିଥିବା ସୂଚନା ମିଳିଛି ଇ ତାଙ୍କ ନାଁ ପି.ଭେଙ୍କଟରମଣ ।ଘର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସମରଝୋଳ ଗାଁରେ । ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ତାଙ୍କ ମା’ ଲିଖିତ ଅଭିଯୋଗ କରିଛନ୍ତି। ୨ ଦିନ ତଳେ ମାଲିରେ ୩ ଭାରତୀୟଙ୍କୁ ଅପହରଣ କରି ନେଇଛନ୍ତି ଅଲକାଏଦା ଆତଙ୍କବାଦୀ। ସୂଚନାନୁସାରେ,ଗତ ନଭେମ୍ବର […]
ଗଞ୍ଜାମ : ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏକ ସିମେଣ୍ଟ କାରଖାନାରୁ ୩ ଭାରତୀୟ ଅପହୃତ । ଏମାନଙ୍କ ମଧ୍ୟରେ ଜଣେ ଓଡ଼ିଶାରୁ ରହିଥିବା ସୂଚନା ମିଳିଛି ଇ ତାଙ୍କ ନାଁ ପି.ଭେଙ୍କଟରମଣ ।ଘର ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସମରଝୋଳ ଗାଁରେ । ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ତାଙ୍କ ମା’ ଲିଖିତ ଅଭିଯୋଗ କରିଛନ୍ତି। ୨ ଦିନ ତଳେ ମାଲିରେ ୩ ଭାରତୀୟଙ୍କୁ ଅପହରଣ କରି ନେଇଛନ୍ତି ଅଲକାଏଦା ଆତଙ୍କବାଦୀ।
ସୂଚନାନୁସାରେ,ଗତ ନଭେମ୍ବର ମାସରେ ଭେଙ୍କଟ ରମଣ ମୁମ୍ବାଇର ବ୍ଲୁଷ୍ଟାର କମ୍ପାନୀ ପକ୍ଷରୁ ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଥିବା ଡାଇମଣ୍ଡ ସିମେଣ୍ଟ କାରଖାନାରେ କାମ କରିବାକୁ ଯାଇଥିଲେ । ତେବେ ଗତ ୩୦ ତାରିଖ ଦିନ ସିମେଣ୍ଟ କାରଖାନା ଉପରେ ସ୍ଥାନୀୟ ଅଲକାଏଦା ଆତଙ୍କବାଦୀ ସଂଗଠନ ଆକ୍ରମଣ କରି ୩ ଜଣ ଭାରତୀୟଂକୁ ଅପହରଣ କରିନେଇଥିଲା । ଏହି କାରଖାନା ଉପରେ ସଶସ୍ତ୍ର ଆତଙ୍କୀମାନେ ସମ୍ମିଳିତ ହମଲା କରିବା ପରେ ସେମାନଙ୍କୁ ଅପହରଣ କରାଯାଇଥିଲା । ଅଲକାଏଦା ସହ ଜଡ଼ିତ ଜମାତ ନୁସରତ ଅଲ-ଇସଲାମ ଓ୍ବାଲ ମୁସଲିମିନ ପକ୍ଷରୁ ଏହି ଅପହରଣ କରାଯାଇଥିଲା। ଅପହରଣ ଘଟଣାକୁ ତୀବ୍ର ନିନ୍ଦା କରିଥିଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।ଏନେଇ ଜୁଲାଇ ୩ ତାରିଖରେ କମ୍ପାନୀ ପକ୍ଷରୁ ପରିବାକୁ ଲୋକଙ୍କୁ ସୂଚନା ଦିଆଯାଇଥିଲା ।
ଏହାପରେ ପରିବାର ଲୋକ ଏ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରି ପୁଅଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଏହି ଘଟଣା ବିଷୟରେ ଜାଣିବା ପାଇଁ ବୈଦେଶିକ ମନ୍ତ୍ରାଳୟକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅପହରଣ ନେଇ କୌଣସି ସୂଚନା ମିଳିପାରିନାହିଁ । ପୁଅକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପରିବାର ପକ୍ଷରୁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।




