ଆଜି ବସିବ ୨ୟ ସିସିଏସ ବୈଠକ

ନୂଆଦିଲ୍ଲୀ: ଆଜି ବସିବ ଗୁରୁତ୍ତ୍ୱପୂର୍ଣ୍ଣ ସିସିଏସ ବୈଠକ । ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତୀୟ ୨ୟ ସିସିଏସ୍‌ (କ୍ୟାବିନେଟ କମିଟି ଅନ ସିକ୍ୟୁରିଟି) ବୈଠକ ଅନୁଷ୍ଠିତ ହେବ । ଏଥିରେ ପାକିସ୍ତାନ ବିରୋଧରେ କିଛି ବଡ଼ ପଦକ୍ଷେପ ଘୋଷଣା କରାଯିବାର ସମ୍ଭାବନା ରହିଛି । ଗତ ବୁଧବାର ସିସିଏସ୍‌ ବୈଠକରେ ପାକିସ୍ତାନ ବିରୋଧରେ ୫ଟି ବଡ଼ ପଦକ୍ଷେପ ଘୋଷଣା କରାଯାଇଥିଲା । ଏହାପରେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) […]

ଆଜି ବସିବ ୨ୟ ସିସିଏସ ବୈଠକ
Samaya Live Picture
Published On

ନୂଆଦିଲ୍ଲୀ: ଆଜି ବସିବ ଗୁରୁତ୍ତ୍ୱପୂର୍ଣ୍ଣ ସିସିଏସ ବୈଠକ । ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତୀୟ ୨ୟ ସିସିଏସ୍‌ (କ୍ୟାବିନେଟ କମିଟି ଅନ ସିକ୍ୟୁରିଟି) ବୈଠକ ଅନୁଷ୍ଠିତ ହେବ । ଏଥିରେ ପାକିସ୍ତାନ ବିରୋଧରେ କିଛି ବଡ଼ ପଦକ୍ଷେପ ଘୋଷଣା କରାଯିବାର ସମ୍ଭାବନା ରହିଛି । ଗତ ବୁଧବାର ସିସିଏସ୍‌ ବୈଠକରେ ପାକିସ୍ତାନ ବିରୋଧରେ ୫ଟି ବଡ଼ ପଦକ୍ଷେପ ଘୋଷଣା କରାଯାଇଥିଲା । ଏହାପରେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକ ବସିବ । ଭାରତ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ବୈଠକ ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ର କଡା ଜବାବ ଦିଆଯିବ । ଏନେଇ ବୈଠକରେ ବିସ୍ତୃତ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଯେକୌଣସି ମୁହୂର୍ତ୍ତରେ ସେନା ନେଇପାରେ ବଡ଼ ପଦକ୍ଷେପ। ଆକ୍ସନ ପାଇଁ ସେନାକୁ ଦିଆଯାଇଛି ପୂରା କ୍ଷମତା। ସେନା ସ୍ଥିର କରିବ କେତେବେଳେ କଣ କରାଯିବ। କିପରି ଜବାବ ଦିଆଯିବ ସେନେଇ ସେନା ନିଷ୍ପତ୍ତି ନେବ । ଆତଙ୍କବାଦକୁ ନିପାତ କରାଯିବ।

ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହ ଜାତୀୟ ସୁରକ୍ଷା ମୁଖ୍ୟ ପରାମର୍ଶଦାତା ଅଜିତ ଡୋଭାଲ, କ୍ୟାବିନେଟ ସଚିବ ଓ ପ୍ରତିରକ୍ଷା ସଚିବ ମଧ୍ୟ ଉପସ୍ଥିତ ରହିବେ । ପହଲଗାମ ଆଟାକ ପରେ ଏହା ଦ୍ୱିତୀୟ ସିସିଏସ ବୈଠକ । ଏପ୍ରିଲ ୨୩ ତାରିଖରେ ହୋଇଥିବା ସିସିଏସ ବୈଠକରେ ସିନ୍ଧୁ ଜଳ ଚୁକ୍ତି ବାତିଲ, ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ବେଳେ ଦ୍ୱିତୀୟ ବୈଠକରେ ମଧ୍ୟ ବଡ ଧରଣର ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।

Tags: