ବିସ୍କୁଟ୍‌ ଖାଇ ମହାରାଷ୍ଟ୍ର ସ୍କୁଲର ୨୫୭ ଛାତ୍ର ଅସୁସ୍ଥ

ପୁଣେ: ମହାରାଷ୍ଟ୍ର ଛତ୍ରପତି ଶମ୍ବାଜିନଗର ଜିଲ୍ଲା ଅଧୀନସ୍ଥ ଏକ କେକେତ ଜଲଗାଓଁ ଗାଁର ସରକାରୀ ବିଦ୍ୟାଳୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଷ୍ଟିକର ଖାଦ୍ୟ ଯୋଗାଣ ଯୋଜନା ଅଧୀନରେ ବିଦ୍ୟାଳୟରେ ବଣ୍ଟନ କରାଯାଇଥିବା ବିସ୍କୁଟ୍‌ ଖାଇ ୨୫୭ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ସୂଚନାନୁଯାୟୀ ଶନିବାର ସକାଳ ପ୍ରାୟ ସାଢ଼େ ୮ଟାରେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ବିସ୍କୁଟ୍‌ ବଣ୍ଟନ କରାଯାଇଥିଲା। ବିସ୍କୁଟ ଖାଇବା ପରେ ଛାତ୍ରଛାତ୍ରୀମାନେ ବାନ୍ତି କରିଥିଲେ। କେତେକ ଛାତ୍ରଛାତ୍ରୀ ବେହୋସ ହୋଇଯାଇଥିଲେ। ଏହି ସୂଚନା […]

Samaya Live Picture
Published On

ପୁଣେ: ମହାରାଷ୍ଟ୍ର ଛତ୍ରପତି ଶମ୍ବାଜିନଗର ଜିଲ୍ଲା ଅଧୀନସ୍ଥ ଏକ କେକେତ ଜଲଗାଓଁ ଗାଁର ସରକାରୀ ବିଦ୍ୟାଳୟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଷ୍ଟିକର ଖାଦ୍ୟ ଯୋଗାଣ ଯୋଜନା ଅଧୀନରେ ବିଦ୍ୟାଳୟରେ ବଣ୍ଟନ କରାଯାଇଥିବା ବିସ୍କୁଟ୍‌ ଖାଇ ୨୫୭ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ସୂଚନାନୁଯାୟୀ ଶନିବାର ସକାଳ ପ୍ରାୟ ସାଢ଼େ ୮ଟାରେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ବିସ୍କୁଟ୍‌ ବଣ୍ଟନ କରାଯାଇଥିଲା। ବିସ୍କୁଟ ଖାଇବା ପରେ ଛାତ୍ରଛାତ୍ରୀମାନେ ବାନ୍ତି କରିଥିଲେ। କେତେକ ଛାତ୍ରଛାତ୍ରୀ ବେହୋସ ହୋଇଯାଇଥିଲେ। ଏହି ସୂଚନା ପାଇବା ପରେ ଗାଁ ମୁଖିଆ ଓ ଅନ୍ୟ ପଞ୍ଚାୟତସ୍ତରୀୟ ଅଧିକାରୀମାନେ ବିଦ୍ୟାଳୟରେ ପହଞ୍ଚି ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଚିକିତ୍ସାଳୟକୁ ପଠାଇବାରେ ବ୍ୟବସ୍ଥା କରିଥିଲେ। ସ୍ଥାନୀୟ ହସ୍‌ପିଟାଲ୍‌ର ମୁଖ୍ୟ ଅଧିକାରୀ ଡା ବାବାସାହେବ ଘୁଘେ କହିଛନ୍ତି, ଖାଦ୍ୟ ଦୂଷିତୀକରଣରୁ ଏଭଳି ଘଟିଛି। ବିସ୍କୁଟ୍‌ ଖାଇବା ପରେ ୨୫୭ ଛାତ୍ରଛାତ୍ରୀ ଅନୁଭବ କରିଥିଲେ। ସେମାନଙ୍କ ମଧ୍ୟରୁ ୧୫୩ଜଣଙ୍କୁ ଚିକିତ୍ସାଳୟ ଅଣାଯାଇଥିଲା। ୭୩ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଗୁରୁତର ୭ଜଣଙ୍କୁ ଛତ୍ରପତି ଶମ୍ଭାଜିନଗର ସିଭିଲ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

Tags: