ସ୍କୁଲ ବସରେ ନିଆଁ ଜୀବନ୍ତ ଜଳିଗଲେ ୨୫ ଜଣ
ନୂଆଦିଲ୍ଲୀ : ଚଳନ୍ତା ସ୍କୁଲ ବସରେ ନିଆଁ ଲାଗି ଛାତ୍ର ଛାତ୍ରୀଙ୍କ ସମେତ ଜୀବନ୍ତ ଜଳିଗଲେ ୨୫ ଜଣ । ଥାଇଲାଣ୍ଡର ବ୍ୟାଙ୍କକ ଉପକଣ୍ଠରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଦମକଳ ବାହିନୀ ଏବଂ ଉଦ୍ଧାର କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏହି ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନେକ ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ସୂଚନା ରହିଛି । ଆହତମାନଙ୍କୁ ପାଖ […]
ନୂଆଦିଲ୍ଲୀ : ଚଳନ୍ତା ସ୍କୁଲ ବସରେ ନିଆଁ ଲାଗି ଛାତ୍ର ଛାତ୍ରୀଙ୍କ ସମେତ ଜୀବନ୍ତ ଜଳିଗଲେ ୨୫ ଜଣ । ଥାଇଲାଣ୍ଡର ବ୍ୟାଙ୍କକ ଉପକଣ୍ଠରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଦମକଳ ବାହିନୀ ଏବଂ ଉଦ୍ଧାର କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏହି ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନେକ ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ସୂଚନା ରହିଛି । ଆହତମାନଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ମଧ୍ୟ ବଢ଼ିବାର ଆଶଙ୍କା କରାଯାଉଛି ।
ବ୍ୟାଙ୍କ ପୋଷ୍ଟ ସୂଚନାନୁସାରେ, ବସଟି ମଧ୍ୟ ଉଥାଇ ଥାନୀର ପ୍ରାଥମିକ ସ୍କୁଲରୁ ପିଲାମାନଙ୍କୁ ନେଇ ବୁଲିବା ପାଇଁ ଆୟୁଥାୟା ଯାଉଥିଲା । କିନ୍ତୁ ମଧ୍ୟାହ୍ନ ସମୟରେ ବସ୍ଟି ପାଥୁମ ଥାନି ପାଖରେ ଥିବା ବେଳେ ଘଟିଥିଲା ଅଘଟଣ । ଅନ୍ୟ ଏକ ଗାଡିକୁ ଓଭର ଟେକ କଲାବେଳେ ପ୍ରଥମେ ବସଟିର ଚକା ଫାଟିଯାଇ ସେଥିରେ ନିଆଁ ଲାଗି ଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ରାସ୍ତାଟି ସମ୍ପୂର୍ଣ୍ଣ ଧୁଆଁମୟ ହୋଇଯାଇଥିଲା । ଥାଇଲାଣ୍ଡର ଫାୟାର ଆଣ୍ଡ ରେସ୍କ୍ୟୁ ଟିମ୍ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ମାତ୍ର ସେତେବେଳକୁ ୨୫ ଜଣ ଜୀବନ୍ତ ଦଗ୍ଧ ହେବ। ସହିତ ବସଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଥିଲା । ତେବେ ବସ୍ରେ ୩୮ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ସମୁଦାୟ ୪୪ ଜଣ ଥିଲେ ବୋଲି ସୂଚନା ମିଳିଛି ।




