ଏଟିଏମରୁ ବାହାରୁନି ବଡ଼ ନୋଟ୍‍ !

ସମୟ ଲାଇଭ୍‍, ୧୫/୧୦:  ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍‍ ମୁଦ୍ରଣ ପ୍ରାଇଭେଟ୍‍ ଲିମିଟେଡ଼୍‍ ୨୦୦୦ ଟଙ୍କିଆ ନୋଟ୍‍ ଛାପିବା କମ୍‍ କରିଦେଇଛି। ଫଳରେ ବଜାରରେ ୨୦୦୦ ଟଙ୍କିଆ ନୋଟ୍‍ କମ୍‍ ଦେଖିବାକୁ ମିଳୁଛି। ଏପରିକି ଏଟିଏମରେ ମଧ୍ୟ ପ୍ରାୟତଃ ଏହି ନୋଟ୍‍ ବାହାରୁ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍‍ ମୁଦ୍ରଣ ପ୍ରାଇଭେଟ୍‍ ଲିମିଟେଡ଼୍‍ର ଜଣେ ଅଧିକାରୀ ଏପରି ସୂଚନା ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ବିମୂଦ୍ରୀକରଣ ସମୟରେ ଲୋକଙ୍କୁ ବଡ଼ ନୋଟର ଅଧିକ ଆବଶ୍ୟକତା ଥିଲା। ବର୍ତ୍ତମାନ […]

Samaya Live Picture
Published On

ସମୟ ଲାଇଭ୍‍, ୧୫/୧୦:  ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍‍ ମୁଦ୍ରଣ ପ୍ରାଇଭେଟ୍‍ ଲିମିଟେଡ଼୍‍ ୨୦୦୦ ଟଙ୍କିଆ ନୋଟ୍‍ ଛାପିବା କମ୍‍ କରିଦେଇଛି। ଫଳରେ ବଜାରରେ ୨୦୦୦ ଟଙ୍କିଆ ନୋଟ୍‍ କମ୍‍ ଦେଖିବାକୁ ମିଳୁଛି। ଏପରିକି ଏଟିଏମରେ ମଧ୍ୟ ପ୍ରାୟତଃ ଏହି ନୋଟ୍‍ ବାହାରୁ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍‍ ମୁଦ୍ରଣ ପ୍ରାଇଭେଟ୍‍ ଲିମିଟେଡ଼୍‍ର ଜଣେ ଅଧିକାରୀ ଏପରି ସୂଚନା ପ୍ରଦାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ବିମୂଦ୍ରୀକରଣ ସମୟରେ ଲୋକଙ୍କୁ ବଡ଼ ନୋଟର ଅଧିକ ଆବଶ୍ୟକତା ଥିଲା। ବର୍ତ୍ତମାନ ଅପେକ୍ଷାକୃତ କମ୍‍ ଆବଶ୍ୟକତା ରହିଥିବାରୁ ଏହି ନୋଟ୍‍ ଛାପିବା ପ୍ରକ୍ରିୟାକୁ କମ୍‍ କରିଦିଆଯାଇଛି। ଅଧିକ ନୋଟ୍‍ ପ୍ରଚଳନ ଦ୍ୱାରା କଳାଧନ ଗଚ୍ଛିତ ହେବାର ଆଶଙ୍କା ବେଶୀ ରହିଛି। ତେଣୁ ଅଧିମକ ସଂଖ୍ୟକ ବଡ଼ ନୋଟ୍‍ ବଜାରକୁ ଛଡ଼ା ଯାଉନାହିଁ।
ବର୍ଷ ଆରମ୍ଭରୁ ଏହି ନୋଟ୍‍ଚପ୍ରଚଳନ ବନ୍ଦ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ସରକାର ଏହି ଖବରକୁ ଖଣ୍ଡନ କରିଥିଲେ। ତେବେ ଏହି ନୋଟ୍‍ ପ୍ରଚଳନ କମ୍‍ ହେବା ଫଳରେ କଳାଧନ ନେଣଦେଣରେ କିଛି ମାତ୍ରାରେ ରୋକ୍‍ ଲଗାଯାଇପାରେ। ତେବେ ବଜାରରେ ଉପଲବ୍ଧ ନୋଟକୁ ସରକାର ଫେରସ୍ତ ନେବେ ନାହିଁ ବୋଲି ଖବର ପ୍ରକାଶ ପାଇଛି।

Tags: