ଚୀନ ସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ନିଆଁଲାଗି ୨୦ ଜଣଙ୍କ ମୃତ୍ୟୁ
ବେଜିଂ : ଉତ୍ତର ଚୀନ୍ର ହେବେଇ ପ୍ରଦେଶର ଏକ ନର୍ସିଂ ହୋମ୍ରେ ଅଗ୍ନିକାଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଚୀନ୍ର ରାଜଧାନୀ ବେଜିଂରୁ ପ୍ରାୟ ୧୮୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ଲଙ୍ଗହୁଆ କାଉଣ୍ଟିର ନର୍ସିଂ ହୋମ୍ରେ ମଙ୍ଗଳବାର ରାତି ୯ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ରାତିପ୍ରାୟ ୧୧ ଟା ବେଳକୁ ନିଆଁକୁ ଆୟତ୍ତ କରାଯାଇଥିଲା । ସରକାରୀ ସମାଚାର ଏଜେନ୍ସି ସିହ୍ନୁଆ ସ୍ଥାନୀୟ ଅଧିକାରୀଙ୍କ ଉଦ୍ଧୃତି ଦେଇ କହିଛି ଯେ ବୁଧବାର ସକାଳ ସୁଦ୍ଧା ମୋଟ ୨୦ […]
ବେଜିଂ : ଉତ୍ତର ଚୀନ୍ର ହେବେଇ ପ୍ରଦେଶର ଏକ ନର୍ସିଂ ହୋମ୍ରେ ଅଗ୍ନିକାଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଚୀନ୍ର ରାଜଧାନୀ ବେଜିଂରୁ ପ୍ରାୟ ୧୮୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ଲଙ୍ଗହୁଆ କାଉଣ୍ଟିର ନର୍ସିଂ ହୋମ୍ରେ ମଙ୍ଗଳବାର ରାତି ୯ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ରାତିପ୍ରାୟ ୧୧ ଟା ବେଳକୁ ନିଆଁକୁ ଆୟତ୍ତ କରାଯାଇଥିଲା ।
ସରକାରୀ ସମାଚାର ଏଜେନ୍ସି ସିହ୍ନୁଆ ସ୍ଥାନୀୟ ଅଧିକାରୀଙ୍କ ଉଦ୍ଧୃତି ଦେଇ କହିଛି ଯେ ବୁଧବାର ସକାଳ ସୁଦ୍ଧା ମୋଟ ୨୦ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଏହି ଘଟଣାରେ ଆହୁରି ଅନେକ ଲୋକ ଆହତ ହୋଇଛନ୍ତି, କିନ୍ତୁ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ନିଆଁରୁ ରକ୍ଷା ପାଇବା ପାଇଁ ଅନେକ ଲୋକ କୋଠାରୁ ତଳକୁ ଡେଇଁ ପଡ଼ିଥିଲେ। ରିପୋର୍ଟରେ କୁହାଯାଇଛି ଯେ ଅଗ୍ନିକାଣ୍ଡର କାରଣ ତଦନ୍ତ କରାଯାଉଛି। ନର୍ସିଂ ହୋମ୍ରେ ଥିବା ଅନ୍ୟ ଅନ୍ତେବାସୀଂକୁ ଅଧିକ ଚିକିତ୍ସା ନିକଟସ୍ଥ ଡାକ୍ତରଖାନା ଗୁଡିକରେ ଭର୍ତ୍ତି କରାଯାଇଛି ।
ଜାନୁଆରୀ ମାସରେ ବେଜିଂର ଉତ୍ତର-ପଶ୍ଚିମରେ ଥିବା ଝାଙ୍ଗଜିଆକୋଉ ସହରରେ ଏକ ପନିପରିବା ବଜାରରେ ଅଗ୍ନିକାଣ୍ଡ ଘଟି ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୫ ଜଣ ଆହତ ହୋଇଥିଲେ। ଏହାର ଗୋଟିଏ ମାସ ପୂର୍ବରୁ, ପୂର୍ବ ଚୀନ୍ର ରୋଙ୍ଗଚେଙ୍ଗ ସହରରେ ଏକ ନିର୍ମାଣ ସ୍ଥାନରେ ଅଗ୍ନିକାଣ୍ଡ ଘଟି ନଅ ଜଣଙ୍କର ମୃତ୍ୟୁ ହୋଇଥିଲା।




