ସେନାରେ ଯୋଗ ଦେବା ସକାଶେ ପ୍ରଦୀପଙ୍କ ଅଦମ୍ୟ ଇଚ୍ଛା ଶକ୍ତି

ଆଜିକାଲି ସୋସିଆଲ ମିଡିଆ ଅନେକ ଘଟଣାର ମୁକସାଖୀ ପାଲଟୁଛି । ସେହିଭଳି ଏକ ଭିଡିଓ ବର୍ତ୍ତମାନ ସମସ୍ତଙ୍କର ପ୍ରେରଣା ପାଲଟିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ପିଲା ଦୌଡୁଥିବାର ନଜର ଆସିଛନ୍ତି । ପ୍ରଥମରୁ ସମସ୍ତଙ୍କୁ ଏହା ଏକ ସାଧାରଣ ଭିଡିଓ ଭଳି ଲାଗିପାରେ । ହେଲେ ପିଲାଟିର ଦୌଡିବାର କାରଣ ଜାଣିଲେ ଏହା ଅନେକଙ୍କୁ ଜୀବନରେ ପ୍ରଭାବିତ କରିବ । ନ୍ୟାସନାଲ ଫିଲ୍ମ ବିଜେତା ଫିଲ୍ମ ମେକର୍‌ ବିନୋଦ କାପ୍‌ରୀ […]

Samaya Live Picture
Published On

ଆଜିକାଲି ସୋସିଆଲ ମିଡିଆ ଅନେକ ଘଟଣାର ମୁକସାଖୀ ପାଲଟୁଛି । ସେହିଭଳି ଏକ ଭିଡିଓ ବର୍ତ୍ତମାନ ସମସ୍ତଙ୍କର ପ୍ରେରଣା ପାଲଟିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ପିଲା ଦୌଡୁଥିବାର ନଜର ଆସିଛନ୍ତି । ପ୍ରଥମରୁ ସମସ୍ତଙ୍କୁ ଏହା ଏକ ସାଧାରଣ ଭିଡିଓ ଭଳି ଲାଗିପାରେ । ହେଲେ ପିଲାଟିର ଦୌଡିବାର କାରଣ ଜାଣିଲେ ଏହା ଅନେକଙ୍କୁ ଜୀବନରେ ପ୍ରଭାବିତ କରିବ । ନ୍ୟାସନାଲ ଫିଲ୍ମ ବିଜେତା ଫିଲ୍ମ ମେକର୍‌ ବିନୋଦ କାପ୍‌ରୀ ଏହି ଭିଡିଓଟି ନିଜେ ସେୟାର୍‌ କରିଛନ୍ତି ।

ମାତ୍ର ୧୯ ବର୍ଷ ବୟସରେ ସେ ଦେଖାଇଛନ୍ତି କିଛି କରିବାର ଅଦ୍ୟମ ଇଚ୍ଛା ଶକ୍ତି । ତାଙ୍କ ବୟସର ପିଲା ସାଙ୍ଗସାଥୀଙ୍କ ଗହଣରେ ସମୟ କାଟୁଥିବା ବେଳେ ୧୯ବର୍ଷୀୟ ପ୍ରଦୀପ ଜୀବନର ଗୁରୁତ୍ୱତାକୁ ବୁଝି ପାରିଛନ୍ତି । ତାଙ୍କର ଇଚ୍ଛା ଭାରତୀୟ ସେନାରେ ଯୋଗଦେବା ପାଇଁ,ହେଲେ ପରିବାର ପୋଷଣ ପାଇଁ ତାଙ୍କୁ ଚାକିରି କରିବାକୁ ପଡୁଛି । ଏହି କାରଣରୁ ତାଙ୍କୁ ସେନା ପାଇଁ ପ୍ରସ୍ତୁତ ହେବାପାଇଁ ସମୟ ମିଳୁନାହିଁ । ତେବେ ଇଚ୍ଛା ଥିଲେ ଉପାୟ ଆପେଆପେ ଆସିଥାଏ । ଏହାକୁ ସତ କରି ଦେଖାଇଛନ୍ତି ପ୍ରଦୀପ । ସେ କାର୍ଯ୍ୟରୁ ଫେରିବା ସମୟରେ ତାଙ୍କ ଘରଠାରୁ ଅଫିସ୍‌ ଦୌଡିଦୌଡି ଫେରିଥାଆନ୍ତି ।
ସେନାରେ ଯୋଗ ଦେବା ସକାଶେ ପ୍ରଦୀପଙ୍କ ଅଦମ୍ୟ ଇଚ୍ଛା ଶକ୍ତି

ଯାହା ଫଳରେ ତାଙ୍କର ସେନାପାଇଁ ପ୍ରସ୍ତୁତି ଅଧୁରା ରୁହେ ନାହିଁ । ଉତ୍ତରାଖଣ୍ଡର ପ୍ରଦୀପ ଦିଲ୍ଲୀରେ ମ୍ୟାକ୍‌ଡୋନାଲïରେ କାର୍ଯ୍ୟରତ । ସେ ପ୍ରତିଦିନ ୧୦ କିମି ଦୌଡିଥାଆନ୍ତି । କେବଳ ନିଜ ସ୍ୱପ୍ନ ନୁହେଁ ଘରର ବୋଝ ମଧ୍ୟ ରହିଛି ଏହି ଛୋଟ କାନ୍ଧରେ । ଭିଡିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଇଣ୍ଟରନେଟ୍‌ ୟୁଜରମାନେ ପ୍ରଦୀପଙ୍କର ଇଚ୍ଛାଶକ୍ତି ସହ କିଛି କରିବାର ସ୍ପୃହାକୁ ବେଶ୍‌ ପସନ୍ଦ କରିଛନ୍ତି ।