ଦାର୍ଜିଲିଂରେ ବର୍ଷା ବିପର୍ଯ୍ୟୟ ଓ ଭୂସ୍ଖଳନରେ ୧୭ ମୃତ

ଦାର୍ଜିଲିଂ, ୫/୧୦: ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରବଳ ବର୍ଷା ଯୋଗୁ ବ୍‌ଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗ ସ୍ଥିତ ଦାର୍ଜିଲିଂରେ ଗତକାଲି ରାତି ତମାମ ବର୍ଷା ଯୋଗୁ ଅତି ଭୟଙ୍କର ସ୍ଥିତି ଉପୁଜିଛି। ବର୍ଷା ଓ ଭୂସ୍ଖଳନରେ ୧୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜିଲ୍ଲାର ମିରିକ୍ ଓ ସୁଖିଆପୋଖରୀ ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅତଡ଼ା ତଳେ ଶତାଧିକ ଘର ଓ ଯାନବାହନ ଚାପି ହୋଇଯାଇଛି। ଲଗାଣ ବର୍ଷା ଯୋଗୁଁ ସାଂଘାତିକ ସ୍ଥିତି ଉପୁଜିଥିବା ବେଳେ […]

ଦାର୍ଜିଲିଂରେ ବର୍ଷା ବିପର୍ଯ୍ୟୟ ଓ ଭୂସ୍ଖଳନରେ ୧୭ ମୃତ
Samaya Live Picture
Published On

ଦାର୍ଜିଲିଂ, ୫/୧୦: ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରବଳ ବର୍ଷା ଯୋଗୁ ବ୍‌ଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗ ସ୍ଥିତ ଦାର୍ଜିଲିଂରେ ଗତକାଲି ରାତି ତମାମ ବର୍ଷା ଯୋଗୁ ଅତି ଭୟଙ୍କର ସ୍ଥିତି ଉପୁଜିଛି। ବର୍ଷା ଓ ଭୂସ୍ଖଳନରେ ୧୭ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଜିଲ୍ଲାର ମିରିକ୍ ଓ ସୁଖିଆପୋଖରୀ ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅତଡ଼ା ତଳେ ଶତାଧିକ ଘର ଓ ଯାନବାହନ ଚାପି ହୋଇଯାଇଛି। ଲଗାଣ ବର୍ଷା ଯୋଗୁଁ ସାଂଘାତିକ ସ୍ଥିତି ଉପୁଜିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ସହାୟତା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ବର୍ଷା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରୁ ଉତ୍ପନ୍ନ ହୋଇଛି। ଅନ୍ୟପକ୍ଷରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଥିବା ବେଳେ ପରିସ୍ଥିତି ଉପରେ ଅହରହ ନଜର ରଖାଯାଇଛି। ବର୍ଷା ବିପର୍ଯ୍ୟୟରେ ସର୍ବାଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି ମିରିକ୍, ଜୋରବଙ୍ଗଲୋ, ସୁଖିଆପୋଖରୀ, ଦାର୍ଜିଲିଂ ସଦର, ପୁଲ୍‌ବଜାର ଏବଂ କୁରସିଂ ଅଞ୍ଚଳ। କାଲିମ୍ପଙ୍ଗରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି, କିନ୍ତୁ ସେଠାରୁ କୌଣସି ମୃତ୍ୟୁ ରିପୋର୍ଟ ହୋଇନାହିଁ।

Tags: