ଗିନିରେ ୧୬ ଭାରତୀୟ ପଣବନ୍ଦୀ, ଭିଡିଓ ଜାରି କରି ସହାୟତା ମାଗିଲେ
ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଗିନିରେ ଭାରତୀୟ ମର୍ଚେଣ୍ଟ ନେଭିର ୧୬ଜଣ କ୍ରୁ ସଦସ୍ୟଙ୍କୁ ଗତ ୩ମାସ ଧରି ବାନ୍ଧି ରଖାଯାଇଛି । ସେମାନଙ୍କ ଉପରେ କଞ୍ଚା ତେଲ ଚୋରି କରିବାର ଅଭିଯୋଗ ଲାଗିଛି । ଏଥିରେ କାନପୁରରେ ରହୁଥିବା ରୋସନ ଅରୋଡା ବି ସାମିଲ ରହିଛନ୍ତି । କ୍ୟାପଟେନ ଅନୁଜ ମେହଟ୍ଟା ଓ ରୋସନ ଅରୋଡା ଏକ ଭିଡିଓ ଜାରି କରି ଭାରତ ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି । ରୋସନ ମର୍ଚେଣ୍ଟ ନେଭିରେ ଆସିଷ୍ଟେଣ୍ଟ ଅଧିକାରୀ ଭାବେ […]
ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଗିନିରେ ଭାରତୀୟ ମର୍ଚେଣ୍ଟ ନେଭିର ୧୬ଜଣ କ୍ରୁ ସଦସ୍ୟଙ୍କୁ ଗତ ୩ମାସ ଧରି ବାନ୍ଧି ରଖାଯାଇଛି । ସେମାନଙ୍କ ଉପରେ କଞ୍ଚା ତେଲ ଚୋରି କରିବାର ଅଭିଯୋଗ ଲାଗିଛି । ଏଥିରେ କାନପୁରରେ ରହୁଥିବା ରୋସନ ଅରୋଡା ବି ସାମିଲ ରହିଛନ୍ତି । କ୍ୟାପଟେନ ଅନୁଜ ମେହଟ୍ଟା ଓ ରୋସନ ଅରୋଡା ଏକ ଭିଡିଓ ଜାରି କରି ଭାରତ ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି । ରୋସନ ମର୍ଚେଣ୍ଟ ନେଭିରେ ଆସିଷ୍ଟେଣ୍ଟ ଅଧିକାରୀ ଭାବେ କାମ କରନ୍ତି ।

ଭିଡିଓ ଜାରି କରି ସେ କହିଛନ୍ତି ସେମାନଙ୍କ ସହିତ କୌଣସି ମୁହୂର୍ତ୍ତରେ କିଛି ବି ହୋଇପାରେ । ବନ୍ଧକ ରହିଥିବା ସଦସ୍ୟଙ୍କ ପରିବାର ଏହି ଖବର ପାଇବା ପରେ ଚିନ୍ତାରେ ପଡ଼ି ଯାଇଛନ୍ତି । କେମିତି ତାଙ୍କ ପୁଅ, ସ୍ୱାମୀ ସୁରକ୍ଷିତ ଭାବେ ଘରକୁ ଫେରି ଆସ;ୁ ସେଥିପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । କ୍ୟାପଟେନ ଅନୁଜ ମେହଟ୍ଟା ଓ ରୋସନ ଅରୋଡା ମଙ୍ଗଳବାର ଦୁଇଟି ଭିଡିଓ ଜାରି କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସାହାଯ୍ୟ ମାଗିବା ସହିତ ସୁରକ୍ଷିତ ଭାବେ ସେମାନଙ୍କୁ ଭାରତ ନିଆଯାଉ ବୋଲି ଗୁହାରି କରିଛନ୍ତି । ଭାରତ ସରକାର ହିଁ ଆମର ସାହାଯ୍ୟ କରି ପାରିବେ ବୋଲି କହିଛନ୍ତି ।
ଭିଡିଓରୁ ଜଣାପଡ଼ୁଛି କି ତାଙ୍କ ପାଖରେ ଖାଇବାକୁ ନାହିଁ କି ପିଇବାକୁ ପାଣି ନାହିଁ । କ୍ରୁ ସଦସ୍ୟ ଏକ ଘର ଭିତରେ ଚଟଣାରେ ଶୋଇ ରହିଛନ୍ତି । ଏମିତି ଜଣାପଡ଼ୁଛି କି ଖାଇବା ପିଇବା ନମିଳିବାରୁ ସେମାନେ ପ୍ରାୟ ଅଚେତ ଅବସ୍ଥାରେ ପଡ଼ି ରହିଛନ୍ତି । ବନ୍ଧକ ରହିଥିବା ୨୬ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୧୬ଜଣ ହିନ୍ଦୁସ୍ତାନୀ, ୬ଜଣ ଶ୍ରୀଲଙ୍କା, ଫିଲିପିନ୍ସ, ପୋଲାଣ୍ଡର ଜଣେଜଣେ ଓ ଦୁଇଜଣ ଦିଗର ଅଫିସର ସାମିଲ ରହିଛନ୍ତି । ମର୍ଚେଣ୍ଟ ନେଭି ସିପର ସଦସ୍ୟଙ୍କ ଉପରେ କଞ୍ଚା ତେଲ ଚୋରିର ଅଭିଯୋଗ ରହିଛି ।
ତେବେ କମ୍ପାନି ଏ ସମସ୍ତଙ୍କୁ ଛଡାଇବା ପାଇଁ ଖବୁ ପ୍ରୟାସ କରିଛି, ଜୋରିମନା ବି ଦେଇଛି । କି;ୁ ନାଇଜେରିଆନ ନେଭି ଛାଡ଼ିଲା ନାହିଁ । ଅଧିକାରୀମାନେ ଜାହାଜ ଯାଞ୍ଚ କରିଥିଲେ, କି;ୁ କୌଣସି ଠାରେ ଏକବୁନ୍ଦା ତେଲ ପାଇ ନଥିଲେ ।




